ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତା
ପାଖେଇ ଆସୁଛି ରଥ । ଦିନକ ପରେ ସ୍ନାନ । ପ୍ରସ୍ତୁତି ସାରିବାକୁ ସରକାର ତର ତର, ଆକ୍ସନ ମୋଡରେ ପ୍ରଶାସନ । ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ବସିଥିବା ଦ୍ବିତୀୟ ରଥ ସମନ୍ବୟ ବୈଠକରେ ଶୃଙ୍ଖଳିତ ଘୋଷଯାତ୍ରା ସାଙ୍ଗକୁ ଭକ୍ତଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଗ୍ରେ ଗୁରୁତ୍ବ ।