ଶୌଚ ହେବାକୁ ଯିବା ସମୟରେ ଦନ୍ତାହାତୀ ହାବୁଡରେ ପଡ଼ିଗଲେ ଶ୍ରମିକ, ଆଉ ତା’ପରେ…
ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ କିରାପଲ୍ଲୀ ଗ୍ରାମ ନିକଟରେ ସୋମବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ହେଲେ ଆନ୍ଧ୍ର ପ୍ରଦେଶର ମହମ୍ମଦ ଜାଫର। ଜାଫରଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଛି। ଖବରପାଇ ଡି […] The post ଶୌଚ ହେବାକୁ ଯିବା ସମୟରେ ଦନ୍ତାହାତୀ ହାବୁଡରେ ପଡ଼ିଗଲେ ଶ୍ରମିକ, ଆଉ ତା’ପରେ… appeared first on Dharitri Odia News.
ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ କିରାପଲ୍ଲୀ ଗ୍ରାମ ନିକଟରେ ସୋମବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ହେଲେ ଆନ୍ଧ୍ର ପ୍ରଦେଶର ମହମ୍ମଦ ଜାଫର। ଜାଫରଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଛି। ଖବରପାଇ ଡି ଏଫ ଓ ବିନୋଦ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏଥିସହ ମେଡ଼ିକାଲରେ ପହଞ୍ଚି ଆହତଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
ପ୍ରକାଶ ଯେ, ଆଜକୁ କିଛି ଦିନ ହେବ ବେଲଗୁଣ୍ଠା ବାଲିପଦର ମୁଖ୍ୟ ରାସ୍ତାର କିରାପଲ୍ଲୀ ଅଞ୍ଚଳରେ ଏକ ଦନ୍ତାହାତୀ ଘୁରୀ ବୁଲୁଛି। ଏହିଭଳି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶରୁ ଆସି ଏଲ ଆଣ୍ଡ ଟି କମ୍ପାନୀ ପକ୍ଷରୁ ରାସ୍ତାକଡରେ ପାଇପ ବିଛା କାମରେ ନିୟୋଜିତ ଥିବା ଜଣେ ଶ୍ରମିକ ଶୌଚ ହେବାକୁ ଯିବା ସମୟରେ ହାତୀ ହାବୁଡରେ ପଡି ଆହତ ହୋଇଥିଲେ। ଏନେଇ ଡିଏଫଓ ବିନୋଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଆହତଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ୫ ହଜାର ଟଙ୍କା ଯୋଗାଇ ଦିଆଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ନିୟମ ଅନୁସାରେ ଯାହା ସହାୟତା ଲୋଡ଼ା ଯୋଗାଇ ଦିଆଯିବ।
The post ଶୌଚ ହେବାକୁ ଯିବା ସମୟରେ ଦନ୍ତାହାତୀ ହାବୁଡରେ ପଡ଼ିଗଲେ ଶ୍ରମିକ, ଆଉ ତା’ପରେ… appeared first on Dharitri Odia News.