ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୧୦ା୬(ସୁବାସଚନ୍ଦ୍ର ପ୍ରଧାନ): ସୋମବାର ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ରବିବାର ରାତିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ମା’ପାର୍ବତୀଙ୍କ ମଙ୍ଗଳକୃତ୍ୟ ବିଧିମୁତାବକ ଅନୁଷ୍ଠିତ ହୋଇଯାଇଛି। ଦୈନିକ ନୀତି ସନ୍ଧ୍ୟାଧୂପରେ ଅଷ୍ଟଚଣ୍ଡୀ ଏବଂ ଅଷ୍ଟଶମ୍ଭୁଙ୍କୁ ଭୋଗ କରାଯାଇଥଲା। ୧୬ଟି ଖେଚୁଡ଼ି ହାଣ୍ଡିକୁ ପୂଜା କରାଯାଇଥିଲା। ପରେ ଠାକୁରାଣୀ ସନ୍ଧ୍ୟା ଧୂପ ସରିଥିଲା। ଏହା ପରେ ମନ୍ଦିରରେ ଥିବା ଅଷ୍ଟଶମ୍ଭୁଙ୍କୁ ଭୋଗ ସମର୍ପଣ କରାଯାଇଥିଲା। ସେବାୟତମାନେ ଅଷ୍ଟଶମ୍ଭୁଙ୍କୁ ସମର୍ପଣ କରିବାକୁ ଶୋଭାଯାତ୍ରାରେ ବାହାରିଥିଲେ। ପାଳିଆ ବଡୁ ସେବାୟତ ଅଷ୍ଟଚଣ୍ଡୀଙ୍କ ପାଖରେ ଫୁଲ, ଚନ୍ଦନ […] The post ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ appeared first on Dharitri Odia News.

ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୧୦ା୬(ସୁବାସଚନ୍ଦ୍ର ପ୍ରଧାନ): ସୋମବାର ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ରବିବାର ରାତିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ମା’ପାର୍ବତୀଙ୍କ ମଙ୍ଗଳକୃତ୍ୟ ବିଧିମୁତାବକ ଅନୁଷ୍ଠିତ ହୋଇଯାଇଛି। ଦୈନିକ ନୀତି ସନ୍ଧ୍ୟାଧୂପରେ ଅଷ୍ଟଚଣ୍ଡୀ ଏବଂ ଅଷ୍ଟଶମ୍ଭୁଙ୍କୁ ଭୋଗ କରାଯାଇଥଲା। ୧୬ଟି ଖେଚୁଡ଼ି ହାଣ୍ଡିକୁ ପୂଜା କରାଯାଇଥିଲା। ପରେ ଠାକୁରାଣୀ ସନ୍ଧ୍ୟା ଧୂପ ସରିଥିଲା। ଏହା ପରେ ମନ୍ଦିରରେ ଥିବା ଅଷ୍ଟଶମ୍ଭୁଙ୍କୁ ଭୋଗ ସମର୍ପଣ କରାଯାଇଥିଲା। ସେବାୟତମାନେ ଅଷ୍ଟଶମ୍ଭୁଙ୍କୁ ସମର୍ପଣ କରିବାକୁ ଶୋଭାଯାତ୍ରାରେ ବାହାରିଥିଲେ।

ପାଳିଆ ବଡୁ ସେବାୟତ ଅଷ୍ଟଚଣ୍ଡୀଙ୍କ ପାଖରେ ଫୁଲ, ଚନ୍ଦନ ଦେଇସାରିବା ପରେ ପତ୍ରୀ ସେବକ ପର୍ବ ଯାତ୍ରା ବିଶୋୟୀଙ୍କ ସହିତ ନେଇଥିବା ଚରୁଅନ୍ନକୁ ପୂଜାପଣ୍ଡା ସେବାୟତଙ୍କୁ ଦେଇଥିଲେ। ପୂଜାପଣ୍ଡା ସେବାୟତ ଉକ୍ତ ଖେଚୁଡ଼ି ହାଣ୍ଡିକୁ ଠାକୁରାଣୀଙ୍କୁ ସମର୍ପଣ କରିସାରିବା ପରେ ମନ୍ତ୍ର ମାଧ୍ୟମରେ ଶ୍ରୀଜୀଉଙ୍କ ବିବାହ ଉତ୍ସବରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିଲେ। ସମର୍ପଣ ସରିବା ପରେ ମନ୍ଦିରରେ ବଡ଼ସିଂହାର କରାଯାଇ ପହଡ଼ ପଡ଼ିଥିଲା।

The post ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ appeared first on Dharitri Odia News.