ପାର୍ଟିରେ ରୁହନ୍ତୁ ଗ୍ଲାମରସ୍‌

ସର୍ବଦା ଯୁବତୀମାନେ ସୁନ୍ଦର ଦେଖାଯିବାକୁ ଅନେକ କସରତ କରନ୍ତି । ଯେ କୌଣସି ବି ଉତ୍ସବ ହେଉ ସେମାନେ ନିଜର ପୋଷାକ ଉପରେ ଧ୍ୟାନ ଦିଅନ୍ତି । କେଉଁ ଡ୍ରେସ ପିନ୍ଧିବେ କେଉଁ ଭଳି ମେକଅପ୍‌ ନେବେ ସେ ନେଇ ଦ୍ୱନ୍ଦରେ ରୁହନ୍ତି । ତେବେ କୌଣସି ପାର୍ଟିରେ ନିଜକୁ ଗ୍ଲାମରସ୍‌ ଅନ୍ଦାଜରେ ଦେଖିବାକୁ ଚାହୁଁଥିଲେ ଆପଣାନ୍ତୁ ନିମ୍ନ ଟିପ୍ସ । ସର୍ବଦା ପାର୍ଟି ପାଇଁ ନିଜ ସ୍କିନ୍‌ ଟୋନ୍‌ ହିସାବରେ ପୋଷାକ ବାଛନ୍ତୁ । ଏହାସହ […]

ପାର୍ଟିରେ ରୁହନ୍ତୁ ଗ୍ଲାମରସ୍‌
ପାର୍ଟିରେ ରୁହନ୍ତୁ ଗ୍ଲାମରସ୍‌

ସର୍ବଦା ଯୁବତୀମାନେ ସୁନ୍ଦର ଦେଖାଯିବାକୁ ଅନେକ କସରତ କରନ୍ତି । ଯେ କୌଣସି ବି ଉତ୍ସବ ହେଉ ସେମାନେ ନିଜର ପୋଷାକ ଉପରେ ଧ୍ୟାନ ଦିଅନ୍ତି । କେଉଁ ଡ୍ରେସ ପିନ୍ଧିବେ କେଉଁ ଭଳି ମେକଅପ୍‌ ନେବେ ସେ ନେଇ ଦ୍ୱନ୍ଦରେ ରୁହନ୍ତି । ତେବେ କୌଣସି ପାର୍ଟିରେ ନିଜକୁ ଗ୍ଲାମରସ୍‌ ଅନ୍ଦାଜରେ ଦେଖିବାକୁ ଚାହୁଁଥିଲେ ଆପଣାନ୍ତୁ ନିମ୍ନ ଟିପ୍ସ ।
ସର୍ବଦା ପାର୍ଟି ପାଇଁ ନିଜ ସ୍କିନ୍‌ ଟୋନ୍‌ ହିସାବରେ ପୋଷାକ ବାଛନ୍ତୁ । ଏହାସହ ଏଭଳି ଡ୍ରେସ ବାଛନ୍ତୁ ଯାହା ନିଜର ବ୍ୟକ୍ତିତ୍ୱକୁ ସୁହାଇବ । ଯେଉଁ ପୋଷାକରେ ଅସହଜ ଅନୁଭୂତି କରିବେ ସେ ଭଳି ଡ୍ରେସ କଦାପି ପିନ୍ଧନ୍ତୁ ନାହିଁ । ଡ୍ରେସ କଲର ସର୍ବଦା ଡାର୍କ ରଖନ୍ତୁ । ଜୁଏଲାରୀ ସବୁବେଳେ ଡ୍ରେସ ସହ ମ୍ୟାଚ କରି ପିନ୍ଧନ୍ତୁ । ଯାହା ଏକ ଟ୍ରେଣ୍ଡି ଲୁକ୍‌ ଦେଇଥାଏ । ତେବେ ସିମ୍ପଲ ଡ୍ରେସ ପିନ୍ଧିବାକୁ ଚାହୁଁଥିଲେ ଜୁଏଲାରୀ ଷ୍ଟାଇଲିସ୍‌ ପିନ୍ଧନ୍ତୁ । ଜୁଏଲାରୀ ପରେ ଜୋତା ମଧ୍ୟ ଟ୍ରେଣ୍ଡ ହିସାବରେ ବାଛନ୍ତୁ । ଆପଣ ଯେଉଁଥିରେ କମ୍ଫଟେବୁଲ୍‌ ସେହି ଭଳି ଜୋତା ପିନ୍ଧନ୍ତୁ । ରାତିରେ ପାର୍ଟି ହେଉଥିଲେ ହେଭି ମେକଅପ୍‌ ନିଅନ୍ତୁ । ଏହା ଆପଣଙ୍କୁ ଗ୍ଲାମରସ୍‌ କରିବା ସହିତ ଫଟୋଜେନିକ ମଧ୍ୟ କରିବ ।