ସଂସଦ ସୁରକ୍ଷାକୁ ନେଇ ଜାରି ରହିଛି ବିରୋଧଙ୍କ ହଙ୍ଗାମା: ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

କନକ ବ୍ୟୁରୋ: ପାର୍ଲାମେଂଟ ଇତିହାସରେ ପ୍ରଥମ ଘଟଣା । ହଙ୍ଗାମା କାରଣରୁ ପାର୍ଲାମେଂଟରୁ ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ଗତ ୧୪ ତାରିଖରେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହାକୁ ମିଶାଇ ମୋଟ ୯୨ ସାସଂଦ ନିଲମ୍ବିତ ହେଲେଣି । ଲୋକସଭାର ୩୩ଜଣ ସାଂସଦ ଶୀତ ଅଧିବେଶନରେ ଆଉ ଅଂଶଗ୍ରହଣ କରିପାରିବେନି । ରାଜ୍ୟସଭାର […] The post ସଂସଦ ସୁରକ୍ଷାକୁ ନେଇ ଜାରି ରହିଛି ବିରୋଧଙ୍କ ହଙ୍ଗାମା: ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି first appeared on Kanak News.

ସଂସଦ ସୁରକ୍ଷାକୁ ନେଇ ଜାରି ରହିଛି ବିରୋଧଙ୍କ ହଙ୍ଗାମା: ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

କନକ ବ୍ୟୁରୋ: ପାର୍ଲାମେଂଟ ଇତିହାସରେ ପ୍ରଥମ ଘଟଣା । ହଙ୍ଗାମା କାରଣରୁ ପାର୍ଲାମେଂଟରୁ ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ଗତ ୧୪ ତାରିଖରେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହାକୁ ମିଶାଇ ମୋଟ ୯୨ ସାସଂଦ ନିଲମ୍ବିତ ହେଲେଣି । ଲୋକସଭାର ୩୩ଜଣ ସାଂସଦ ଶୀତ ଅଧିବେଶନରେ ଆଉ ଅଂଶଗ୍ରହଣ କରିପାରିବେନି । ରାଜ୍ୟସଭାର ୪୫ ଜଣ ସଦସ୍ୟଙ୍କ ମଧ୍ୟରୁ ୩୪ ଜଣଙ୍କୁ ସଂସଦର ଶୀତ ଅଧିବେସନରୁ ନିଲମ୍ବିତ କରାଯାଇଥିବାବେଳେ ୧୧ ଜଣଙ୍କ ସଂପର୍କରେ ନିଷ୍ପତି ସଂସଦର ସ୍ୱାଧୀକାର କମିଟି ଉପରେ ଛଡା ଯାଇଛି ।

ଭାରତୀୟ ସଂସଦ ଇତିହାସରେ ବୋଧହୁଏ ଏଭଳି କେବେ ଦେଖିବାକୁ ମିଳିନଥିଲା । ଗୃହରେ ପାଟିତୁଣ୍ଡ ଯୋଗୁଁ ଗୋଟିଏ ଦିନରେ ମୋଟ୍ ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।
ଲୋକସଭା- ୩୩
ରାଜ୍ୟସଭା- ୪୫

ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ହଟ୍ଟଗୋଳ କରିବାରୁ, ପ୍ରଥମେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବିରୋଧୀ ଦଳର ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପହ୍ଲାଦ ଯୋଶୀ ଏମାନଙ୍କ ବିରୋଧରେ ପ୍ରସ୍ତାବ ଆଗତ କରିଥିବା ବେଳେ, ଧ୍ୱନୀମତରେ ପ୍ରସ୍ତାବ ପାରିତ ହୋଇଛି । ଲୋକସଭା ବାଚସ୍ପତିଙ୍କ ନିର୍ଦ୍ଦେଶରେ ଏମାନେ ସଂସଦ ଶୀତ ଅଧିବେସନରେ ଆଉ ସାମିଲ ହୋଇପାରିବେ ନାହିଁ । ତେବେ ଏହାକୁ ଅଗଣତାନ୍ତ୍ରିକ କହି ବର୍ଷିଛନ୍ତି ନିଲମ୍ବିତ ସଦସ୍ୟ ।

ସେହିପରି ରାଜ୍ୟସଭାରେ ମଧ୍ୟ ସରକାରଙ୍କ ବିରୋଧରେ ହଟ୍ଟଗୋଳ କରହିଛନ୍ତି ବିରୋଧୀ ସଦସ୍ୟ । ଗୃହରେ ବିଶୃଙ୍ଖଳା ପାଇଁ ଏମାନଙ୍କୁ ନିଲମ୍ବନ କରିବା ଲାଗି ପ୍ରସ୍ତାବ ଆଣିଥିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ । ପ୍ରସ୍ତାବ ଆଧାରରେ ଜୟରାମ ରମେଶ, କେସି ବେଣୁଗୋପାଳ, ରଣଦୀପ ସୂର୍ଯେବାଲାଙ୍କ ଭଳି ନେତାଙ୍କ ସମେତ ମୋଟ୍ ୪୫ ଜଣଙ୍କୁ ନିଲମ୍ବିତ କରାଯାଇଛି ।

୩୪ ସଦସ୍ୟ- ସଂସଦର ପୂରା ଶୀତ ଅଧିବେସନରୁ ନିଲମ୍ବିତ
୧୧ ସଦସ୍ୟ- ସ୍ୱାଧୀକାର କମିଟି ରିପୋର୍ଟ ଆସିବା ଯାଏଁ ନିଲମ୍ବିତ
୪୫ ଜଣଙ୍କ ମଧ୍ୟରୁ ୩୪ ଜଣଙ୍କୁ ସଂସଦର ପୂରା ଶୀତ ଅଧିବେସନରୁ ନିଲମ୍ବିତ କରାଯାଇଥିବାବେଳେ ୧୧ ଜଣଙ୍କ ସଂପର୍କରେ ନିଷ୍ପତି ସଂସଦର ସ୍ୱାଧୀକାର କମିଟି ଉପରେ ଛଡା ଯାଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏମାନଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।

ପୂର୍ବରୁ ଗତ ୧୪ ତାରିଖରେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା
ଲୋକସଭାରୁ ୧୩ ଓ ରାଜ୍ୟସଭାରୁ ଜଣେ ସାଂସଦ ନିଲମ୍ବିତ ହୋଇଥିଲେ
ଆଜିର ନିଲମ୍ବନକୁ ମିଶାଇ ମୋଟ୍ ୯୨ ସାଂସଦ ନିଲମ୍ବିତ ହୋଇଛନ୍ତି

ସଂସଦରେ ଉପଦ୍ରବ ପରେ ସୁରକ୍ଷା ପ୍ରସଙ୍ଗରେ ଅକଳରେ ପଡି ଯାଇଛନ୍ତି କେନ୍ଦ୍ର ସରକାର । ବିରୋଧୀ ଅଭିଯୋଗ କରିଛନ୍ତି ପ୍ରତିବାଦର ସ୍ୱର ଚାପିଦେବା ପାଇଁ ନିଲମ୍ବନ ରଣନୀତି ଆପଣାଇଛି ବିଜେପି ।

The post ସଂସଦ ସୁରକ୍ଷାକୁ ନେଇ ଜାରି ରହିଛି ବିରୋଧଙ୍କ ହଙ୍ଗାମା: ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି first appeared on Kanak News.