ଶ୍ରୀଲଙ୍କାକୁ ପ୍ରଥମ ଟି-୨୦ ହରାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କା ବିରୋଧରେ ଭାରତର ଦମଦାର ବିଜୟ। ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ଵିପାକ୍ଷିକ ଟି-ଟ୍ଵେଣ୍ଟି ସିରିଜର ପ୍ରଥମ... The post ଶ୍ରୀଲଙ୍କାକୁ ପ୍ରଥମ ଟି-୨୦ ହରାଇଲା ଭାରତ appeared first on .

ଶ୍ରୀଲଙ୍କାକୁ ପ୍ରଥମ ଟି-୨୦ ହରାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କା ବିରୋଧରେ ଭାରତର ଦମଦାର ବିଜୟ। ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ଵିପାକ୍ଷିକ ଟି-ଟ୍ଵେଣ୍ଟି ସିରିଜର ପ୍ରଥମ ମ୍ଯାଚ୍ ଜିତିଲା ଟିମ ଇଣ୍ଡିଆ। ସିଂହଳୀ ଟିମକୁ ୪୩ ରନରେ ପରାସ୍ତ କରିଛି ଭାରତ। ଭାରତ ପ୍ରଥମେ ବ୍ଯାଟିଂ କରି ଶ୍ରୀଲଙ୍କା ଆଗରେ ବିଶାଳ ୨୧୪ ରନର ଟାର୍ଗେଟ ଦେଇଥିଲା। ଯାହାର ପିଛା କରି ଶ୍ରୀଲଙ୍କା ମାତ୍ର ୧୭୦ ରନ କରିପାରିଛି। ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ସମସ୍ତ  ୱିକେଟ ହରାଇ କରିଛି ୧୭୦ ରନ। ଭାରତର ରିଆନ ପରାଗଙ୍କୁ ସର୍ବାଧିକ ୩ ୱିକେଟ ମିଳିଛି। ଅର୍ଶଦୀପ ସିଂହ ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୧୩ ରନ କରିଥିଲା।ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୮ ରନ କରଥିଲେ। ଋଷଭ ପନ୍ତ ଦ୍ଵିତୀୟ ସର୍ବାଧିକ ୪୯ ରନ କରିଥିଲେ। ଯଶଶ୍ଵୀ ଜୟଶ୍ଵାଲଙ୍କ  ୪୦ ଏବଂ ଶୁବମନ ଗିଲଙ୍କ ୩୪ ବଳରେ ଭାରତ ଏହି ବିଶାଳ ସ୍କୋର ଛିଡ଼ା କରିଥିଲା।

The post ଶ୍ରୀଲଙ୍କାକୁ ପ୍ରଥମ ଟି-୨୦ ହରାଇଲା ଭାରତ appeared first on .