ସଚିନଙ୍କ ଏହି ମହାରେକର୍ଡ ଭାଙ୍ଗି ପାରନ୍ତି ଜୋ ରୁଟ୍, ରିକି ପଣ୍ଟିଂଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଇଂଲଣ୍ଡର ବ୍ୟାଟର ଜୋ ରୁଟ୍‌ଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ପଣ୍ଟିଂ କହିଛନ୍ତି, ଜୋ ରୁଟ୍ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ମହା ରେକର୍ଡକୁ ଭାଙ୍ଗି ପାରନ୍ତି। ଜୋ ରୁଟ୍‌ଙ୍କ ନିକଟରେ ଏବେ ବି ରନ କରିବାର ଭୋକ ରହିଛି। ସେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଟେଷ୍ଟ ରନ ରେକର୍ଡ ଭାଙ୍ଗି ପାରନ୍ତି। ଆଇସିସି ରିଭ୍ୟୁ କାର୍ଯ୍ୟକ୍ରମରେ ରିକି ପଣ୍ଟିଂ କହିଛନ୍ତି, ରୁଟ୍‌ଙ୍କ ବୟସ ଏବେ ମାତ୍ର ୩୩ ବର୍ଷ ହୋଇଛି। ସେ ସଚିନଙ୍କଠୁ କେବଳ ୩ ହଜାର ୮୯୪ ରନ ପଛରେ ଅଛନ୍ତି। ଯଦି ଇଂଲଣ୍ଡ ପ୍ରତି ବର୍ଷ ୧୦ କିମ୍ବା ୧୪ ଟେଷ୍ଟ ଖେଳେ ଏବଂ ରୁଟ୍ ପ୍ରତି ବର୍ଷ ୮୦୦ରୁ ୧୦୦୦ ରନ କରନ୍ତି ତେବେ ତିନି ଚାରି ବର୍ଷରେ ସେ ସଚିନଙ୍କ ରେକର୍ଡ ଭାଙ୍ଗି ପାରିବେ। ୩୭ ବର୍ଷ ପର୍ଯ୍ୟନ୍ତ ଏମିତି ଖେଳିଲେ ଏହା ସମ୍ଭବ।ସେ କହିଛନ୍ତି, ଯଦି ରୁଟ୍‌ଙ୍କ ନିକଟରେ ରନ କରିବାର ଭୋକ ରହିବ ତେବେ ସେ ଏହି ମହାରେକର୍ଡକୁ ଭାଙ୍ଗି ପାରିବେ। ଗତ ଦୁଇ ବର୍ଷରେ ସେ ଉନ୍ନତ ପ୍ରଦର୍ଶନ କରି ଚାଲିଛନ୍ତି।ଗତ ଚାରି କିମ୍ବା ପାଞ୍ଚ ବର୍ଷରେ ରୁଟ୍ ବହୁତ ଅର୍ଦ୍ଧଶତକହ ହାସଲ କରୁଥିଲେ। କିନ୍ତୁ ଏବେ ସେ ଏହାକୁ ଶତକରେ ପରିଣତ କରି ପାରୁଛନ୍ତି। ଏହା ରୁଟଙ୍କ ପାଇଁ ଏକ ସକରାତ୍ମକ ସଙ୍କେତ ବୋଲି ପଣ୍ଟିଂ କହିଛନ୍ତି।ଗତ ମାସରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ରୁଟ ୧୨ ହଜାର ଟେଷ୍ଟ ରନ ର

ସଚିନଙ୍କ ଏହି ମହାରେକର୍ଡ ଭାଙ୍ଗି ପାରନ୍ତି ଜୋ ରୁଟ୍, ରିକି ପଣ୍ଟିଂଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଇଂଲଣ୍ଡର ବ୍ୟାଟର ଜୋ ରୁଟ୍‌ଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ପଣ୍ଟିଂ କହିଛନ୍ତି, ଜୋ ରୁଟ୍ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ମହା ରେକର୍ଡକୁ ଭାଙ୍ଗି ପାରନ୍ତି। ଜୋ ରୁଟ୍‌ଙ୍କ ନିକଟରେ ଏବେ ବି ରନ କରିବାର ଭୋକ ରହିଛି। ସେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଟେଷ୍ଟ ରନ ରେକର୍ଡ ଭାଙ୍ଗି ପାରନ୍ତି। 

ଆଇସିସି ରିଭ୍ୟୁ କାର୍ଯ୍ୟକ୍ରମରେ ରିକି ପଣ୍ଟିଂ କହିଛନ୍ତି, ରୁଟ୍‌ଙ୍କ ବୟସ ଏବେ ମାତ୍ର ୩୩ ବର୍ଷ ହୋଇଛି। ସେ ସଚିନଙ୍କଠୁ କେବଳ ୩ ହଜାର ୮୯୪ ରନ ପଛରେ ଅଛନ୍ତି। ଯଦି ଇଂଲଣ୍ଡ ପ୍ରତି ବର୍ଷ ୧୦ କିମ୍ବା ୧୪ ଟେଷ୍ଟ ଖେଳେ ଏବଂ ରୁଟ୍ ପ୍ରତି ବର୍ଷ ୮୦୦ରୁ ୧୦୦୦ ରନ କରନ୍ତି ତେବେ ତିନି ଚାରି ବର୍ଷରେ ସେ ସଚିନଙ୍କ ରେକର୍ଡ ଭାଙ୍ଗି ପାରିବେ। ୩୭ ବର୍ଷ ପର୍ଯ୍ୟନ୍ତ ଏମିତି ଖେଳିଲେ ଏହା ସମ୍ଭବ।

ସେ କହିଛନ୍ତି, ଯଦି ରୁଟ୍‌ଙ୍କ ନିକଟରେ ରନ କରିବାର ଭୋକ ରହିବ ତେବେ ସେ ଏହି ମହାରେକର୍ଡକୁ ଭାଙ୍ଗି ପାରିବେ। ଗତ ଦୁଇ ବର୍ଷରେ ସେ ଉନ୍ନତ ପ୍ରଦର୍ଶନ କରି ଚାଲିଛନ୍ତି।ଗତ ଚାରି କିମ୍ବା ପାଞ୍ଚ ବର୍ଷରେ ରୁଟ୍ ବହୁତ ଅର୍ଦ୍ଧଶତକହ ହାସଲ କରୁଥିଲେ। କିନ୍ତୁ ଏବେ ସେ ଏହାକୁ ଶତକରେ ପରିଣତ କରି ପାରୁଛନ୍ତି। ଏହା ରୁଟଙ୍କ ପାଇଁ ଏକ ସକରାତ୍ମକ ସଙ୍କେତ ବୋଲି ପଣ୍ଟିଂ କହିଛନ୍ତି।

ଗତ ମାସରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ରୁଟ ୧୨ ହଜାର ଟେଷ୍ଟ ରନ ରେକର୍ଡ ଅତିକ୍ରମ କରିଥିଲେ। ସେ ୧୪୩ ଟେଷ୍ଟରେ ୫୦ ହାରରେ ୩୨ ଅର୍ଦ୍ଧଶତକ ସହ ୧୨ ହଜାର ୨୭ ରନ କରିଛନ୍ତି। ଟେଷ୍ଟ ରନ ତାଲିକାରେ ରୁଟ୍ ସପ୍ତମ ସ୍ଥାନରେ ଅଛନ୍ତି। ବହୁତ ଶୀଘ୍ର ସେ କୁମାର ସାଙ୍ଗାକାରା(୧୨ ହଜାର ୪୦୦) ଓ ଆଲିଷ୍ଟର କୁକ(୧୨୪୭୨)ଙ୍କ ରେକର୍ଡ ଭାଙ୍ଗି ପାରିବେ। ତେନ୍ଦୁଲକର ଟେଷ୍ଟରେ ସର୍ବାଧିକ ୧୫ ହଜାର ୯୨୧ ରନ କରିଚନ୍ତି। ୧୩ ହଜାର ୩୭୮ ରନ ସହ ରିକି ପଣ୍ଟିଂ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଏହିପରି ଶୀର୍ଷରେ ପହଞ୍ଚିବା ପାଇଁ ରୁଟ୍ଙ୍କ ପାଇଁ କଷ୍ଟକର ନୁହେଁ।