ଷ୍ଟମ୍ପ୍‌ରେ ବାଜି ନ ଥିଲା ବଲ୍‌, ଆଉଟ୍‌ ହୋଇଗଲେ ଜାଡେଜା: ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୨।୫: ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ଖେଳି ଆରଆର ୨୦ ଓଭରରେ ୧୪୧ ରନ ସ୍କୋର କରିଥିଲା। ଟାର୍ଗେଟକୁ ପିଛା କରି ଚେନ୍ନାଇ ଦଳ ସହଜରେ ମ୍ୟାଚ୍‌ ଜିତିନେଇଥିଲା। ୧୬ତମ ଓଭରରେ ରବିନ୍ଦ୍ର ଜାଡେଜା ଖେଳୁଥିବା ବଲଟି ଷ୍ଟମ୍ପକୁ ସ୍ପର୍ଶ ନ କରି ତାଙ୍କୁ ଆଉଟ୍‌ ଘୋଷିତ କରାଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚେନ୍ନାଇ […] The post ଷ୍ଟମ୍ପ୍‌ରେ ବାଜି ନ ଥିଲା ବଲ୍‌, ଆଉଟ୍‌ ହୋଇଗଲେ ଜାଡେଜା: ଦେଖନ୍ତୁ ଭିଡିଓ appeared first on Dharitri Odia News.

ଷ୍ଟମ୍ପ୍‌ରେ ବାଜି ନ ଥିଲା ବଲ୍‌, ଆଉଟ୍‌ ହୋଇଗଲେ ଜାଡେଜା: ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୨।୫: ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ଖେଳି ଆରଆର ୨୦ ଓଭରରେ ୧୪୧ ରନ ସ୍କୋର କରିଥିଲା। ଟାର୍ଗେଟକୁ ପିଛା କରି ଚେନ୍ନାଇ ଦଳ ସହଜରେ ମ୍ୟାଚ୍‌ ଜିତିନେଇଥିଲା। ୧୬ତମ ଓଭରରେ ରବିନ୍ଦ୍ର ଜାଡେଜା ଖେଳୁଥିବା ବଲଟି ଷ୍ଟମ୍ପକୁ ସ୍ପର୍ଶ ନ କରି ତାଙ୍କୁ ଆଉଟ୍‌ ଘୋଷିତ କରାଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସର ୧୫ତମ ଓଭରରେ ଏହା ଘଟିଛି। ୧୬ତମ ଓଭରରେ ବୋଲିଂ କରିବାକୁ ଆସିଥିବା ଆବେଶ ଖାନ ପ୍ରଥମ ୪ ବଲରେ ଚାରି ରନ ଦେଇଥିଲେ। କ୍ୟାପଟେନ ଋତୁରାଜ ଗାଏକ୍ୱାଡ ଏବଂ ରବିନ୍ଦ୍ର ଜାଡେଜା କ୍ରିଜରେ ଥିଲେ। ଏହି ସମୟରେ ପଞ୍ଚମ ବଲକୁ ଜାଡେଜା ବ୍ୟାଟିଂ କରିଥିଲେ। ଜାଡେଜା ୨ ରନ ନେବାକୁ ଚାହୁଁଥିଲେ, କିନ୍ତୁ ଗାଏକ୍ୱାଡ ରନ କରି ନ ଥିଲେ। ତେଣୁ ଯେତେବେଳେ ଜାଡେଜା ଦ୍ୱିତୀୟ ରନ ପାଇଁ ଅଧା ପିଚ ଉପରେ ଦୌଡି ଥିଲେ, ତାଙ୍କୁ ନନ୍‌-ଷ୍ଟ୍ରାଇକ ଏଣ୍ଡକୁ ଶୀଘ୍ର ଫେରିବାକୁ ପଡିଲା। ଉଇକେଟ କିପର ସଞ୍ଜୁ ସାମସନ ସିଧାସଳଖ ହିଟ କରିବାକୁ ଚେଷ୍ଟା କରିଥିଲେ, ଜାଡେଜା ବଲ ଏବଂ ଷ୍ଟମ୍ପ ମଧ୍ୟରେ ଆସିଥିଲେ। ଅମ୍ପାୟାର ଏକ ରିଭ୍ୟୁ ପାଇଁ ସୂଚାଇ ଦେଇଥିଲେ ଯେ ଜାଡେଜା ବଲକୁ ଷ୍ଟମ୍ପ ମାରିବାରେ ବାଧା ଦେଇଛନ୍ତି। ଏହି କାରଣରୁ ଜାଡେଜାଙ୍କୁ ଆଉଟ୍‌ ଘୋଷଣା କରାଯାଇଥିଲା।

The post ଷ୍ଟମ୍ପ୍‌ରେ ବାଜି ନ ଥିଲା ବଲ୍‌, ଆଉଟ୍‌ ହୋଇଗଲେ ଜାଡେଜା: ଦେଖନ୍ତୁ ଭିଡିଓ appeared first on Dharitri Odia News.