ସଂଶୋଧିତ ୱାକଫ ଆଇନ ଲାଗୁ, ପ୍ରତ୍ୟାହାର ଦାବିରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପରିସ୍ଥିତି

ନୂଆଦିଲ୍ଲୀ: ଆଜିଠାରୁ(ମଙ୍ଗଳବାର) ସାରା ଦେଶରେ ୱାକଫ (ସଂଶୋଧନ) ଆଇନ ୨୦୨୫ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସଂସଦରେ ପାରିତ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଲାଗୁ ହେଲା ସଂଶୋଧିତ ୱାକଫ ଆଇନ । ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଶନିବାର ୫ ଏପ୍ରିଲ୍ ରେ ଏହାକୁ ଅନୁମୋଦନ କରିଥିଲେ। ତେବେ ଏହାର ପ୍ରତ୍ୟାହାର ଦାବିରେ […]

ସଂଶୋଧିତ ୱାକଫ ଆଇନ ଲାଗୁ, ପ୍ରତ୍ୟାହାର ଦାବିରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପରିସ୍ଥିତି

ନୂଆଦିଲ୍ଲୀ: ଆଜିଠାରୁ(ମଙ୍ଗଳବାର) ସାରା ଦେଶରେ ୱାକଫ (ସଂଶୋଧନ) ଆଇନ ୨୦୨୫ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସଂସଦରେ ପାରିତ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଲାଗୁ ହେଲା ସଂଶୋଧିତ ୱାକଫ ଆଇନ । ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଶନିବାର ୫ ଏପ୍ରିଲ୍ ରେ ଏହାକୁ ଅନୁମୋଦନ କରିଥିଲେ।

ତେବେ ଏହାର ପ୍ରତ୍ୟାହାର ଦାବିରେ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି  ପଶ୍ଚିମବଙ୍ଗର ମୁସଲିମ ବହୁଳ ମୁର୍ଶିଦାବାଦ ଜିଲ୍ଲାରେ । ମଙ୍ଗଳବାର ଅପରାହ୍ନରେ ମୁର୍ଶିଦାବାଦର ଜାଙ୍ଗିପୁର ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ପୋଲିସ ଗାଡ଼ି ସମେତ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ବୋଲି ସୂଚନା ମିଳିଛି । କୁହାଯାଉଛି ଯେ, ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ସଂଘର୍ଷ ସମୟରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକା ପଥର ମାଡ କରିଥିଲେ ।