ଶ୍ରୀଲଙ୍କାରେ ଲୁଣ ପାଇଁ ସମସ୍ୟାରେ ଲୋକେ , ଏହି ପଡୋଶୀ ଦେଶକୁ ସାହାଯ୍ୟର ହାତ ବଢାଇଲା ଭାରତ

କଲମ୍ୱୋ – ଚାରିପଟେ ଘେରି ରହିଥିବା ସମୁଦ୍ରର ଦେଶ ଶ୍ରୀଲଙ୍କା ଏହି ସମୟରେ ଖୁବ୍‌ ସମସ୍ୟାରେ ପଡ଼ି ଯାଇଛି। ସେଠାରେ ଲୁଣର ସଙ୍କଟ ଖୁବ୍‌ ଗମ୍ଭୀର ହୋଇଛି। ପ୍ରବଳ ବର୍ଷା କାରଣରୁ ଗୋଟେପଟେ ଲୁଣ ଉତ୍ପାଦନ ଠପ୍‌ ହୋଇ ଯାଇଥିବା ବେଳେ , ଆଉଗୋଟେ ପଟେ ଉତ୍ପାଦିତ ଲୁଣର ଗଦା ବି ବର୍ଷାରେ ବହି ଯାଇଛି। ଏଥିରେ ଏହି ଦ୍ୱୀପ ଦେଶରେ ଆବଶ୍ୟକୀୟ ପରିମାଣର ଲୁଣର ଉତ୍ପାଦନ ବି ହୋଇ ପାରୁନାହିଁ  ଏବଂ ଲୋକେ ଲୁଣ ଭଳି ଜରୁରୀ ଜିନିଷ ପାଇଁ ଚିନ୍ତାରେ। ଲୁଣର ଘୋର ଅଭାବ କାରଣରୁ ସେଠାରେ ଏହାର ଦାମ୍‌ରେ ୩ରୁ ୪ ଗୁଣା ଯାଏ ବୃଦ୍ଧି ହୋଇଛି।ମିଡ଼ିଆ ରିପୋର୍ଟ ମୁତାବିକ, ଶ୍ରୀଲଙ୍କାରେ ବର୍ତ୍ତମାନ ଲୁଣ ୧୨୫ରୁ ୧୪୫ ଟଙ୍କା ପ୍ରତି କିଲୋ ମିଳୁଛି। ସେଠାରେ ଦେଶର ଆବଶ୍ୟକ ହିସାବରେ କେବଳ ୨୩ ପ୍ରତିଶତ ଲୁଣ ହିଁ ତିଆରି ହୋଇ ପାରୁଛି। ଏହି ମଧ୍ୟରେ ଭାରତ ପଡୋଶୀ ଦେଶକୁ ସାହାଯ୍ୟର ହାତ ବଢାଇଛି। ଭାରତ ୩୦୫୦ ମେଟ୍ରିକ୍‌ ଟନ୍‌ ଲୁଣ ଶ୍ରୀଲଙ୍କାରୁ ପଠାଇଛି, କିନ୍ତୁ ପ୍ରବଳ ବର୍ଷା କାରଣରୁ ଏହି ଲୁଣ ପହଞ୍ଚିବାରେ ବିଳମ୍ୱ ହୋଇଛି। ଏଥିରୁ ୨୮୦୦ ମେଟ୍ରିକ୍‌ ଟନ୍ ନ୍ୟାସନାଲ ସଲ୍ଟ କମ୍ପାନୀ ଆମଦାନୀ କରିଛି, ୨୫୦ ମେଟ୍ରିକ୍‌ ଟନ୍‌ର ଲୁଣ ପ୍ରାଇଭେଟ୍‌ ସେକ୍ଟରରର କମ୍ପାନୀମାନେ ପଠାଇଛନ୍ତି। ଆଶା କରାଯାଉଛି ଯେ , ଆଗାମୀ ସପ୍ତାହ ସୁଦ୍ଧା ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ। ଲୁଣ ଉତ୍ପାଦକଙ୍କ ଆସୋସିଏସନର କହିବା ହେଲା ଯେ, ସରକାରଙ୍କ ଦ୍ୱାରା ୩୦,୦୦୦ ମେ

