ସଂସଦରେ କିଏ ଅନ୍‌-ଅଫ୍‌ କରନ୍ତି ମାଇକ୍‌? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୮।୬: NEET ପେପର୍‌ ଲିକ୍‌ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ସରକାରଙ୍କୁ ଘେରୁଛନ୍ତି। ହେଲେ ଏସମ୍ପର୍କରେ କୌଣସି ପୂର୍ଣ୍ଣରୂପେ ଆଲୋଚନା ହୋଇପାରୁ ନାହିଁ। ସଂସଦରେ ଏହି ମୁଦ୍ଦା ଉଠାଇ ବିରୋଧୀ ହଟ୍ଟଗୋଳ କଲେ ଅଧିବେଶନକୁ ବାରମ୍ବାର ସ୍ଥଗିତ କରାଯାଉଛି। ତେବେ ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମାଇକ୍‌କୁ ବାରମ୍ବାର ବନ୍ଦ କରାଯାଉଛି। ପେପର୍‌ ଲିକ୍‌ ଘଟଣାକୁ ନେଇ […] The post ସଂସଦରେ କିଏ ଅନ୍‌-ଅଫ୍‌ କରନ୍ତି ମାଇକ୍‌? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.

ସଂସଦରେ କିଏ ଅନ୍‌-ଅଫ୍‌ କରନ୍ତି ମାଇକ୍‌? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୮।୬: NEET ପେପର୍‌ ଲିକ୍‌ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ସରକାରଙ୍କୁ ଘେରୁଛନ୍ତି। ହେଲେ ଏସମ୍ପର୍କରେ କୌଣସି ପୂର୍ଣ୍ଣରୂପେ ଆଲୋଚନା ହୋଇପାରୁ ନାହିଁ। ସଂସଦରେ ଏହି ମୁଦ୍ଦା ଉଠାଇ ବିରୋଧୀ ହଟ୍ଟଗୋଳ କଲେ ଅଧିବେଶନକୁ ବାରମ୍ବାର ସ୍ଥଗିତ କରାଯାଉଛି। ତେବେ ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମାଇକ୍‌କୁ ବାରମ୍ବାର ବନ୍ଦ କରାଯାଉଛି। ପେପର୍‌ ଲିକ୍‌ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ମାତ୍ରେ ସାଙ୍ଗେସାଙ୍ଗେ ମାଇକ୍‌ ଅଫ୍‌ କରାଯାଉଛି ବୋଲି ବିରୋଧୀ ଦଳର ନେତାମାନେ ସଙ୍ଗୀନ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏହି ଅଭିଯୋଗ ଉପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି, ତାଙ୍କ ପାଖରେ କୌଣସି ସୁଇଚ୍‌ ନାହିଁ ଯାହାଦ୍ୱାରା ମାଇକ ଅଫ ହୋଇପାରିବ।

ଏହାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ ରାଜ୍ୟ ସଭାରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ୭ ବର୍ଷରେ ୭୦ଥର ପେପର୍‌ ଲିକ ହୋଇଛି। ତେବେ ଏତିକି କହିବା ଭିତରେ ତାଙ୍କର ମଧ୍ୟ ମାଇକ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ କଂଗ୍ରେସ ମାଇକ୍‌ ବନ୍ଦ କରିବା ଘଟଣାକୁ ଏକ ବଡ଼ ପ୍ରସଙ୍ଗ ଭାବରେ ଉଠାଇଛିି। ଏଭଳି ପରିସ୍ଥିତିରେ ଗୃହରେ ମାଇକ ଅନ ଏବଂ ଅଫ କରିବାର ଅଧିକାର କାହାର ଅଛି ବୋଲି ପ୍ରଶ୍ନ ଉଠିଛି।

