ଷ୍ଟେଶନରେ ଦଳାଚକଟା, ୯ ଆହତ
ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି। କିଛି ଲୋକ ମାସେ ପୂର୍ବରୁ ଟିକେଟ୍ ବୁକିଂ କରିଥିଲେ, ଆଉ କେତେକ ବିନା ଟିକେଟ୍ରେ ମଧ୍ୟ ଘରକୁ ଯିବା ପାଇଁ ଟ୍ରେନ୍ରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ରବିବାର ମହାରାଷ୍ଟ୍ରର ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେଶନରେ ଦଳଚକଟା ହୋଇଛି। ଏହି ଦଳାଚକଟାରେ ୯ ଜଣ ଆହତ ହୋଇଥିବାବେଳେ ସେଥି ମଧ୍ୟରୁ ୨ ଜଣ ଗୁରୁତର ହୋଇଥିବା ସୂଚନା […] The post ଷ୍ଟେଶନରେ ଦଳାଚକଟା, ୯ ଆହତ appeared first on Dharitri Odia News.
ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି। କିଛି ଲୋକ ମାସେ ପୂର୍ବରୁ ଟିକେଟ୍ ବୁକିଂ କରିଥିଲେ, ଆଉ କେତେକ ବିନା ଟିକେଟ୍ରେ ମଧ୍ୟ ଘରକୁ ଯିବା ପାଇଁ ଟ୍ରେନ୍ରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ରବିବାର ମହାରାଷ୍ଟ୍ରର ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେଶନରେ ଦଳଚକଟା ହୋଇଛି।
ଏହି ଦଳାଚକଟାରେ ୯ ଜଣ ଆହତ ହୋଇଥିବାବେଳେ ସେଥି ମଧ୍ୟରୁ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ୧ନଂ ପ୍ଲାଟ୍ଫର୍ମରେ ଲୋକେ ଟ୍ରେନ୍କୁ ଅପେକ୍ଷା କରିଥିବା ବେଳେ ପ୍ରବଳ ଭିଡ଼ ଯୋଗୁ ଏହି ଦଳାଚକଟା ହୋଇଥିଲା।
ସୂଚନାରୁ ପ୍ରକାଶ ଯେ, ଟ୍ରେନ୍ ନଂ ୨୨୯୨୧ ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସରେ ଚଢ଼ିବା ସମୟରେ ଏହି ଘଟଣା ଘଟିଛି। ଆହତମାନଙ୍କ ମଧ୍ୟରେ ସବୀର ଅବଦୁଲ୍ ରେହମାନ (୪୦), ପରମେଶ୍ୱର ସୁଖଦାର ଗୁପ୍ତା (୨୮), ରବୀନ୍ଦ୍ର ହରିହର ଚୁମା (୩୦), ରାମସେବକ ରବୀନ୍ଦ୍ର ପ୍ରସାଦ ପ୍ରଜାପତି (୨୯), ସଞ୍ଜୟ ତିଲକରାମ କଙ୍ଗାଇ (୨୭), ଦିବ୍ୟାଂଶୁ ଯୋଗେନ୍ଦ୍ର ଯାଦବ (୧୮), ମହମ୍ମଦ ଶରିଫ ଶେଖ(୨୫), ଇନ୍ଦ୍ରଜିତ୍ ସାହାଣୀ(୧୯), ନୂର୍ ମହମ୍ମଦ ଶେଖ୍(୧୮) ରହିଥିବା ପଶ୍ଚିମ ରେଲଓ୍ବେ ସିପିଆର୍ଓ ବିନୀତ ଅଭିଷେକ କହିଛନ୍ତି।
The post ଷ୍ଟେଶନରେ ଦଳାଚକଟା, ୯ ଆହତ appeared first on Dharitri Odia News.