ଶ୍ରୀଲଙ୍କାରେ ଲୁଣ ପାଇଁ ସମସ୍ୟାରେ ଲୋକେ , ଏହି ପଡୋଶୀ ଦେଶକୁ ସାହାଯ୍ୟର ହାତ ବଢାଇଲା ଭାରତ

କଲମ୍ୱୋ – ଚାରିପଟେ ଘେରି ରହିଥିବା ସମୁଦ୍ରର ଦେଶ ଶ୍ରୀଲଙ୍କା ଏହି ସମୟରେ ଖୁବ୍‌ ସମସ୍ୟାରେ ପଡ଼ି ଯାଇଛି। ସେଠାରେ ଲୁଣର ସଙ୍କଟ ଖୁବ୍‌ ଗମ୍ଭୀର ହୋଇଛି। ପ୍ରବଳ ବର୍ଷା କାରଣରୁ ଗୋଟେପଟେ ଲୁଣ ଉତ୍ପାଦନ ଠପ୍‌ ହୋଇ ଯାଇଥିବା ବେଳେ , ଆଉଗୋଟେ ପଟେ ଉତ୍ପାଦିତ ଲୁଣର ଗଦା ବି ବର୍ଷାରେ ବହି ଯାଇଛି। ଏଥିରେ ଏହି ଦ୍ୱୀପ ଦେଶରେ ଆବଶ୍ୟକୀୟ ପରିମାଣର ଲୁଣର ଉତ୍ପାଦନ ବି ହୋଇ ପାରୁନାହିଁ  ଏବଂ ଲୋକେ ଲୁଣ ଭଳି ଜରୁରୀ ଜିନିଷ ପାଇଁ ଚିନ୍ତାରେ। ଲୁଣର ଘୋର ଅଭାବ କାରଣରୁ ସେଠାରେ ଏହାର ଦାମ୍‌ରେ ୩ରୁ ୪ ଗୁଣା ଯାଏ ବୃଦ୍ଧି ହୋଇଛି।

ମିଡ଼ିଆ ରିପୋର୍ଟ ମୁତାବିକ, ଶ୍ରୀଲଙ୍କାରେ ବର୍ତ୍ତମାନ ଲୁଣ ୧୨୫ରୁ ୧୪୫ ଟଙ୍କା ପ୍ରତି କିଲୋ ମିଳୁଛି। ସେଠାରେ ଦେଶର ଆବଶ୍ୟକ ହିସାବରେ କେବଳ ୨୩ ପ୍ରତିଶତ ଲୁଣ ହିଁ ତିଆରି ହୋଇ ପାରୁଛି। ଏହି ମଧ୍ୟରେ ଭାରତ ପଡୋଶୀ ଦେଶକୁ ସାହାଯ୍ୟର ହାତ ବଢାଇଛି। ଭାରତ ୩୦୫୦ ମେଟ୍ରିକ୍‌ ଟନ୍‌ ଲୁଣ ଶ୍ରୀଲଙ୍କାରୁ ପଠାଇଛି, କିନ୍ତୁ ପ୍ରବଳ ବର୍ଷା କାରଣରୁ ଏହି ଲୁଣ ପହଞ୍ଚିବାରେ ବିଳମ୍ୱ ହୋଇଛି। ଏଥିରୁ ୨୮୦୦ ମେଟ୍ରିକ୍‌ ଟନ୍ ନ୍ୟାସନାଲ ସଲ୍ଟ କମ୍ପାନୀ ଆମଦାନୀ କରିଛି, ୨୫୦ ମେଟ୍ରିକ୍‌ ଟନ୍‌ର ଲୁଣ ପ୍ରାଇଭେଟ୍‌ ସେକ୍ଟରରର କମ୍ପାନୀମାନେ ପଠାଇଛନ୍ତି। ଆଶା କରାଯାଉଛି ଯେ , ଆଗାମୀ ସପ୍ତାହ ସୁଦ୍ଧା ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ। 

ଲୁଣ ଉତ୍ପାଦକଙ୍କ ଆସୋସିଏସନର କହିବା ହେଲା ଯେ, ସରକାରଙ୍କ ଦ୍ୱାରା ୩୦,୦୦୦ ମେଟ୍ରିକ୍‌ ଟନ୍‌ ଅଣ-ଆୟୋଡିନ ଲୁଣର ଆମଦାନୀରେ ବିଳମ୍ୱ କରାଯାଉଛି, ଯେଉଁଥିରେ ସ୍ଥିତି ଆହୁରି ବିଗିଡି ଯାଇଛି। ଶ୍ରୀଲଙ୍କାର ଲୋକ ସୋସିଆଲ ମିଡ଼ିଆରେ ଖାଲି ପଡ଼ିଥିବା ବଜାରର ଆଲମାର ଗୁଡି଼କର ଫଟୋ ସେୟାର କରୁଥିବା ବେଳେ ଆଉ କିଛି ଲୋକ ଦୁଃଖର ସହ କହିଛନ୍ତି ଯେ, ତାଙ୍କୁ ଲୁଣର ତଲାସ କରିବାକୁ ପଡ଼ୁଛି। 

କହି ରଖୁଛୁ ଯେ, ଆର୍ଥିକ ସଙ୍କଟରେ ଦେଇ ଗତି କରୁଥିବା ଶ୍ରୀଲଙ୍କରେ ଲୁଣିର ଅଭାବ ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ଭାରତ ମହାସାଗର ସ୍ଥିତ ଦକ୍ଷିଣ ଏସିଆର ଦେଶ ଏବେ ବି ଆର୍ଥିକ ସଙ୍କଟରୁ ମୁକୁଳିବାକୁ ସଂଘର୍ଷ କରୁଛି। ୨୦୨୨ରେ ବିଦେଶୀ ମୁଦ୍ରା ଭଣ୍ଡାରର ଅଭାବ ହେବାରୁ ଶ୍ରୀଲଙ୍କା ତୈଳ ଓ କୋଇଲାର ଆମଦାନୀ କରିବାରେ ଅସମର୍ଥ ହୋଇଥିଲା।