ନୂଆ ସଂସଦର ଉଭୟ ଗୃହରେ ମାଇକ୍‌ ନିୟନ୍ତ୍ରଣ କରିବା ପାଇଁ ଅଲଗା ପ୍ୟାନେଲ ରହିଛି। ବାଚସ୍ପତିଙ୍କ ଆସନ ଉପରର ପ୍ରଥମ ମହଲାରେ ଏଥିପାଇଁ ସାଉଣ୍ଡ ଇଞ୍ଜିନିୟରମାନେ ଏହି କାମ କରିଥା’ନ୍ତିି। ସେମାନେ ସିସିଟିଭି ମାଧ୍ୟମରେ ଏବଂ ପ୍ୟାନେଲରେ ଇନଷ୍ଟଲ ହୋଇଥିବା ସ୍କ୍ରିନ ମାଧ୍ୟମରେ ସଦସ୍ୟମାନଙ୍କୁ ଦେଖିପରନ୍ତି। ଏବଂ ସେମାନଙ୍କୁ ଦେଖିବା ପରେ ଏମପିଙ୍କ ମାଇକ ଅନ / ଅଫ କରନ୍ତି ।

୧୮ତମ ଲୋକ ସଭାରେ ଏମପିମାନେ ଏପର୍ଯ୍ୟନ୍ତ ଡିଭିଜନ ନମ୍ବର ପାଇନାହାଁନ୍ତି। ତେଣୁ ଏମପିମାନଙ୍କୁୁ ସ୍କ୍ରିନ କିମ୍ବା ସିସିଟିଭିରେ ଦେଖିବା ପରେ ଇଞ୍ଜିନିୟରମାନେ ମାଇକ ଟର୍ନ ଅନ କରିଥାନ୍ତି। କିନ୍ତୁ ଡିଭିଜନ ନମ୍ବର ଆବଣ୍ଟିତ ହୋଇଥିଲେ ସାଉଣ୍ଡ ଇଞ୍ଜିନିୟରଙ୍କ କାମ ସହଜ ହୋଇପାରିଥା’ନ୍ତା। ଡିଭିଜନ ନମ୍ବର ଅର୍ଥାତ୍‌ ଏମପିଙ୍କ ସିଟ ନମ୍ବର। ଏହି ଡିଭିଜନ ନମ୍ବର ପାଇବା ପରେ ଏମପିମାନେ କେବଳ ନିଜ ଆସନରେ ରହି କହିପାରିବେ। ଯେତେବେଳେ ତାଙ୍କ ନାମ ଡକାଯିବ ସେତେବେଳେ ଆପେଆପେ ତାଙ୍କ ଆସନରେ ଥିବା ମାଇକ୍‌ ଅନ୍‌ ହୋଇଯିବ।

ତେବେ ସଂସଦର ନିୟମ ଅନୁଯାୟୀ, ଗୃହରେ ପ୍ରତ୍ୟେକ ଏମପିଙ୍କ ସାମ୍ନାରେ ଏକ ମାଇକ ରହିଛି। ଯାହାକୁ ସାଉଣ୍ଡ ଇଞ୍ଜିନିୟରମାନେ ଏହାକୁ ଅନ କିମ୍ବା ଅଫ କରନ୍ତି। କିନ୍ତୁ ଏହା କରିବା ପାଇଁ କିଛି ନିୟମ ରହିଛି। ଉଦାହରଣ ସ୍ବରୂପ, ଶୂନକାଳ ମଧ୍ୟରେ ପ୍ରତ୍ୟେକ ଏମପି କହିବା ପାଇଁ ତିନି ମିନିଟ ପାଇଥା’ନ୍ତି। ତାଙ୍କ ସମୟ ସରିବା ମାତ୍ରେ ତାଙ୍କ ମାଇକ ଆପେଆପେ ସୁଇଚ ଅଫ ହୋଇଯାଏ। ଯେଉଁ ବ୍ୟକ୍ତିଙ୍କ ନାମ ବାଚସ୍ପତି ନେଇଥା’ନ୍ତି, ସେତେବେଳେ ମାଇକ୍‌ ଅନ୍‌ ହୋଇଯାଏ। ଆଉ ଯେତେବେଳେ ଖୋଦ୍‌ ବାଚସ୍ପତି ଏହାକୁ ରେକର୍ଡରେ ନିଆଯିବ ନାହିଁ ବୋଲି କୁହନ୍ତି, ସେତେବେଳେ ମାଇକ ଆପେ ବନ୍ଦ ହୋଇଯାଏ । ସଂସଦରେ ଏହିପରି, ମାଇକ ଅନ୍‌ ଏବଂ ଅଫ ହୋଇଥାଏ।

The post ସଂସଦରେ କିଏ ଅନ୍‌-ଅଫ୍‌ କରନ୍ତି ମାଇକ୍‌? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.