ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂକମ୍ପ: ଲୋକେ ଭୟଭୀତ

କାବୁଲ,୧୬।୪: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ, ବୁଧବାର ଭୋର ପ୍ରାୟ ୪.୪୩ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ବୋଲି କୁହାଯାଉଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ମାପ କରାଯାଇଥିଲା। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ ଭୟରେ ଘରୁ ବାହାରିଆସିଥିଲେ। NCS ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ୭୫ କିଲୋମିଟର ତଳେ ଥିଲା। ଆଫଗାନିସ୍ତାନରେ […] The post ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂକମ୍ପ: ଲୋକେ ଭୟଭୀତ appeared first on Dharitri Odia News.

ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂକମ୍ପ: ଲୋକେ ଭୟଭୀତ

କାବୁଲ,୧୬।୪: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ, ବୁଧବାର ଭୋର ପ୍ରାୟ ୪.୪୩ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ବୋଲି କୁହାଯାଉଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ମାପ କରାଯାଇଥିଲା। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ ଭୟରେ ଘରୁ ବାହାରିଆସିଥିଲେ। NCS ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ୭୫ କିଲୋମିଟର ତଳେ ଥିଲା। ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଉପରେ ଜାତିସଂଘ ମାନବିକ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟ (UNOCHA) ଚିନ୍ତା ପ୍ରକାଶ କରିଛି।

UNOCHA ଅନୁଯାୟୀ, ଆଫଗାନିସ୍ତାନ ଋତୁକାଳୀନ ବନ୍ୟା, ଭୂସ୍ଖଳନ ଏବଂ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ବାରମ୍ବାର ଭୂମିକମ୍ପ ହେବା ଦ୍ୱାରା ଦୁର୍ବଳ ସମ୍ପ୍ରଦାୟର କ୍ଷତି ହୁଏ। ବିପର୍ଯ୍ୟୟ ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଜଣାଶୁଣା ଏକ ଅନ୍ତର୍ଜାତୀୟ ସଂଗଠନ ରେଡକ୍ରସ ଅନୁଯାୟୀ, ପୂର୍ବରୁ ଆଫଗାନିସ୍ତାନରେ ଅନେକ ଥର ଶକ୍ତିଶାଳୀ ଭୂମିକମ୍ପ ହୋଇଛି।

The post ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂକମ୍ପ: ଲୋକେ ଭୟଭୀତ appeared first on Dharitri Odia News.