ଶ୍ରୀଶ ସିବିଆଇର ନୂତନ କ୍ଷେତ୍ରୀୟ ମୁଖ୍ୟ
ଭୁବନେଶ୍ୱର,୧୭।୪: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ସିବିଆଇ ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ରୀଶ କୁମାର ଶର୍ମା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବିହାରର ଧାନବାଦ କ୍ଷେତ୍ରୀୟ କାର୍ଯ୍ୟାଳୟରେ କ୍ଷେତ୍ରୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେହିଭଳି ଶର୍ମା ୨୦୨୩-୨୪ ଆର୍ଥିକ ବର୍ଷରେ ପଶ୍ଚିମବଙ୍ଗର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟଠାରେ ସିଆଇଏ ଭାବେ କାର୍ଯ୍ୟ କରିବା ସହ ବିହାର, ରାଞ୍ଚତ୍ ଓ ଚଣ୍ଡିଗଡ଼ ଭଳି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ […] The post ଶ୍ରୀଶ ସିବିଆଇର ନୂତନ କ୍ଷେତ୍ରୀୟ ମୁଖ୍ୟ appeared first on Dharitri Odia News.
ଭୁବନେଶ୍ୱର,୧୭।୪: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ସିବିଆଇ ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ରୀଶ କୁମାର ଶର୍ମା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବିହାରର ଧାନବାଦ କ୍ଷେତ୍ରୀୟ କାର୍ଯ୍ୟାଳୟରେ କ୍ଷେତ୍ରୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେହିଭଳି ଶର୍ମା ୨୦୨୩-୨୪ ଆର୍ଥିକ ବର୍ଷରେ ପଶ୍ଚିମବଙ୍ଗର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟଠାରେ ସିଆଇଏ ଭାବେ କାର୍ଯ୍ୟ କରିବା ସହ ବିହାର, ରାଞ୍ଚତ୍ ଓ ଚଣ୍ଡିଗଡ଼ ଭଳି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଥିଲାବେଳେ ଦୀର୍ଘ ୩୦ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଗ୍ରାହକମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିପାରିଛନ୍ତି। ଏପରିକି କ୍ଷେତ୍ରୀୟ ମୁଖ୍ୟ ଭାବେ ସେ ତୃଣମୂଳ ସ୍ତରର ବିକାଶ ନିମନ୍ତେ ଏମ୍ଏସ୍ଏମ୍ଇ, ରିଟେଲ, ସ୍ବୟଂ ସହାୟକ ଗୋଷ୍ଠୀ, ସିଡି ଅନୁପାତ, କାସା, ସାମାଜିକ ସୁରକ୍ଷା ଯୋଜନା, ସେଣ୍ଟ ୟୁପିଆଇ ଓ କେନ୍ଦ୍ର ଏବଂ ରାଜ୍ୟ ଅନୁମୋଦିତ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ବିଶେଷ ଧ୍ୟାନ ଦେବେ ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ,୧୯୯୨ରେ ଶର୍ମା ବ୍ୟାଙ୍କିଙ୍ଗ୍ କ୍ୟାରିୟର ଆରମ୍ଭ ସହ ଦେଶର ବିଭିନ୍ନ ପ୍ରାନ୍ତରେ ସେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଛନ୍ତି।
The post ଶ୍ରୀଶ ସିବିଆଇର ନୂତନ କ୍ଷେତ୍ରୀୟ ମୁଖ୍ୟ appeared first on Dharitri Odia News.