ମଝି ଆକାଶରେ ପ୍ରଭୁ ରାମଙ୍କ ସୂର୍ଯ୍ୟତିଳକ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୪: ଆଜି ପବିତ୍ର ରାମନବମୀ। ସାରା ଦେଶ ସହ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଉତ୍ସାହର ସହ ପାଳନ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । ୫ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମ ନବମୀ। ଏହି ଅବସରରେ ରାମ ଲାଲାଙ୍କ ମସ୍ତକରେ ଲାଗି ହୋଇଛି ସୂର୍ଯ୍ୟ ତିଳକ। ଗର୍ଭଗୃହରେ ବିରାଜିତ ରାମ ଲାଲାଙ୍କୁ ଲଲାଟରେ ସୂର୍ଯ୍ୟଙ୍କ କିରଣ ପକାଇ କରାଯାଇଛି ଦିବ୍ୟ […] The post ମଝି ଆକାଶରେ ପ୍ରଭୁ ରାମଙ୍କ ସୂର୍ଯ୍ୟତିଳକ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ମଝି ଆକାଶରେ ପ୍ରଭୁ ରାମଙ୍କ ସୂର୍ଯ୍ୟତିଳକ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୪: ଆଜି ପବିତ୍ର ରାମନବମୀ। ସାରା ଦେଶ ସହ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଉତ୍ସାହର ସହ ପାଳନ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । ୫ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମ ନବମୀ। ଏହି ଅବସରରେ ରାମ ଲାଲାଙ୍କ ମସ୍ତକରେ ଲାଗି ହୋଇଛି ସୂର୍ଯ୍ୟ ତିଳକ। ଗର୍ଭଗୃହରେ ବିରାଜିତ ରାମ ଲାଲାଙ୍କୁ ଲଲାଟରେ ସୂର୍ଯ୍ୟଙ୍କ କିରଣ ପକାଇ କରାଯାଇଛି ଦିବ୍ୟ ସୂର୍ଯ୍ୟ ତିଳକ। ଦିନ ୧୧ଟା ୫୮ ମିନିଟରୁ ମଧ୍ୟାହ୍ନ ୧୨ଟା ୩ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ତିଳକରେ ଝଟକିଲା ରାମଲାଲାଙ୍କ ମସ୍ତକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବ୍ୟ ଦୃଶ୍ୟକୁ ହେଲିକପ୍ଟରରେ ବସି ଟାବ୍‌ଲେଟ୍‌ରେ ଉପଭୋଗ କରିଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଏମ ମୋଦି ଟୁଇଟ୍‌ କରି କହିଛନ୍ତି, ପ୍ରଭୁ ରାମଙ୍କ ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ। ଏହି ସୂର୍ଯ୍ୟ ତିଲକ ନିଜର ଈଶ୍ୱରୀୟ ଶକ୍ତି ସହିତ ଏହି ଉପାୟରେ ବିକଶିତ ଭାରତର ପ୍ରତ୍ୟେକ ସଂକଳ୍ପକୁ ଆଲୋକିତ କରିବ।

The post ମଝି ଆକାଶରେ ପ୍ରଭୁ ରାମଙ୍କ ସୂର୍ଯ୍ୟତିଳକ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.