ଶ୍ରୀମନ୍ଦିର କଟକଣାକୁ ଫୁ’...ପୁଣି ଉଡିଲା ଡ୍ରୋନ୍...ଭାଇରାଲ ହେଉଛି ଭିଡିଓ...  

ଶ୍ରୀମନ୍ଦିରର ସୁରକ୍ଷାକୁ ଭେଦି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ। ଯାହାକୁ ନେଇ ଅସନ୍ତୁଷ୍ଟ ଭକ୍ତ ଓ ସେବାୟତ। 

ଶ୍ରୀମନ୍ଦିର କଟକଣାକୁ ଫୁ’...ପୁଣି ଉଡିଲା ଡ୍ରୋନ୍...ଭାଇରାଲ ହେଉଛି ଭିଡିଓ...  

ଶ୍ରୀମନ୍ଦିରର ସୁରକ୍ଷାକୁ ଭେଦି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ। ଯାହାକୁ ନେଇ ଅସନ୍ତୁଷ୍ଟ ଭକ୍ତ ଓ ସେବାୟତ। ସେପଟେ ରାଜ୍ୟସରକାରଙ୍କ ନୂତନ ବାଟାଲିଆନ୍ ଯୋଜନା ପାଇଁ ଆରମ୍ଭ ହୋଇଗଲାଣି ସ୍ବତନ୍ତ୍ର ପଦକ୍ଷେପ। ଡ୍ରୋନ ଓ ଚିତ୍ର ଉତ୍ତୋଳନକୁ ରୋକିବା ପାଇଁ ହୋଟେଲିୟର ମାନଙ୍କ ସହ ସ୍ବତନ୍ତ୍ର ବୈଠକ କରାଯାଇ ସଚେତନ କରାଯିବ ବୋଲି କହିଛନ୍ତି ପୁରୀ ଏସପି । 

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିପାରିବ ନାହିଁ । ଶ୍ରୀମନ୍ଦିର ଭିତରେ ମୋବାଇଲରେ ଫଠୋ ଉଠାଯାଇପାରିବ ନାହିଁ। ନିୟମ କଡାକଡି, କିନ୍ତୁ ଗଳାବାଟେ ଚାଲିଛି ଅନିୟମିତତା । ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ। ଯାହାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଅସନ୍ତୁଷ୍ଟ ବରିଷ୍ଠ ସେବାୟତ।  ସେପଟେ ଏସବୁକୁ ରୋକିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ଭକ୍ତ କହିଛନ୍ତି । 

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୭୫ମିଟର ଉଚ୍ଛେଦ ପରେ ପରିକ୍ରମା ପ୍ରକଳ୍ପର ସୁରକ୍ଷା ପାଇଁ ରାଜ୍ୟସରକାର ସ୍ବତନ୍ତ୍ର ବାଟାଲିୟାନ ନିଷ୍ପତ୍ତି ନେଇଛନ୍ତି। ସେପଟେ ଡ୍ରୋନରେ ଯେଉଁ ଚିତ୍ର ଉତ୍ତୋଳନ ସାମ୍ନାକୁ ଆସିଛି ତାଙ୍କୁ ଚିହ୍ନଟ କରାଯାଇଛି। ଏହା ସହ ଏଭଳି କାମ ରୋକିବା ପାଇଁ ହୋଟେଲିୟର ଓ ଲଜିଂ ମାଲିକଙ୍କୁ ନେଇ ବୈଠକ କରାଯିବ ବୋଲି  କହିଛନ୍ତି ପୁରୀ ଏସପି ।