ଶ୍ରୀମନ୍ଦିର ପରିସରରେ ଲାଗିଲା ନିଆଁ

ଶ୍ରୀମନ୍ଦିର ପରିସର ବେଢ଼ାକାଳୀ ମନ୍ଦିରରେ ସର୍ଟସର୍କିଟ୍ ଯୋଗୁଁ ଲାଗିଲା ନିଆଁ।

ଶ୍ରୀମନ୍ଦିର ପରିସରରେ ଲାଗିଲା ନିଆଁ

ଶ୍ରୀମନ୍ଦିର ପରିସରରେ ଲାଗିଲା ନିଆଁ। ଶ୍ରୀମନ୍ଦିର ପରିସର ବେଢ଼ାକାଳୀ ମନ୍ଦିରରେ ସର୍ଟସର୍କିଟ୍ ଯୋଗୁଁ ଲାଗିଲା ନିଆଁ। ବେଢ଼ାକାଳୀ ମନ୍ଦିରର ବାର୍‌ ଲାଇଟ୍‌ରେ ଲାଗିଲା ନିଆଁ। ସୂଚନା ଅନୁସାରେ, ଜଳୁଥିବା ଦୀପରୁ ବେଢ଼ାକାଳୀ ମନ୍ଦିରର ବାରଲାଇଟରେ ନିଆଁ ଲାଗିଥିଲା। ବାର୍‌ ଲାଇଟ୍‌ରେ ନିଆଁ ଲାଗି ଧୂଆଁମୟ ହୋଇଯାଇଥିଲା ବେଢ଼ାକାଳୀ ମନ୍ଦିର। ତେବେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ ବିଦ୍ୟୁତ୍‌ କର୍ମଚାରୀ।

ତେବେ ଆଜି ସକାଳୁ ବଡ଼ ଦେଉଳରୁ ଏକ ପଥର ଖସିଥିଲା। ବଡଦେଉଳକୁ ଲାଗି ଥିବା ବରାହ ମନ୍ଦିରରୁ ଏହି ପଥରଟି ଖସିଥିଲା। ଆଜି ଭୋର ସମୟରେ ପଥର ଖସି ଏକାଦଶୀ ମନ୍ଦିର ଟିଣ ଛାତରେ କଣା ହୋଇଛି। ପଥରକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ଏଏସ୍ଆଇକୁ ସୂଚନା ଦେଇଛନ୍ତି। ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର । ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।