ଷ୍ଟାର୍ମରଙ୍କ କ୍ୟାବିନେଟରେ କେବଳ ଜଣେ ବ୍ରିଟିସ ଭାରତୀୟ ଲିସା
ଲଣ୍ଡନ: ଲେବର ପାର୍ଟିରେ ଏବେ ୧୯ ଜଣ ଭାରତୀୟ ବଂଶେଦ୍ଭବ ସାଂସଦ ଥିବା ସତ୍ତ୍ୱେ ନୂଆ ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ କେବଳ ଜଣେ ଭାରତୀୟ ବଂଶୋଦ୍ଭବ ସାଂସଦ ଲିସା ନନ୍ଦୀ ସ୍ଥାନ ପାଇଛନ୍ତି। ୨୦୧୯ରେ ବୋରିସ୍ ଜନସନ୍ ଗଠନ କରିଥିବା କ୍ୟାବିନେଟ୍ଠାରୁ ଏହା ସଂପୂର୍ଣ୍ଣ ବିପରୀତ ବୋଲି କୁହାଯାଉଛି। ଗତ ୧୦ ବର୍ଷ ମଧ୍ୟରେ ଏହା ବ୍ରଟିସ ଭାରତୀୟଙ୍କ କ୍ଷେତ୍ରରେ ସବୁଠୁ କମ୍ ପ୍ରତିନିଧିତ୍ବ ହୋଇଛି। ଅନ୍ୟପଟେ କାଶ୍ମୀର ପ୍ରସଙ୍ଗରେ ଭାରତ ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା […]

ଲଣ୍ଡନ: ଲେବର ପାର୍ଟିରେ ଏବେ ୧୯ ଜଣ ଭାରତୀୟ ବଂଶେଦ୍ଭବ ସାଂସଦ ଥିବା ସତ୍ତ୍ୱେ ନୂଆ ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ କେବଳ ଜଣେ ଭାରତୀୟ ବଂଶୋଦ୍ଭବ ସାଂସଦ ଲିସା ନନ୍ଦୀ ସ୍ଥାନ ପାଇଛନ୍ତି। ୨୦୧୯ରେ ବୋରିସ୍ ଜନସନ୍ ଗଠନ କରିଥିବା କ୍ୟାବିନେଟ୍ଠାରୁ ଏହା ସଂପୂର୍ଣ୍ଣ ବିପରୀତ ବୋଲି କୁହାଯାଉଛି। ଗତ ୧୦ ବର୍ଷ ମଧ୍ୟରେ ଏହା ବ୍ରଟିସ ଭାରତୀୟଙ୍କ କ୍ଷେତ୍ରରେ ସବୁଠୁ କମ୍ ପ୍ରତିନିଧିତ୍ବ ହୋଇଛି। ଅନ୍ୟପଟେ କାଶ୍ମୀର ପ୍ରସଙ୍ଗରେ ଭାରତ ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା ବ୍ରିଟିସ ପାକିସ୍ତାନୀ ସାଂସଦ ଶବାନା ମହମ୍ମଦଙ୍କୁ ନ୍ୟାୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ମାଞ୍ଚେଷ୍ଟରରେ ଜନ୍ମିତ ଲିସା ନନ୍ଦୀ, ଷ୍ଟାର୍ମରଙ୍କ କ୍ୟାବିନେଟ୍ରେ ସଂସ୍କୃତି, ଗଣମାଧ୍ୟମ ଏବଂ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ବରେ ଅଛନ୍ତି। ଲିସାଙ୍କ ପିତା ହେଉଛନ୍ତି କୋଲକାତାରେ ଜନ୍ମିତ ଶିକ୍ଷାବିତ୍ ଦୀପକ ନନ୍ଦୀ, ଯିଏ ବ୍ରିଟେନରେ ରୁହନ୍ତି ଏବଂ ଲେବର ପାର୍ଟିକୁ ୧୯୭୬ ମସିହାରୁ ବିଭିନ୍ନ ପ୍ରାଶାସନିକ କାର୍ଯ୍ୟରେ ସହାୟତା କରିଛନ୍ତି।