ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ
ନବରଙ୍ଗପୁର,୨୧।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ ୨ ଦିନ ଲୁଚାଇ ରଖିଥିବା ଜଣାପଡିଛି। ସୂଚନା ଅନୁସାରେ ଝରିଗାଁ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦୀ ଗାଁରେ ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଥିଲେ ଅଭିଯୁକ୍ତ ସ୍ବାମୀ। ହତ୍ୟା ପରେ ସ୍ତ୍ରୀକୁ ବକ୍ସ ଖଟରେ ପୁରାଇ ଘରେ ତାଲା ପକାଇଦେଇଥିଲେ। ତେବେ ୨ ଦିନ ପରେ ସନ୍ଦେହ ହେବାରୁ ବାପଘର […] The post ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ appeared first on Dharitri Odia News.
ନବରଙ୍ଗପୁର,୨୧।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ ୨ ଦିନ ଲୁଚାଇ ରଖିଥିବା ଜଣାପଡିଛି।
ସୂଚନା ଅନୁସାରେ ଝରିଗାଁ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦୀ ଗାଁରେ ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଥିଲେ ଅଭିଯୁକ୍ତ ସ୍ବାମୀ। ହତ୍ୟା ପରେ ସ୍ତ୍ରୀକୁ ବକ୍ସ ଖଟରେ ପୁରାଇ ଘରେ ତାଲା ପକାଇଦେଇଥିଲେ। ତେବେ ୨ ଦିନ ପରେ ସନ୍ଦେହ ହେବାରୁ ବାପଘର ଲୋକେ ପହଞ୍ଚିଥିଲେ। ଘର ତାଲା ଭାଙ୍ଗି ଖୋଜାଖୋଜି କରିବା ପରେ ଖଟ ଭିତରୁ ମୃତଦେହ ଉଦ୍ଧାର କରିଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଥିଲା ବେଳେ ଅଭିଯୁକ୍ତ ସ୍ବାମୀ ଫେରାର ଅଛନ୍ତି।
The post ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ appeared first on Dharitri Odia News.