ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି, ଶୂନ୍ୟକାଳରେ ଦାବି ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି ଉଠାଇଲା ବିଜେଡି ।  ବିଜେଡି ସାଂସଦ ସସ୍ମିତ ପାତ୍ର ଶୂନ୍ୟକାଳରେ ଏହି ଦାବି ଉଠାଇଛନ୍ତି ।  କହିଛନ୍ତି ଗତ ୧୨ ବର୍ଷ ହେଲା ରୟାଲ୍ଟି ବୃଦ୍ଧି କରିନାହାଁନ୍ତି କେନ୍ଦ୍ର ସରକାର । କୋଇଲା ଉତ୍ପାଦନରେ ଦେଶର ଶୀର୍ଷ ୨ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।  ଦେଶର ଶକ୍ତି ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ବହୁ ଅବଦାନ ରହିଛି ।  ଏହା ସତ୍ତ୍ବେ ରୟାଲ୍ଟି ବୃଦ୍ଧି ନହେବାରୁ ରାଜ୍ୟ କ୍ଷତି […] The post ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି, ଶୂନ୍ୟକାଳରେ ଦାବି ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର appeared first on KNews Odisha.

ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି, ଶୂନ୍ୟକାଳରେ ଦାବି ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର
sasmit patra

ଭୁବନେଶ୍ୱର: ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି ଉଠାଇଲା ବିଜେଡି ।  ବିଜେଡି ସାଂସଦ ସସ୍ମିତ ପାତ୍ର ଶୂନ୍ୟକାଳରେ ଏହି ଦାବି ଉଠାଇଛନ୍ତି ।  କହିଛନ୍ତି ଗତ ୧୨ ବର୍ଷ ହେଲା ରୟାଲ୍ଟି ବୃଦ୍ଧି କରିନାହାଁନ୍ତି କେନ୍ଦ୍ର ସରକାର ।

କୋଇଲା ଉତ୍ପାଦନରେ ଦେଶର ଶୀର୍ଷ ୨ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।  ଦେଶର ଶକ୍ତି ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ବହୁ ଅବଦାନ ରହିଛି ।  ଏହା ସତ୍ତ୍ବେ ରୟାଲ୍ଟି ବୃଦ୍ଧି ନହେବାରୁ ରାଜ୍ୟ କ୍ଷତି ସହୁଛି ।  ବାର୍ଷିକ ୧୦ ହଜାର କୋଟି ଟଙ୍କା କ୍ଷତି ସହୁଛି ରାଜ୍ୟ ।  ରୟାଲ୍ଟି ବୃଦ୍ଧି ନେଇ ଦାବି ପୂର୍ବରୁ କରି ଆସୁଥିଲେ ନବୀନ ପଟ୍ଟନାୟକ ।

The post ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି, ଶୂନ୍ୟକାଳରେ ଦାବି ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର appeared first on KNews Odisha.