ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କଲେ ବିଗ୍ ବସ୍ ବିଜେତା: ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୭।୨: ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତରେ ଭଗବାନ କୁହାଯାଏ। ତାଙ୍କୁ ପଡିଆରେ ଆଉଟ୍ କରିବା ବୋଲରଙ୍କ ପାଇଁ ସ୍ବପ୍ନ ସତ ହେବା ଭଳି। ନିକଟରେ କିଛି ସମାନ ଘଟଣା ଦେଖିବାକୁ ମିଳିଛି। ନିକଟରେ ଥାନେରେ ଆୟୋଜିତ ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ (ଆଇଏସପିଏଲ)ର ଉଦ୍ଘାଟନୀ ମ୍ୟାଚରେ ବିଗ ବସ ୧୭ ବିଜେତା ମୁନାୱାର ଫାରୁକି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କରିଥିଲେ। ଏହାଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗର ଉଦ୍ଘାଟନୀ ସଂସ୍କରଣର […] The post ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କଲେ ବିଗ୍ ବସ୍ ବିଜେତା: ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ appeared first on Dharitri Odia News.
ନୂଆଦିଲ୍ଲୀ,୭।୨: ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତରେ ଭଗବାନ କୁହାଯାଏ। ତାଙ୍କୁ ପଡିଆରେ ଆଉଟ୍ କରିବା ବୋଲରଙ୍କ ପାଇଁ ସ୍ବପ୍ନ ସତ ହେବା ଭଳି। ନିକଟରେ କିଛି ସମାନ ଘଟଣା ଦେଖିବାକୁ ମିଳିଛି। ନିକଟରେ ଥାନେରେ ଆୟୋଜିତ ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ (ଆଇଏସପିଏଲ)ର ଉଦ୍ଘାଟନୀ ମ୍ୟାଚରେ ବିଗ ବସ ୧୭ ବିଜେତା ମୁନାୱାର ଫାରୁକି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କରିଥିଲେ। ଏହାଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗର ଉଦ୍ଘାଟନୀ ସଂସ୍କରଣର ଭିଡିଓ ଭାଇରାଲ ହୋଇଛି। ଏହି କ୍ଲିପ୍ରେ ବିଗ ବସ ୧୭ ବିଜେତା ଫାରୁକି କ୍ରିକେଟ ଇତିହାସର ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କ ନିକଟରେ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ମାଷ୍ଟର ଇଲେଭେନ୍ ଇନିଂସର ପଞ୍ଚମ ଓଭରରେ ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କରିଥିଲେ। ଏହା ଘଟିବା ମାତ୍ରେ ଦାଦୋଜି କୋଣ୍ଡାଦେଭ ଷ୍ଟାଡିୟମରେ ଉପସ୍ଥିତ ଜନତାଙ୍କ ମଧ୍ୟରେ ନୀରବତା ଦେଖିବାକୁ ମିଳିଥିଲା।
The post ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କଲେ ବିଗ୍ ବସ୍ ବିଜେତା: ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ appeared first on Dharitri Odia News.