ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଗଲେ ବିଶେଷଜ୍ଞ ଟିମ୍, ଖୋଜିବେ ଗୁପ୍ତ ସୁଡ଼ଙ୍ଗ
ପୁରୀ ୧୮।୦୯ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଗଲା ବିଶେଷଜ୍ଞ ଟିମ୍। ରତ୍ନଭଣ୍ଡାର ଭିତରେ ଖୋଜିବେ ଗୁପ୍ତ ସୁଡ଼ଙ୍ଗ। ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଭିତରକୁ ଏକ ଟିମ୍ ଯାଇଛି। ASI ଅତିରିକ୍ତ ଡିଜି, NGRI ଅଧିକାରୀ, CSIR ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏହି ଟିମ୍ରେ ସାମିଲ ଅଛନ୍ତି। ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତଦାରଖ ହେବ।ଖବର ଅନୁଯାୟୀ, ଏଏସ୍ଆଇ, ସିଏସ୍ଆଇଆର-ଏନ୍ଜିଆର୍ଜି ସମେତ ଶ୍ରୀମନ୍ଦିର କୋର କମିଟି ସଦସ୍ୟଙ୍କ ମିଳିତ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଛନ୍ତି। ଏହା ସହ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ଡାକ୍ତରୀ ଟିମ୍, ସ୍ନେକ୍ ହେଲ୍ପ ଲାଇନ୍, ଏନ୍ଡିଆର୍ଏଫ୍ ଟିମ୍ ପ୍ରମୁଖ ସହାୟତା ନିମନ୍ତେ ପ୍ରସ୍ତୁତ ରହିଛନ୍ତି। ଏଏସ୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଚାଲିଛି। ରତ୍ନଭଣ୍ଡାର ତଳେ କିମ୍ବା କାନ୍ଥକୁ ଲାଗି ଗୁପ୍ତ ସୁଡ଼ଙ୍ଗ କିମ୍ବା ଗୁପ୍ତ ସମ୍ପତ୍ତି ଥିବା ନେଇ ଚର୍ଚ୍ଚା ହେଉଥିବାରୁ ଏହାର ସନ୍ଦେହ ମୋଚନ ନିମନ୍ତେ ଯାଞ୍ଚ ହେବ। ଲେଜର ସ୍କାନିଂ ଏବଂ ଜିପିଆର୍ ସର୍ଭେ କରିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ପରବର୍ତ୍ତୀ ସମୟରେ ଏହା କିପରି କରାଯିବ ସ୍ଥିତି ନିରୀକ୍ଷଣ କରିବ
ପୁରୀ ୧୮।୦୯ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଗଲା ବିଶେଷଜ୍ଞ ଟିମ୍। ରତ୍ନଭଣ୍ଡାର ଭିତରେ ଖୋଜିବେ ଗୁପ୍ତ ସୁଡ଼ଙ୍ଗ। ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଭିତରକୁ ଏକ ଟିମ୍ ଯାଇଛି। ASI ଅତିରିକ୍ତ ଡିଜି, NGRI ଅଧିକାରୀ, CSIR ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏହି ଟିମ୍ରେ ସାମିଲ ଅଛନ୍ତି। ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତଦାରଖ ହେବ।
ଖବର ଅନୁଯାୟୀ, ଏଏସ୍ଆଇ, ସିଏସ୍ଆଇଆର-ଏନ୍ଜିଆର୍ଜି ସମେତ ଶ୍ରୀମନ୍ଦିର କୋର କମିଟି ସଦସ୍ୟଙ୍କ ମିଳିତ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଛନ୍ତି। ଏହା ସହ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ଡାକ୍ତରୀ ଟିମ୍, ସ୍ନେକ୍ ହେଲ୍ପ ଲାଇନ୍, ଏନ୍ଡିଆର୍ଏଫ୍ ଟିମ୍ ପ୍ରମୁଖ ସହାୟତା ନିମନ୍ତେ ପ୍ରସ୍ତୁତ ରହିଛନ୍ତି। ଏଏସ୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଚାଲିଛି। ରତ୍ନଭଣ୍ଡାର ତଳେ କିମ୍ବା କାନ୍ଥକୁ ଲାଗି ଗୁପ୍ତ ସୁଡ଼ଙ୍ଗ କିମ୍ବା ଗୁପ୍ତ ସମ୍ପତ୍ତି ଥିବା ନେଇ ଚର୍ଚ୍ଚା ହେଉଥିବାରୁ ଏହାର ସନ୍ଦେହ ମୋଚନ ନିମନ୍ତେ ଯାଞ୍ଚ ହେବ। ଲେଜର ସ୍କାନିଂ ଏବଂ ଜିପିଆର୍ ସର୍ଭେ କରିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ପରବର୍ତ୍ତୀ ସମୟରେ ଏହା କିପରି କରାଯିବ ସ୍ଥିତି ନିରୀକ୍ଷଣ କରିବ ଟିମ୍ ।
ଶ୍ରୀମନ୍ଦିରରେ ଏବେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। ନିରୀକ୍ଷଣ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଶ୍ରଦ୍ଧାଳୁ ସିଂହଦ୍ୱାର ପଟେ ପ୍ରବେଶ କରିବା ପରେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ।