ଶ୍ରୀଲଙ୍କା, ମରିସସରେ ଆରମ୍ଭ ହେଲା ଭାରତର ୟୁପିଆଇ ସେବା
ନୂଆଦିଲ୍ଲୀ,୧୨।୨: ଶ୍ରୀଲଙ୍କା ଏବଂ ମରିସସରେ ଭାରତ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବାକୁ ସଫଳତାର ସହ ଆରମ୍ଭ କରିଛି। ଏହା ସହିତ, ଏହି ପଦକ୍ଷେପର ଅଂଶ ଭାବରେ ମରିସସରେ ରୁପେ କାର୍ଡ ସେବା ଆରମ୍ଭ କରାଯାଇଛି। ଶ୍ରୀଲଙ୍କାରେ ପ୍ରଥମ ୟୁପିଆଇ କାରବାର ଜଣେ ଭାରତୀୟଙ୍କ ଦ୍ୱାରା ହୋଇଥିଲା, ଯେଉଁଥିରେ ମରିସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଉଥ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମସିଙ୍ଗେ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭର୍ଚୁଆଲ୍ ସମାରୋହରେ ଯୋଗ ଦେଇଥିଲେ। ଦୁଇ […] The post ଶ୍ରୀଲଙ୍କା, ମରିସସରେ ଆରମ୍ଭ ହେଲା ଭାରତର ୟୁପିଆଇ ସେବା appeared first on Dharitri Odia News.
ନୂଆଦିଲ୍ଲୀ,୧୨।୨: ଶ୍ରୀଲଙ୍କା ଏବଂ ମରିସସରେ ଭାରତ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବାକୁ ସଫଳତାର ସହ ଆରମ୍ଭ କରିଛି। ଏହା ସହିତ, ଏହି ପଦକ୍ଷେପର ଅଂଶ ଭାବରେ ମରିସସରେ ରୁପେ କାର୍ଡ ସେବା ଆରମ୍ଭ କରାଯାଇଛି।
ଶ୍ରୀଲଙ୍କାରେ ପ୍ରଥମ ୟୁପିଆଇ କାରବାର ଜଣେ ଭାରତୀୟଙ୍କ ଦ୍ୱାରା ହୋଇଥିଲା, ଯେଉଁଥିରେ ମରିସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଉଥ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମସିଙ୍ଗେ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭର୍ଚୁଆଲ୍ ସମାରୋହରେ ଯୋଗ ଦେଇଥିଲେ।
ଦୁଇ ଦେଶରେ ୟୁପିଆଇ ସେବା ଆରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୁଁ ବିଶ୍ୱାସ କରେ ଶ୍ରୀଲଙ୍କା ଏବଂ ମରିସସ୍ ୟୁପିଆଇ ସିଷ୍ଟମ ଦ୍ୱାରା ଲାଭବାନ ହେବେ।
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିଇସିଆଇ) ଦ୍ୱାରା ବିକଶିତ ହୋଇଥିବା ୟୁପିଆଇ ସେବାଗୁଡିକ ମୋବାଇଲ୍ ଫୋନ୍ ମାଧ୍ୟମରେ ତୁରନ୍ତ ରିଅଲ୍ ଟାଇମ୍ ବ୍ୟାଙ୍କ କାରବାର ପାଇଁ ସୁଯୋଗ ଦେଇଥାଏ। ରୂପେ ହେଉଛି ଏକ ଭାରତୀୟ ଆଧାରିତ କାର୍ଡ ପେମେଣ୍ଟ ନେଟୱାର୍କ ଯାହା ବିଭିନ୍ନ ବିକ୍ରୟ ପଏଣ୍ଟ, ଏଟିଏମ୍ ଏବଂ ଅନଲାଇନ୍ ପ୍ଲାଟଫର୍ମରେ ବିଶ୍ୱବ୍ୟାପୀ ଗ୍ରହଣୀୟ ଅଟେ।
The post ଶ୍ରୀଲଙ୍କା, ମରିସସରେ ଆରମ୍ଭ ହେଲା ଭାରତର ୟୁପିଆଇ ସେବା appeared first on Dharitri Odia News.