ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଦିଆଯିବନି: ଦିସାନାୟକେ
ନୂଆଦିଲ୍ଲୀ,୧୬ା୧୨: ଶ୍ରୀଲଙ୍କା ଏହାର ଅଞ୍ଚଳକୁ ଭାରତର ସ୍ବାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦେବ ନାହିଁ ବୋଲି ଏହାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତକୁ ଟାର୍ଗେଟ କରିବା ପାଇଁ ଚାଇନା ଏହାର ‘ମିଶନ ଇଣ୍ଡିଆନ୍ ଓସନ୍’କୁ ବଢ଼ାଇ ଚାଲିଛି। ଶ୍ରୀଲଙ୍କା ଚାଇନାର ଋଣ ଶୁଝିବାରେ ବିଫଳ ହେବାରୁ ଏହାର ହମ୍ବାନ୍ଟୋଟା ବନ୍ଦରକୁ ଚାଇନା ଅକ୍ତିଆର କରିଛି। ସେଠାରେ ବେଜିଂ ନାଭାଲ ସର୍ଭିଲେନ୍ସ ଏବଂ ସ୍ପାଏ […] The post ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଦିଆଯିବନି: ଦିସାନାୟକେ appeared first on Dharitri Odia News.
ନୂଆଦିଲ୍ଲୀ,୧୬ା୧୨: ଶ୍ରୀଲଙ୍କା ଏହାର ଅଞ୍ଚଳକୁ ଭାରତର ସ୍ବାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦେବ ନାହିଁ ବୋଲି ଏହାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତକୁ ଟାର୍ଗେଟ କରିବା ପାଇଁ ଚାଇନା ଏହାର ‘ମିଶନ ଇଣ୍ଡିଆନ୍ ଓସନ୍’କୁ ବଢ଼ାଇ ଚାଲିଛି। ଶ୍ରୀଲଙ୍କା ଚାଇନାର ଋଣ ଶୁଝିବାରେ ବିଫଳ ହେବାରୁ ଏହାର ହମ୍ବାନ୍ଟୋଟା ବନ୍ଦରକୁ ଚାଇନା ଅକ୍ତିଆର କରିଛି। ସେଠାରେ ବେଜିଂ ନାଭାଲ ସର୍ଭିଲେନ୍ସ ଏବଂ ସ୍ପାଏ ଜାହାଜ ମୁତୟନ କରିଥିବାବେଳେ ଦିସାନାୟକେ ନୂଆଦିଲ୍ଲୀକୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।
ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ମଜଭୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଦିସାନାୟକେ କହିଛନ୍ତି। ଭାରତ ସହ ସହଯୋଗ ବଢ଼ିଚାଲିଛି ଏବଂ ଏହି ସମର୍ଥନ ଜାରି ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଗତ ସେପ୍ଟେମ୍ବରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଦିସାନାୟକେ ଭାରତକୁ ପ୍ରଥମ ବିଦେଶ ଗସ୍ତରେ ଆସି ଖୁସି ବ୍ୟକ୍ତ କରିଛନ୍ତି। ୨ ବର୍ଷ ପୂର୍ବେ ଶ୍ରୀଲଙ୍କା ଅଭୂତପୂର୍ବ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଭାରତ ପର୍ଯ୍ୟାପ୍ତ ସହାୟତା କରିଥିବା ସେ ସ୍ବୀକାର କରିଛନ୍ତି। ଶ୍ରୀଲଙ୍କାର ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତ ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି।
The post ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଦିଆଯିବନି: ଦିସାନାୟକେ appeared first on Dharitri Odia News.