ସଙ୍ଗୀତା ଏଏସ୍‌ଆଇସିର ନୂଆ ଅଧ୍ୟକ୍ଷା

ଭୁବନେଶ୍ୱର,୧୬।୪: ଏସିଆ ସୋସାଇଟି ଇଣ୍ଡିଆ ସେଣ୍ଟର (ଏଏସ୍‌ଆଇସି)ର ନୂତନ ଅଧ୍ୟକ୍ଷା ଭାବେ ଶିଳ୍ପପତି ସଙ୍ଗୀତା ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଏସ୍‌ଆଇସି ବୋର୍ଡ ପକ୍ଷରୁ ସଙ୍ଗୀତା ଜିନ୍ଦଲଙ୍କୁ ବୋର୍ଡର ନୂତନ ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଯାଇଛି। ଏପରିକି ତାଙ୍କ କାର୍ଯ୍ୟକାଳ ୨୦୨୪ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହ଼ୋଇଛି। ଏଏସ୍‌ଆଇସିର ସିଇଓ ଇନାକ୍ଷୀ ସୋବ୍‌ତି କହିଛନ୍ତି, ବୋର୍ଡର ନୂତନ ଅଧ୍ୟକ୍ଷା ଭାବେ ସଙ୍ଗୀତାଙ୍କୁ ପାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଆମେ ଏଏସ୍‌ଆଇସି ବୋର୍ଡର ଅଧ୍ୟକ୍ଷା ଭାବେ ସଙ୍ଗୀତା […] The post ସଙ୍ଗୀତା ଏଏସ୍‌ଆଇସିର ନୂଆ ଅଧ୍ୟକ୍ଷା appeared first on Dharitri Odia News.

ସଙ୍ଗୀତା ଏଏସ୍‌ଆଇସିର ନୂଆ ଅଧ୍ୟକ୍ଷା

ଭୁବନେଶ୍ୱର,୧୬।୪: ଏସିଆ ସୋସାଇଟି ଇଣ୍ଡିଆ ସେଣ୍ଟର (ଏଏସ୍‌ଆଇସି)ର ନୂତନ ଅଧ୍ୟକ୍ଷା ଭାବେ ଶିଳ୍ପପତି ସଙ୍ଗୀତା ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଏସ୍‌ଆଇସି ବୋର୍ଡ ପକ୍ଷରୁ ସଙ୍ଗୀତା ଜିନ୍ଦଲଙ୍କୁ ବୋର୍ଡର ନୂତନ ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଯାଇଛି। ଏପରିକି ତାଙ୍କ କାର୍ଯ୍ୟକାଳ ୨୦୨୪ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହ଼ୋଇଛି। ଏଏସ୍‌ଆଇସିର ସିଇଓ ଇନାକ୍ଷୀ ସୋବ୍‌ତି କହିଛନ୍ତି, ବୋର୍ଡର ନୂତନ ଅଧ୍ୟକ୍ଷା ଭାବେ ସଙ୍ଗୀତାଙ୍କୁ ପାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଆମେ ଏଏସ୍‌ଆଇସି ବୋର୍ଡର ଅଧ୍ୟକ୍ଷା ଭାବେ ସଙ୍ଗୀତା ଜିନ୍ଦଲଙ୍କୁ ସ୍ବାଗତ କରୁଛୁ। ଦକ୍ଷିଣ ଏସିଆରେ ସେ ଆମର ମିଶନକୁ ବହୁତ ସହଯୋଗ କରିଛନ୍ତି ଏବଂ ଭାରତ ଓ ଦକ୍ଷିଣ ଏସିଆରେ ସମସାମୟିକ କଳାକୁ ସମର୍ଥନ କରିବା ପାଇଁ ତାଙ୍କର କାର୍ଯ୍ୟ ଏକ ପରିବର୍ତ୍ତନଶୀଳ ଶକ୍ତି,ଦକ୍ଷିଣ ଏସିଆରେ ଏସିଆ ସୋସାଇଟିର ସ୍ଥିତି ମଜଭୁତ କରିବା ପାଇଁ ଆମେ ତାଙ୍କ ସହ କାମ କରିବାକୁ ଚାହୁଁଛୁ ବୋଲି ଇନାକ୍ଷୀ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସଙ୍ଗୀତା ଜିନ୍ଦଲ ହେଉଛନ୍ତି ଆର୍ଟ ଇଣ୍ଡିଆର ସଭାପତି ଏବଂ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନର ଅଧ୍ୟକ୍ଷା, ଯାହା ଜେଏସଡବ୍ଲ୍ୟୁ ଗ୍ରୁପ ଅଫ କମ୍ପାନୀର ସାମାଜିକ ବିକାଶ ପ୍ରକଳ୍ପ ପାଇଁ କାର୍ଯ୍ୟ କରୁଛି। ଫାଉଣ୍ଡେଶନର ନେତୃତ୍ୱ ନେଇ ସେ ୨୦ବର୍ଷ ମଧ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା ସୃଷ୍ଟି, ସ୍ଥାନୀୟ କ୍ରୀଡ଼ା ବିକାଶ ଏବଂ କଳା ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ଫାଉଣ୍ଡେଶନର ପରିସରକୁ ବ୍ୟାପକ କରିଛନ୍ତି।

The post ସଙ୍ଗୀତା ଏଏସ୍‌ଆଇସିର ନୂଆ ଅଧ୍ୟକ୍ଷା appeared first on Dharitri Odia News.