ଶ୍ରୀକ୍ଷେତ୍ର ପୁରୀର ସାହିଯାତ ପରମ୍ପରା, ୫ମ ଦିବସରେ ମାୟା ରୂପି ରାବଣ ହରିନେଲା ମାତା ସୀତାଙ୍କୁ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ପରମ୍ପରା ସାହିଯାତ । ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ସାହିଯାତ । ରାମନବମୀରେ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ । ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦୀ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଥିଲା । ପବିତ୍ର ଶ୍ରୀରାମନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହି ଯାତର ପଞ୍ଚମ ଦିନରେ ସୀତା ଚୋରି […] The post ଶ୍ରୀକ୍ଷେତ୍ର ପୁରୀର ସାହିଯାତ ପରମ୍ପରା, ୫ମ ଦିବସରେ ମାୟା ରୂପି ରାବଣ ହରିନେଲା ମାତା ସୀତାଙ୍କୁ appeared first on KNews Odisha.

ଶ୍ରୀକ୍ଷେତ୍ର ପୁରୀର ସାହିଯାତ ପରମ୍ପରା, ୫ମ ଦିବସରେ ମାୟା ରୂପି ରାବଣ ହରିନେଲା ମାତା ସୀତାଙ୍କୁ
rabana sita

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ପରମ୍ପରା ସାହିଯାତ । ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ସାହିଯାତ । ରାମନବମୀରେ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ । ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦୀ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଥିଲା ।

ପବିତ୍ର ଶ୍ରୀରାମନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହି ଯାତର ପଞ୍ଚମ ଦିନରେ ସୀତା ଚୋରି ନୀତି ଅନୁଷ୍ଠିତ ହୋଇଯାଇଛି । ମାୟା ରାବଣ ଆସି ସୀତା ଚୋରି କରିଛନ୍ତି ।କୁଣ୍ଢାଇବେଣ୍ଟ ସାହି ପକ୍ଷରୁ ମାୟା ରାବଣ ବାହାରି ଦୋଳମଣ୍ଡପ ସାହି ପରିକ୍ରମା କରିଥିଲା । ମାୟା ରାବଣ ଓ ଅନ୍ୟାନ୍ୟ ପୌରାଣିକ ଚରିତ୍ର ବାହାରି ସାହି ପରିକ୍ରମା କରିବା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରାମ ଲୀଳା ନୀତି ସମ୍ପନ୍ନ ହୋଇଥିଲା ।

ସନ୍ଧ୍ୟାରେ ଉଜ୍ଜ୍ବଳ ଆଲୋକମାଳାରେ ଝଲସୁଥିଲା ଦୋଳମଣ୍ଡପ ସାହି । ସନ୍ଧ୍ୟାରେ ଏକାଦଶ ମୁଖି ହନୁମାନ, ବୀର ଭଦ୍ର, କାଳୀ, ଦୂର୍ଗା, ପଞ୍ଚମୁଖୀ ମହାବୀର, ନାଗା ଆଦି ଚରିତ୍ର ଆକର୍ଷଣ ପାଲଟିଥିଲେ । ଶ୍ରୀକ୍ଷେତ୍ରର ପ୍ରାଚୀନ ଆଠ ସାହି ମଧ୍ୟରେ କୁଣ୍ଢାଇବେଣ୍ଟ ସାହିର ୨୨ ମେଳ। ମଲ୍ଲି ଫୁଲର ବାସ୍ନାରେ ମହକୁଛି । ତେବେ ଦୋଳମଣ୍ଡପ ସାହି ଭାଇ ମାନେ କୁଣ୍ଢାଇବେଣ୍ଟ ସାହି ଭାଇଙ୍କୁ ଅଭ୍ୟର୍ଥନା ଦେଇ ଆପ୍ୟାୟିତ କରିଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ସେପଟେ ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ । ପ୍ରତିଦିନ ବିଭିନ୍ନ ସାହିରୁ ବାହାରୁ ଥିବା ଚରିତ୍ର ଗୁଡିକ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହୋଇଥାନ୍ତି । ଶ୍ରୀରାମନବମୀ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବାପରେ ଆଜ୍ଞାମାଳ ପାଇ ଶ୍ରୀ ରାମ ଓ ଶ୍ରୀ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥବଲ୍ଳବ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞ ରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ ହୋଇଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରକୁ ନେଇ ରୁଦ୍ଧିମନ୍ତ ପୁରୀର ସାହିଯାତ । ରାମାବତାର ଲୀଳାର ଅଂଶ ବିଶେଷ ହେଉଛି ଏହି ସାହିଯାତ । ତେବେ ଚୈତ୍ରଶୁକ୍ଳ ନବମୀଠାରୁ ବୈଶାଖ କୃଷ୍ଣଦ୍ୱିତୀୟା ପର୍ଯ୍ୟନ୍ତ ଏହି ସାହିଯାତ ଅନୁଷ୍ଠିତ ହୋଇଥାଏ ।

ଆହୁରି ପଢନ୍ତୁ: ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

The post ଶ୍ରୀକ୍ଷେତ୍ର ପୁରୀର ସାହିଯାତ ପରମ୍ପରା, ୫ମ ଦିବସରେ ମାୟା ରୂପି ରାବଣ ହରିନେଲା ମାତା ସୀତାଙ୍କୁ appeared first on KNews Odisha.