ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ୩ ଦିନ

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ୩ ଦିନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଆଉ ମାତ୍ର ୩ ଦିନ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି ପର୍ବ। ଗତକାଲି ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟ ବରଣ ସହ ଗୁଆଟେକା ପରେ ଆଜି ହୋଇଛି ଅଙ୍କୁରାରୋପଣ ନୀତି। ଏସବୁ ଭିତରେ ଲୋକାର୍ପଣ ଉତ୍ସବ ପାଇଁ ଆସୁଥିବା ଦେଶ ବିଦେଶର ନିମନ୍ତ୍ରିତ ଅତିଥିଙ୍କୁ କେମିତି ଦିଆଯିବ ଆତିଥ୍ୟ, ତାକୁ ନେଇ ମନ୍ଦିର ପ୍ରଶାସନ ଜାରି ରଖିଛି କସରତ।

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ । ଏଥିପାଇଁ ଆଜି ସମାପନ ହୋଇଛି ଅଙ୍କୁରାରୋପଣ ବିଧି। ଗତକାଲି ମଙ୍ଗଳାରୋପଣ ପରେ ପରେ ଗଜପତି ମହାରାଜା ଶ୍ରୀନଅରରେ ଯଜ୍ଞ ପାଇଁ ଗୁଆ ଟେକି ଆଚାର୍ଯ୍ୟବରଣ କରିଥିଲେ। ଆଜି ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଗଜପତିଙ୍କ ପ୍ରତିନିଧି ପ୍ରମୁଖ ଅଙ୍କୁରାରୋପଣ ଗୃହରେ ତ୍ରିଦେବ ତଥା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ। ଆସନ୍ତାକାଲି ଆରମ୍ଭ ହୋଇଯିବ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜା ଓ ତୋରଣସ୍ଥାପନ।