ସମ୍ବଲପୁରରେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ୩ ହାତୀଙ୍କ ଜୀବନ !

ସମ୍ବଲପୁର ୧୮।୧୧ : ବିଦ୍ୟୁତ ଆଘାତରେ ୩ ହାତୀ ମୃତ । ସମ୍ବଲପୁର ରେଢାଖୋଲ ବନଖଣ୍ଡରୁ ୩ଟି ହାତୀର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।ଖବର ଅନୁଯାୟୀ, ରେଢାଖୋଲ ବନଖଣ୍ଡ ନାକଟିଦେଉଳ ଘୋଷରାମାଲ ଗାଁ ଜଙ୍ଗଲ ନିକଟରେ ୩ଟି ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସକାଳେ ଲୋକ ଧାନ କାଟିବାକୁ ଯାଇଥିବା ବେଳେ ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ବର୍ତ୍ତମାନ ଯାଏଁ ୩ଟି ହାତୀର କେମିତି ମୃତ୍ୟୁ ହୋଇଛି । ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । 

ସମ୍ବଲପୁରରେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ୩ ହାତୀଙ୍କ ଜୀବନ !

ସମ୍ବଲପୁର ୧୮।୧୧ : ବିଦ୍ୟୁତ ଆଘାତରେ ୩ ହାତୀ ମୃତ । ସମ୍ବଲପୁର ରେଢାଖୋଲ ବନଖଣ୍ଡରୁ ୩ଟି ହାତୀର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ରେଢାଖୋଲ ବନଖଣ୍ଡ ନାକଟିଦେଉଳ ଘୋଷରାମାଲ ଗାଁ ଜଙ୍ଗଲ ନିକଟରେ ୩ଟି ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସକାଳେ ଲୋକ ଧାନ କାଟିବାକୁ ଯାଇଥିବା ବେଳେ ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ବର୍ତ୍ତମାନ ଯାଏଁ ୩ଟି ହାତୀର କେମିତି ମୃତ୍ୟୁ ହୋଇଛି । ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।