ଶ୍ରମିକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ ମାମଲା : ଚା’ ଖଟିରେ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଫଟୋ ଭାଇରାଲ

ପାଟଣାଗଡ଼,୩ା୧(ସଚ୍ଚିଦାନନ୍ଦ ମହାକୁର): ଲୋକଙ୍କ ସାମ୍ନାରେ ରାଜରାସ୍ତା ଉପରୁ ଶ୍ରମିକଙ୍କୁ ଅପହରଣ କରାଗଲା। ଦାଦନ ଶ୍ରମିକଙ୍କ ପରିବାରକୁ ଫୋନ୍‌ କରି ଟଙ୍କା ମାଗିବା ସହ ଜଙ୍ଗଲ ଭିତରେ ରଖି ଅକଥନୀୟ ନିର୍ଯାତନା ଦିଆଗଲା। ପରେ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଇ ଅଭିଯୁକ୍ତ ସର୍ଦ୍ଦାର ଏବଂ ତା’ର ସହଯୋଗୀମାନେ ଫେରାର ହୋଇଗଲେ। ଉକ୍ତ ଘଟଣାକୁ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ସେପଟେ ଅଭିଯୁକ୍ତ ଦାଦନ ସର୍ଦ୍ଦାରଙ୍କୁ ଧରିବା ଛାଡ଼ି, ପୋଲିସର ଚା’ ପିଇବା ଘଟଣା ଅନେକ ସାଂଘାତିକ ଦିଗକୁ ଦର୍ଶାଉଛି […] The post ଶ୍ରମିକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ ମାମଲା : ଚା’ ଖଟିରେ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଫଟୋ ଭାଇରାଲ appeared first on Dharitri Odia News.

ଶ୍ରମିକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ ମାମଲା : ଚା’ ଖଟିରେ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଫଟୋ ଭାଇରାଲ

ପାଟଣାଗଡ଼,୩ା୧(ସଚ୍ଚିଦାନନ୍ଦ ମହାକୁର): ଲୋକଙ୍କ ସାମ୍ନାରେ ରାଜରାସ୍ତା ଉପରୁ ଶ୍ରମିକଙ୍କୁ ଅପହରଣ କରାଗଲା। ଦାଦନ ଶ୍ରମିକଙ୍କ ପରିବାରକୁ ଫୋନ୍‌ କରି ଟଙ୍କା ମାଗିବା ସହ ଜଙ୍ଗଲ ଭିତରେ ରଖି ଅକଥନୀୟ ନିର୍ଯାତନା ଦିଆଗଲା। ପରେ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଇ ଅଭିଯୁକ୍ତ ସର୍ଦ୍ଦାର ଏବଂ ତା’ର ସହଯୋଗୀମାନେ ଫେରାର ହୋଇଗଲେ। ଉକ୍ତ ଘଟଣାକୁ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ସେପଟେ ଅଭିଯୁକ୍ତ ଦାଦନ ସର୍ଦ୍ଦାରଙ୍କୁ ଧରିବା ଛାଡ଼ି, ପୋଲିସର ଚା’ ପିଇବା ଘଟଣା ଅନେକ ସାଂଘାତିକ ଦିଗକୁ ଦର୍ଶାଉଛି ବୋଲି ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଥାନା ଅଧିକାରୀ ଏକି ପ୍ରକାର ତଦନ୍ତ କରୁଛନ୍ତି ଯେ, ଜଣେ ସର୍ଦ୍ଦାରଙ୍କୁ ଧରିବା ପାଇଁ ୧୦ ଦିନ ଲାଗୁଛି । ଏଯାଏ ସଂପୃକ୍ତ ଅଭିଯୁକ୍ତମାନେ ଧରାପଡ଼ିନାହାନ୍ତି। ଦାଦନ ଚାଲାଣ ତଥା ଅଭିଯୁକ୍ତ ଏସ୍‌.ରାଓଙ୍କ ସହ ସଂପୃକ୍ତ ଥିବା ସର୍ଦ୍ଦାରମାନଙ୍କ ସହ ତଦନ୍ତକାରୀ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ଚା’ଖଟିରେ ଭେଟୁଛନ୍ତି। ଯାହାପରେ ଦାଦନ ଚାଲାଣ ରାକେଟରେ ପୋଲିସର ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଭାଇରାଲ ହେଉଥିବା ଫଟୋରେ ଜଣାଶୁଣା ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର ଏବଂ ସୁଶାନ୍ତ ପାତ୍ର ଅଛନ୍ତି। ବିଗତ ଦିନରେ ସଂପୃକ୍ତ ସର୍ଦ୍ଦାରଙ୍କ ଦ୍ୱାରା ଚାଲାଣ ହୋଇଥିବା ଦାଦନଙ୍କ ମୃତ୍ୟୁ ପରେ ସେମାନଙ୍କ ନାଁରେ ମାମଲା ମଧ୍ୟ ରହିଛି। କେବଳ ଏତିକି ନୁହେଁ ମୁଖ୍ୟ ଅଭିଯୁକ୍ତ ଫେରାର ମାମଲାରେ ସିଧାସଳଖ ବେଲପଡ଼ା
ଅଞ୍ଚଳର କେତେକ ମୁଖ୍ୟ ସର୍ଦ୍ଦାରଙ୍କ ସହ ମଧ୍ୟ ସମ୍ପର୍କ ଥିବା କଣ୍ଟାବାଞ୍ଜିର ସର୍ଦ୍ଦାର ଏସ୍‌. ରାଓ କଦଳୀମୁଣ୍ଡା ଗାଁର ଅଜିତଙ୍କୁ ଡାକି ରାଜ୍ୟ ବାହାରକୁ ଯିବାପାଇଁ କହିଥିଲେ। ମାତ୍ର ପରିବାରରେ କୌଣସି ଅସୁବିଧା ହେବାରୁ ଯିବାକୁ ମନା କରିଦେଇଥିଲେ। ତେବେ ଦଲାଇ ସର୍ଦ୍ଦାର ତାଙ୍କୁ ଅଗ୍ରୀମ ଆକାରରେ ୪୦ ହଜାର ଟଙ୍କା ଦେଇଥିବା ବେଳେ ପରେ ଆଉ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। କିନ୍ତୁ ଦାଦନ ଖଟିଯିବାକୁ ମନା କରିଦେବାରୁ ସର୍ଦ୍ଦାର ଜଣକ ରାଗ ରଖି ଅନ୍ୟ କେତେଜଣଙ୍କ ସହାୟତାରେ ଅଜିତଙ୍କୁ ଅପହରଣ କରିନେଇ ତୁରେକେଲା ଥାନା ଅଞ୍ଚଳର ଏକ ଜଙ୍ଗଲରେ ରାତି ତମାମ ବନ୍ଦୀ ଅବସ୍ଥାରେ ରଖି ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ସମୟରେ ଶ୍ରମିକ ଜଣଙ୍କ ଚିତ୍କାର କରୁଥିବା ବେଳେ ପରିବାର ଲୋକଙ୍କୁ
ଫୋନ୍‌ କରି ଶୁଣାଇବା ସହ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ।

ଏନେଇ ପରିବାର ଲୋକେ ଗତ ୨୪ ତାରିଖରେ ପାଟଣାଗଡ଼ ଥାନାରେ ଅଭିଯୋଗ କରିବା ପରେ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଥିଲା। ସେତେବେଳେ ପୋଲିସକୁ ଦେଖି ଦଲାଲ ଓ ତାଙ୍କ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଜଙ୍ଗଲ ଭିତରେ ପ୍ୟାଣ୍ଟଶର୍ଟ ଖୋଲି ଠେଙ୍ଗା ଓ ଲୁହାରଡ୍‌ରେ ମାଡ଼ ମରାଯାଇଥିବା ଶ୍ରମିକ ଜଣକ ଅଭିଯୋଗ କରିଥିଲେ। ପୋଲିସ ସୁରେଶ ରାଓ, କାର୍ତ୍ତିକ ରାଣା ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରି ଦିନ ଗଡ଼ାଇ ଚାଲିଛି।

The post ଶ୍ରମିକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ ମାମଲା : ଚା’ ଖଟିରେ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଫଟୋ ଭାଇରାଲ appeared first on Dharitri Odia News.