ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଡାକ୍ତରଖାନରେ ପରୀକ୍ଷା ପରେ ସାମ୍ନାକୁ ଆସିଲା ସତ

କେନ୍ଦୁଝର: ପୁଣିଥରେ ଜଣେ ସ୍କୁଲ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ଷଷ୍ଠଶ୍ରେଣୀ ଛାତ୍ରୀ ଗର୍ଭବତୀ ରହିଥିବା ନେଇ ହଇଚଇ ସୃଷ୍ଟି ହୋଇଛି। କେନ୍ଦୁଝର ଚମ୍ପୁଆ ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ରହିଛି। ଡାକ୍ତରଖାନାରେ ପରୀକ୍ଷା ପରେ ସାମ୍ନାକୁ ଆସିଲା ସତ। ଛାତ୍ରୀଙ୍କ ସମ୍ପର୍କୀୟ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ରହିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାକୁ ନିର୍ଦ୍ଦେଶ। ପ୍ରଶାସନ ପକ୍ଷରୁ ଏତଲା ଦେବାକୁ ପ୍ରଧାନଶିକ୍ଷକଙ୍କୁ […]

ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଡାକ୍ତରଖାନରେ ପରୀକ୍ଷା ପରେ ସାମ୍ନାକୁ ଆସିଲା ସତ

କେନ୍ଦୁଝର: ପୁଣିଥରେ ଜଣେ ସ୍କୁଲ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ଷଷ୍ଠଶ୍ରେଣୀ ଛାତ୍ରୀ ଗର୍ଭବତୀ ରହିଥିବା ନେଇ ହଇଚଇ ସୃଷ୍ଟି ହୋଇଛି। କେନ୍ଦୁଝର ଚମ୍ପୁଆ ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ରହିଛି।

ଡାକ୍ତରଖାନାରେ ପରୀକ୍ଷା ପରେ ସାମ୍ନାକୁ ଆସିଲା ସତ। ଛାତ୍ରୀଙ୍କ ସମ୍ପର୍କୀୟ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ରହିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାକୁ ନିର୍ଦ୍ଦେଶ। ପ୍ରଶାସନ ପକ୍ଷରୁ ଏତଲା ଦେବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧୦ମ ଛାତ୍ରୀଙ୍କ ପ୍ରସବ: ବରୀ ବ୍ଲକ ଅଞ୍ଚଳର ୧୦ମ ଶ୍ରେଣୀ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସୂଚନାନୁଯାୟୀ, ବରୀ ମେଡିକାଲରୁ ଛାତ୍ରୀ ଜଣଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଛି।

ଫେବୃଆରୀ 25 ତାରିଖରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ହଷ୍ଟେଲରେ ପ୍ରସବ କରିଥିଲେ ୧୦ମ ଶ୍ରେଣୀ ଛାତ୍ରୀ। ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ କଲେ ପ୍ରସବ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା।