ଶ୍ରମିକ ମାନଙ୍କ ହକ୍ ପାଇଁ ଲଢେଇ କରିବ ବିଜେଡି;ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ସୂଚନା
କନକ ବ୍ୟୁରୋ : ଶ୍ରମିକ ମାନଙ୍କ ହକ୍ ପାଇଁ ଲଢେଇ କରିବ ବିଜେଡି । ଭୁବନେଶ୍ୱରରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଉଦବୋଧନ ଦେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶ୍ରମିକ ମାନଙ୍କ ସହ ବିଜେଡି ସବୁବେଳେ ଥିଲା ଏବଂ ଶେଷ ପର୍ଯ୍ୟନ୍ତ ରହିବ ବୋଲି ନବୀନ କହିଛନ୍ତି । ଆଜିର ଏହି ଶ୍ରମିକ ସାମ୍ମୁଖ୍ୟ ବୈଠକ ଅବସରରେ ମୋହନ ମାଝୀଙ୍କ ସରକାରକୁ ସମାଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ନୂଆ ସରକାରରେ ପାଚିକାଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି କର୍ମଚାରୀ ସମସ୍ତେ ଅବହେଳିତ । ଶିଳ୍ପ କାରଖାନାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ । ଆଗକୁ ଏଭଳି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ନିଜ ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇବ ।