ଷ୍ଟେସନ ଅଞ୍ଚଳରେ ମାତିଛନ୍ତି ଲେଡି ଲୁଟେରା : ଧମକ ଦେଇ କରୁଛନ୍ତି ଲୁଟ୍‌, ପାଟି ଖୋଲିଲେ ରେପ୍‌ କେସ୍‌

ଭୁବନେଶ୍ବର : ଷ୍ଟେସନ ଅଞ୍ଚଳରେ ପୁଣି ମାତିଛନ୍ତି ଲେଡି ଲୁଟେରା। କିଛି ଦିନ ତଳେ ଏନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣା ଉପରେ ନଜର ରଖିଥିଲା। ହେଲେ ଏବେ ପୁଣି ପୂର୍ବପରି ନିଜ ଉତ୍ପାତ ଆରମ୍ଭ କରିଦେଲେଣି ଲେଡି ଲୁଟେରା। ଟ୍ରେନ୍‌ରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଏମାନେ ଟାର୍ଗେଟ କରିବା ସହ ଧମକ ଦେଇ ଟଙ୍କା, ମୋବାଇଲ ଆଦି ଲୁଟ୍‌ କରୁଛନ୍ତି। ଆଉ ଯଦି କିଏ ପାଟି ଖୋଲିଲା ତେବେ ମାଡ଼, ନହେଲେ ଦେଉଛନ୍ତି ରେପ୍ […]

ଷ୍ଟେସନ ଅଞ୍ଚଳରେ ମାତିଛନ୍ତି ଲେଡି ଲୁଟେରା : ଧମକ ଦେଇ କରୁଛନ୍ତି ଲୁଟ୍‌, ପାଟି ଖୋଲିଲେ ରେପ୍‌ କେସ୍‌
Kharvelnagar Police arrest 2 lady looters in Master Canteen

ଭୁବନେଶ୍ବର : ଷ୍ଟେସନ ଅଞ୍ଚଳରେ ପୁଣି ମାତିଛନ୍ତି ଲେଡି ଲୁଟେରା। କିଛି ଦିନ ତଳେ ଏନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣା ଉପରେ ନଜର ରଖିଥିଲା। ହେଲେ ଏବେ ପୁଣି ପୂର୍ବପରି ନିଜ ଉତ୍ପାତ ଆରମ୍ଭ କରିଦେଲେଣି ଲେଡି ଲୁଟେରା। ଟ୍ରେନ୍‌ରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଏମାନେ ଟାର୍ଗେଟ କରିବା ସହ ଧମକ ଦେଇ ଟଙ୍କା, ମୋବାଇଲ ଆଦି ଲୁଟ୍‌ କରୁଛନ୍ତି। ଆଉ ଯଦି କିଏ ପାଟି ଖୋଲିଲା ତେବେ ମାଡ଼, ନହେଲେ ଦେଉଛନ୍ତି ରେପ୍ କେସର ଧମକ।

ପୂର୍ବରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିଲା। ଯାହା ପରେ ପଲିସ କିଛି ଯୁବତୀଙ୍କୁ ଗିରଫ କରିଥିଲା। ତେବେ ଆଜି ପୁଣି ଟ୍ରେନରୁ ଓହ୍ଲାଇ ଘରକୁ ଯାଇଥିବା ଜଣେ ଯାତ୍ରୀଙ୍କୁ ଲୁଟିବା ଘଟଣାରେ ୨ ଜଣ ଲେଡି ଲୁଟେରା ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ । ଅଭିଯୋଗ ଅନୁସାରେ ଶ୍ରୀସନ୍ତ ମଲ୍ଲିକ ଦିଲ୍ଲୀରୁ ନିଜଘର ରାୟଗଡାକୁ ଯାଉଥିବା ବେଳେ ଗତକାଲି ସନ୍ଧ୍ୟାରେ ଭୋକ ଲାଗିବାରୁ ଷ୍ଟେସନରେ ଓହ୍ଲାଇ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଏକ ବିରିୟାନି ଷ୍ଟଲ ନିକଟକୁ ଯାଇ ସେଠାରେ ଖାଦ୍ୟ ଖାଇଥିଲେ ।

ସେ ଖାଦ୍ୟ ଖାଇବା ପରେ ଦୋକାନୀଙ୍କୁ ଟଙ୍କା ଦେବା ସମୟରେ,ଦୁଇ ଅଭିଯୁକ୍ତ ସେଠାରେ ପହଞ୍ଚି ତାଙ୍କୁ ନାନା ପ୍ରକାର ଧମକ ଚମକ ଦେବା ସହିତ ମାଡ଼ ମାରିଥିଲେ ଏବଂ ପାଖରେ ଥିବା ୧୦,୦୦୦ ଟଙ୍କା ଜୋରଜବରଦସ୍ତ ଛଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ଅଭିଯୋଗକାରୀ ଜଣକ ଆଖପାଖରେ ଥିବା ଲୋକଙ୍କୁ ପଚରାଉଚରା କରି ଉଭୟ ଅଭିଯୁକ୍ତଙ୍କ ନାମ ପରବିନ ଓ ସନ୍ତୋଷୀ ବୋଲି ଜାଣିବା ପରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଘଟଣା ନେଇ ଅଭିଯୋଗ ପରେ, ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ମାଷ୍ଟର-କ୍ୟାଣ୍ଟିନ ଅଞ୍ଚଳରେ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କ ନିକଟରୁ ଅଭିଯୋଗକାରୀଙ୍କ ଲୁଟ ହୋଇଥବା ୧୦,୦୦୦ ଟଙ୍କା ଜବତ କରିଛି।