ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ‘ଅବଢ଼ା’ ଯୋଜନାରେ ପେଜରୁ ବାହାରିବା ବିଶୁଦ୍ଧ ଜଳ

ପୁରୀ : ବିଶ୍ବ ଦେଖିବ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଶ୍ବସ୍ତରୀୟ ରୂପାନ୍ତର। ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ପୂର୍ଣ୍ଣରୂପ ନେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାୟ ୩୨ଶହ କୋଟିର ସ୍ବପ୍ନର ପ୍ରକଳ୍ପ। ଏହି ପ୍ରକଳ୍ପ ଅନ୍ତର୍ଗତ ‘ଅବଢ଼ା’ ଯୋଜନାରେ ୬୬ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଅବଢ଼ା’ ଯୋଜନାରେ ପେଜରୁ ବାହାରିବା ବିଶୁଦ୍ଧ ଜଳ ଇ ଶ୍ରୀମନ୍ଦିର ଦକ୍ଷୀଣ ଦ୍ୱାରା ନିକଟରେ ପ୍ରତିଷ୍ଠା କରାଯାଇଛି ‘ପେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ’I […]

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ‘ଅବଢ଼ା’ ଯୋଜନାରେ ପେଜରୁ ବାହାରିବା ବିଶୁଦ୍ଧ ଜଳ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ‘ଅବଢ଼ା’ ଯୋଜନାରେ ପେଜରୁ ବାହାରିବା ବିଶୁଦ୍ଧ ଜଳ

ପୁରୀ : ବିଶ୍ବ ଦେଖିବ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଶ୍ବସ୍ତରୀୟ ରୂପାନ୍ତର। ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ପୂର୍ଣ୍ଣରୂପ ନେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାୟ ୩୨ଶହ କୋଟିର ସ୍ବପ୍ନର ପ୍ରକଳ୍ପ। ଏହି ପ୍ରକଳ୍ପ ଅନ୍ତର୍ଗତ ‘ଅବଢ଼ା’ ଯୋଜନାରେ ୬୬ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଅବଢ଼ା’ ଯୋଜନାରେ ପେଜରୁ ବାହାରିବା ବିଶୁଦ୍ଧ ଜଳ ଇ ଶ୍ରୀମନ୍ଦିର ଦକ୍ଷୀଣ ଦ୍ୱାରା ନିକଟରେ ପ୍ରତିଷ୍ଠା କରାଯାଇଛି ‘ପେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ’I ଏହି ପ୍ଲାଣ୍ଟ ଦ୍ୱାରା ଶ୍ରୀମନ୍ଦିର ରୋଷଶାଳାରୁ ପ୍ରତିଦିନ ବାହାରୁଥିବା ଶହ ଶହ ଲିଟର ପେଜକୁ ବିଶୁଦ୍ଧ ଜଳରେ ପରିଣତ କରାଯିବ I ଏହି ଜଳ ବୃକ୍ଷରୋପଣ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇପାରିବ I ଫଳରେ ପେଜ ଦ୍ୱାରା ପରିବେଶ ଉପରେ ପଡୁଥିବା କୁପ୍ରଭାବ ହ୍ରାସ ପାଇବ I ଏହି’ପେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ’ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି I ଏହି ପ୍ଲାଣ୍ଟର ଟ୍ରାଏଲ ସରିଛି I ସମସ୍ତ ମେସିନ ପ୍ରତିଷ୍ଠା ହୋଇ ସରିଛି I ପରିକ୍ରମା ପ୍ରକଳ୍ପର ଲୋକାର୍ପର୍ଣ ପରେ ଏହି ପ୍ଲାଣ୍ଟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇପାରିବ I

ଓବିସିସି ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀଙ୍କ ସୂଚନାନୁସାରେ,ଶ୍ରୀମନ୍ଦିର ରୋଶସହଲାରୁ ଆସୁଥିବା ପେଜ ଭୂତଳ ରାସ୍ତା ଦେଇ ଏହି ପ୍ଲାଣ୍ଟକୁ ଆସୁଛି I ବିଭିନ୍ନ ପ୍ରକ୍ରିୟାରେ ପେଜ ବିଶୋଧିକରଣ କରାଯାଇ ଏହାକୁ ବିଶୁଦ୍ଧ ଜଳରେ ପରିଣତ କରାଯିବ I