ଶ୍ମଶାନ ଜମି ଜବରଦଖଲ ନ୍ୟାୟ ପାଇଁ ଭବାନୀପାଟଣା ର ଆତ୍ମ ବିକାଶ କେନ୍ଦ୍ର ଠାରେ ସାମ୍ବାଦିକ ସମ୍ମିଳନୀ
କଳାହାଣ୍ଡି, ୨୯/୦୧ (ଜଗନ୍ନାଥ ନାଏକ) : ଭବାନୀପାଟଣା ସହରରେ ପୁରୁଷ ପୁରୁଷ ଧରି ବସବାସ କରୁଥିବା ଦେବାଙ୍ଗ ସଂଘମ ସମ୍ପ୍ରଦାୟ ଲୋକଙ୍କ ମଶାଣି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ଖାତାରେ ସେହି ସ୍ଥାନ ମଶାଣି ପାଇଁ ଦିଆଯାଇଥିବା ବେଳେ ସେଠାରେ ପାଣି ଟାଙ୍କି, ରାସ୍ତା ଇତ୍ୟାଦି ନିର୍ମାଣ ହେଉଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେବାଙ୍ଗ ସଂଘମର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଉପକଣ୍ଠ ଦୁଆରସୁନି […] The post ଶ୍ମଶାନ ଜମି ଜବରଦଖଲ ନ୍ୟାୟ ପାଇଁ ଭବାନୀପାଟଣା ର ଆତ୍ମ ବିକାଶ କେନ୍ଦ୍ର ଠାରେ ସାମ୍ବାଦିକ ସମ୍ମିଳନୀ appeared first on Odisha.News.

କଳାହାଣ୍ଡି, ୨୯/୦୧
(ଜଗନ୍ନାଥ ନାଏକ) : ଭବାନୀପାଟଣା ସହରରେ ପୁରୁଷ ପୁରୁଷ ଧରି ବସବାସ କରୁଥିବା ଦେବାଙ୍ଗ ସଂଘମ ସମ୍ପ୍ରଦାୟ ଲୋକଙ୍କ ମଶାଣି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ଖାତାରେ ସେହି ସ୍ଥାନ ମଶାଣି ପାଇଁ ଦିଆଯାଇଥିବା ବେଳେ ସେଠାରେ ପାଣି ଟାଙ୍କି, ରାସ୍ତା ଇତ୍ୟାଦି ନିର୍ମାଣ ହେଉଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେବାଙ୍ଗ ସଂଘମର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଉପକଣ୍ଠ ଦୁଆରସୁନି ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଗାଁର ଖାତା ନଂ ୫୪ ରୁ ୧ ଏକଡ଼ ୫୮ ଡିସମିଲ ଜାଗା ଦେବାଙ୍ଗ ସଂଘମର ଶ୍ମଶାନ ପାଇଁ ରହିଛି। ଶହ ଶହ ଶହ ବର୍ଷ ଧରି ଶ୍ମଶାନରେ ଧାର୍ମିକ ପରମ୍ପରା ଅନୁସାରେ ମୃତକଙ୍କୁ ସମାଧି ଦିଆଯାଇଛି। କିନ୍ତୁ ଉକ୍ତ ଶ୍ମଶାନ ଜମିରେ ବିଭିନ୍ନ ବିଭାଗ ପକ୍ଷରୁ ୨ ଟି ପାଣି ଟାଙ୍କି, ଶ୍ମଶାନ ମଝିରେ ଏକ କଚ୍ଚା ରାସ୍ତା ନିର୍ମାଣ କରାଯାଇଛି। କିଛି ମାସ ତଳେ ଦେବାଙ୍ଗ ସଂଘମର ଜଣଙ୍କ ଶେଷକୃତ୍ୟ ପାଇଁ ନେଇଥିବା ବେଳେ କିଛି ବ୍ୟକ୍ତି ବିରୋଧ କରିଥିଲେ। ଫଳରେ ମୃତକ ଙ୍କୁ ଅନ୍ୟ ଏକ ଶ୍ମଶାନ ରେ ଅନୁମତି ସହିତ ସମାଧି ଦିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଶହ ଶହ ଶହ ବର୍ଷ ଧରି ଏହି ଶ୍ମଶାନରେ ନିଜ ୫/୭ ପିଢିଙ୍କ ଶେଷକୃତ୍ୟ କରିଥିବା ଓ ଶ୍ମାଶନ ପଟ୍ଟା ହାସଲ କରିଥିଲେ । ମଧ୍ୟ ଏହି ସମ୍ପ୍ରଦାୟ ଲୋକଙ୍କୁ ସେଠାରେ ଶେଷକୃତ୍ୟ କରିବା ପାଇଁ ବିରୋଧ କରାଯିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଉଛି। ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଲିଖିତ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ସମ୍ମାନ ପୂର୍ବକ ମୃତଦେହର ଶେଷକୃତ୍ୟ ସମ୍ପନ୍ନ ହେଇପାରୁନାହିଁ। ଏହା ଚିନ୍ତାର ବିଷୟ ହେଉଛି। ଶ୍ମାଶନ ଜମି ଜବରଦଖଲ ବୋଲି ସାମ୍ବାଦିକ ସମ୍ମିଳନୀରେ ଡା. ରବି ନାରାୟଣ ସେନାପତି, ସୂର୍ଯ୍ୟ ନାରାୟଣ ସେନାପତି, ରମେଶ ସେନାପତିଙ୍କ ସମେତ ଦେବାଙ୍ଗ ସଂଘମର ବହୁ ବରିଷ୍ଠ ସଦସ୍ୟ ଚିନ୍ତା ବ୍ୟକ୍ତି କରିଥିଲେ। ଏଭଳି ସ୍ପର୍ଶକାତର ବିଷୟକୁ ଜିଲ୍ଲାପାଳ ଗୁରୁତ୍ୱର ସହିତ ବିଚାର କରି ଶବକୁ ନ୍ୟାୟ ପ୍ରଦାନ ପାଇଁ ଦେବାଙ୍ଗ ସଂଘମ ପକ୍ଷରୁ ଦାବି କରାଯାଇଛି। ସଂପ୍ରତି ସହରର ସମ୍ପ୍ରସାରଣ ହେଉଥିବା ବେଳେ ଜିଲ୍ଲା ମହକୁମାରେ ଅନେକ ସରକାରୀ ଜମି ଜବରଦଖଲ ହେଉଛି। ଏପରିସ୍ଥଳେ ଶ୍ମଶାନ ଜମି ଜବରଦଖଲ ହେବା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।
The post ଶ୍ମଶାନ ଜମି ଜବରଦଖଲ ନ୍ୟାୟ ପାଇଁ ଭବାନୀପାଟଣା ର ଆତ୍ମ ବିକାଶ କେନ୍ଦ୍ର ଠାରେ ସାମ୍ବାଦିକ ସମ୍ମିଳନୀ appeared first on Odisha.News.