ଶ୍ରୀମନ୍ଦିର ଭିତରେ ସେବକ ସେବକଙ୍କ ମଧ୍ୟରେ ମାରପିଟ୍

ପୁରୀ: ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ହୋଇପଡ଼ିଥିବା ସେବାୟତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍‌ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ […]

ଶ୍ରୀମନ୍ଦିର ଭିତରେ ସେବକ ସେବକଙ୍କ ମଧ୍ୟରେ ମାରପିଟ୍
Khasapada Niti Of Lord Jagannath To Be Observed tomorrow

ପୁରୀ: ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ହୋଇପଡ଼ିଥିବା ସେବାୟତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍‌ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ ହୋଇଥିଲେ। ମନ୍ଦିର ପୁଲିସ୍‌ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ଏ ନେଇ ସେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ। ପୁଲିସ୍‌ ୫ରୁ୬ ଜଣ ସେବାୟତଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଜଣାପଡ଼ି ନାହିଁ।