ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୩୧।୧: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାକୁ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନକୁ ଅନୁମୋଦନ ଦେଇଛନ୍ତି। ଏହି ଟିମ୍ ଶ୍ରୀମନ୍ଦିର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଭକ୍ତଙ୍କ ପାଇଁ ସୁବିଧା ଭଳି ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଏହି ବାଟାଲିୟନରେ ମୋଟ ୧୦୮୩ କର୍ମଚାରୀ ରହିବେ ଏବଂ ପୁରୀ ଏସପିଙ୍କ ନିୟନ୍ତ୍ରଣରେ ଏହା କାର୍ଯ୍ୟ କରିବ। […] The post ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ, ପ୍ରକାଶ ପାଇଲା ବିଜ୍ଞପ୍ତି appeared first on Dharitri Odia News.

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୩୧।୧: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାକୁ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନକୁ ଅନୁମୋଦନ ଦେଇଛନ୍ତି। ଏହି ଟିମ୍ ଶ୍ରୀମନ୍ଦିର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଭକ୍ତଙ୍କ ପାଇଁ ସୁବିଧା ଭଳି ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଏହି ବାଟାଲିୟନରେ ମୋଟ ୧୦୮୩ କର୍ମଚାରୀ ରହିବେ ଏବଂ ପୁରୀ ଏସପିଙ୍କ ନିୟନ୍ତ୍ରଣରେ ଏହା କାର୍ଯ୍ୟ କରିବ।

ପୁରୀର ଶ୍ରୀଜଗନାଥ ମନ୍ଦିର ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଅଟେ, ଯେଉଁଠାକୁ ବର୍ଷରେ ହଜାର ହଜାର ଭକ୍ତ ଆସିଥାନ୍ତି। କରୋନା ମହାମାରୀ ପରେ ଦୈନିକ ପଚାଶ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିଲା ବେଳେ ଛୁଟି ସପ୍ତାହ ଶେଷ ଏବଂ ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ଦୁଇରୁ ତିନି ଗୁଣା ହେଉଛି।

ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସମସ୍ତ ପକ୍ଷର ମତାମତ ନେବା ପରେ ଫାଇଭ ଟି ତଥା ନବୀନ ଓଡ଼ିଶା ଚେୟାରମ୍ୟାନ ଭିକେ ପାଣ୍ଡିଆନଙ୍କ ପରାମର୍ଶ କ୍ରମେ ଏହି ବାଟାଲିୟନ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।

Image

The post ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ, ପ୍ରକାଶ ପାଇଲା ବିଜ୍ଞପ୍ତି appeared first on Dharitri Odia News.