ଶ୍ୱଶୁର ଘର ଗାଁରେ ରଶି ଲଗାଇ ଆତ୍ମହତ୍ୟା କଲେ ଜ୍ୱାଇଁ

ପାଟଣା,୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗପଶି ଶ୍ୱଶୁର ଘର ଗାଁକୁ ଆସିଥିବା ଜଣେ ୨୩ ବର୍ଷୀୟ ଜ୍ୱାଇଁ ବିଲ ମଝିରେ ଥିବା ନିମ୍ବ ଗଛରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ଜଣକ ହେଉଛନ୍ତି ସାହାରପଡ଼ା ବ୍ଲକ ମାଛଗଡ଼ ପଞ୍ଚାୟତ ଅସ୍ତ ଯୋଡ଼ି ଗ୍ରାମର ଲେମ୍ବୁଧର ନାଏକଙ୍କ ପୁଅ ମହେଶ୍ୱର। ପୋଲିସ ସୂଚନାନୁଯାୟୀ, ମହେଶ୍ୱର ଚେନ୍ନାଇରେ କାମ କରୁଥିଲେ। ମଙ୍ଗଳବାର ଶ୍ୱଶୁର ଘର […] The post ଶ୍ୱଶୁର ଘର ଗାଁରେ ରଶି ଲଗାଇ ଆତ୍ମହତ୍ୟା କଲେ ଜ୍ୱାଇଁ appeared first on Dharitri Odia News.

ଶ୍ୱଶୁର ଘର ଗାଁରେ ରଶି ଲଗାଇ ଆତ୍ମହତ୍ୟା କଲେ ଜ୍ୱାଇଁ

ପାଟଣା,୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗପଶି ଶ୍ୱଶୁର ଘର ଗାଁକୁ ଆସିଥିବା ଜଣେ ୨୩ ବର୍ଷୀୟ ଜ୍ୱାଇଁ ବିଲ ମଝିରେ ଥିବା ନିମ୍ବ ଗଛରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ଜଣକ ହେଉଛନ୍ତି ସାହାରପଡ଼ା ବ୍ଲକ ମାଛଗଡ଼ ପଞ୍ଚାୟତ ଅସ୍ତ ଯୋଡ଼ି ଗ୍ରାମର ଲେମ୍ବୁଧର ନାଏକଙ୍କ ପୁଅ ମହେଶ୍ୱର।

ପୋଲିସ ସୂଚନାନୁଯାୟୀ, ମହେଶ୍ୱର ଚେନ୍ନାଇରେ କାମ କରୁଥିଲେ। ମଙ୍ଗଳବାର ଶ୍ୱଶୁର ଘର ଦିଗପଶି ଗ୍ରାମର ପରମେଶ୍ବରଙ୍କ ଘରକୁ ସ୍ତ୍ରୀଙ୍କୁ ଚେନ୍ନାଇ ନେବାକୁ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମହେଶ୍ୱର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଥିବା ସାହାରପଡ଼ା ଫାଣ୍ଡି ଅଧିକାରୀ ପାତ୍ର ଓରାମ କହିଛନ୍ତି। ଏନେଇ ପାଟଣା ଥାନାରେ ୧୧/୨୫ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

The post ଶ୍ୱଶୁର ଘର ଗାଁରେ ରଶି ଲଗାଇ ଆତ୍ମହତ୍ୟା କଲେ ଜ୍ୱାଇଁ appeared first on Dharitri Odia News.