ସଂଗଠନକୁ ମଜଭୁତ କର, ଲୋକଙ୍କ ସେବା ଜାରି ରଖ: ନବୀନ

ଭୁୁବନେଶ୍ୱର : ଶଙ୍ଖ ଭବନରେ ଆୟୋଜିତ ନୟାଗଡ ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ଆମ ସରକାର ସମୟରେ ଓଡିଶାର ବହୁତ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଆପଣମାନେ ଆଗାମୀ ଦିନରେ ପରିଶ୍ରମ କରି ଲୋକଙ୍କ ନିକଟକୁ ଯାଇ […]

ସଂଗଠନକୁ ମଜଭୁତ କର, ଲୋକଙ୍କ ସେବା ଜାରି ରଖ: ନବୀନ
Strengthen the organization, continue to serve the people said Naveen

ଭୁୁବନେଶ୍ୱର : ଶଙ୍ଖ ଭବନରେ ଆୟୋଜିତ ନୟାଗଡ ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି।

ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ଆମ ସରକାର ସମୟରେ ଓଡିଶାର ବହୁତ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଆପଣମାନେ ଆଗାମୀ ଦିନରେ ପରିଶ୍ରମ କରି ଲୋକଙ୍କ ନିକଟକୁ ଯାଇ ସେବା କରନ୍ତୁ। ନିଶ୍ଚିତ ଭାବେ ଓଡିଶାବାସୀ ପୁଣି ସେବା କରିବାର ସୁଯୋଗ ଆମକୁ ଦେବେ। ରାଜ୍ୟରେ ବିଜେପି ସରକାରର ଭ୍ରଷ୍ଟାଚାର ଓ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ମିଛ କହି ଲୋକଙ୍କ ଠାରୁ ଭୋଟ ନେଇଥିବା ବିଜେପି ଏବେ କେବଳ ଲୋକଙ୍କୁ ପ୍ରତାରଣା ଦେଇ ଚାଲିଛି। ଆପଣମାନେ ଏକତ୍ରୀତ ହୋଇ ଏ ପ୍ରବଞ୍ଚକ ସରକାର ଓ ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖନ୍ତୁ। ମୁଁ ଆପଣମାନଙ୍କ ସହ ସଦାସର୍ବଦା ରହିଛି। ବର୍ଷା ପରେ ମୁଁ ନୟାଗଡ ଜିଲ୍ଲାକୁ ଯାଇ ଆପଣଙ୍କୁ ଭେଟିବି ବୋଲି କହିଥିଲେ।

ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ନୟାଗଡ ବିଧାୟକ ଡକ୍ଟର ଅରୁଣ ସାହୁ, ଦଶପଲ୍ଲା ବିଧାୟକ ରମେଶ ବେହେରା, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଭାପୁର ବ୍ଲକର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାର ନେତୃବର୍ଗ ଯୋଗ ଦେଇଥିଲେ।