ପଶ୍ଚିମବଙ୍ଗରେ ଆଧାର କାର୍ଡ ଅଚଳ ମାମଲାରେ ମୋଦୀଙ୍କୁ ଚିଠି ଲେଖିଲେ ମମତା
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଅନୁସୂଚିତ ଜାତି ଏବଂ ଜନଜାତି ଶ୍ରେଣୀର ଲୋକଙ୍କ ଆଧାର କାର୍ଡ ଅଚଳ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖିଛନ୍ତି। ସ୍ବାଭାବିକ ନ୍ୟାୟର ଏହା ଏକ ଉଲ୍ଲଂଘନ ବୋଲି ମମତା କହିଛନ୍ତି। ଅନୁସୂଚିତ ଜାତି ଏବଂ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କୁ ପୂର୍ବରୁ କିଛି ସୂଚନା ନଦେଇ ସେମାନଙ୍କ ଆଧାର ଅଚଳ କରିଦିଆଯାଇଛି ବୋଲି ମମତା କହିଛନ୍ତି। ମମତା କହିଛନ୍ତି, […]

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଅନୁସୂଚିତ ଜାତି ଏବଂ ଜନଜାତି ଶ୍ରେଣୀର ଲୋକଙ୍କ ଆଧାର କାର୍ଡ ଅଚଳ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖିଛନ୍ତି। ସ୍ବାଭାବିକ ନ୍ୟାୟର ଏହା ଏକ ଉଲ୍ଲଂଘନ ବୋଲି ମମତା କହିଛନ୍ତି। ଅନୁସୂଚିତ ଜାତି ଏବଂ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କୁ ପୂର୍ବରୁ କିଛି ସୂଚନା ନଦେଇ ସେମାନଙ୍କ ଆଧାର ଅଚଳ କରିଦିଆଯାଇଛି ବୋଲି ମମତା କହିଛନ୍ତି। ମମତା କହିଛନ୍ତି, ଅନେକ ସଂଖ୍ୟାରେ ଲୋକ ଏନେଇ ରାଜ୍ୟ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମମତା କହିଛନ୍ତି, ରାଜ୍ୟରେ ପ୍ରତିଟି ଲୋକ ଉକ୍ତ ପ୍ରସଙ୍ଗରେ ଖୁବ୍ ଭୟରେ ଅଛନ୍ତି। ତେବେ ବିନା କୌଣସି କାରଣ ଦର୍ଶାଇ ଆଧାର କାହିଁ ଅଚଳ କରାଯାଇଛି ବୋଲି ମମତା ପ୍ରଶ୍ନ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ଲୋକଙ୍କୁ ବାଦ୍ ଦେବାପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ମମତା ଅଭିଯୋଗ କରିଛନ୍ତି। ମମତା ମଧ୍ୟ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।