ସଚିନଙ୍କ ଗୋଡ଼ ତଳେ ପଡ଼ିଗଲେ କୋହଲି: ଖୋଲିଲା ସବୁ ଗୁମର

ନୂଆଦିଲ୍ଲୀ,୮।୧୧: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ଜଣେ ମଜାଳିଆ ବ୍ୟକ୍ତିତ୍ୱ। ପଡ଼ିଆରେ ହେଉ କି ପଡ଼ିଆ ବାହାରେ ତାଙ୍କ ମଜାଳିଆ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ। ୨୦୦୮ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ସମୟରେ ଅନ୍ୟ ଭାରତୀୟ କ୍ରିକେଟରମାନେ ବିରାଟଙ୍କ ଉପରେ ଏକ ମଜାଳିଆ ପ୍ରାଙ୍କ୍‌ କରିଥିଲେ। ବିରାଟ କୋହଲି ଥରେ ଅଭିବାଦନ ଜଣାଇବା ପାଇଁ ସଚିନ ତେନ୍ଦୁଲକରଙ୍କ ପାଦତଳେ ପଡ଼ିଥିଲେ, କିନ୍ତୁ ଏହା ପ୍ରକୃତରେ ଏକ ଉପହାସ ଥିଲେ। […] The post ସଚିନଙ୍କ ଗୋଡ଼ ତଳେ ପଡ଼ିଗଲେ କୋହଲି: ଖୋଲିଲା ସବୁ ଗୁମର appeared first on Dharitri Odia News.

ସଚିନଙ୍କ ଗୋଡ଼ ତଳେ ପଡ଼ିଗଲେ କୋହଲି: ଖୋଲିଲା ସବୁ ଗୁମର

ନୂଆଦିଲ୍ଲୀ,୮।୧୧: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ଜଣେ ମଜାଳିଆ ବ୍ୟକ୍ତିତ୍ୱ। ପଡ଼ିଆରେ ହେଉ କି ପଡ଼ିଆ ବାହାରେ ତାଙ୍କ ମଜାଳିଆ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ। ୨୦୦୮ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ସମୟରେ ଅନ୍ୟ ଭାରତୀୟ କ୍ରିକେଟରମାନେ ବିରାଟଙ୍କ ଉପରେ ଏକ ମଜାଳିଆ ପ୍ରାଙ୍କ୍‌ କରିଥିଲେ।

ବିରାଟ କୋହଲି ଥରେ ଅଭିବାଦନ ଜଣାଇବା ପାଇଁ ସଚିନ ତେନ୍ଦୁଲକରଙ୍କ ପାଦତଳେ ପଡ଼ିଥିଲେ, କିନ୍ତୁ ଏହା ପ୍ରକୃତରେ ଏକ ଉପହାସ ଥିଲେ। ନିକଟରେ ଏକ ସାକ୍ଷାତକାରରେ ବିରାଟ କହିଛନ୍ତି, ମୁଁ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲି, କିନ୍ତୁ ସଚିନ ତେନ୍ଦୁଲକର ସେହି ସିରିଜରେ ନାଁ ଫେରାଇ ନେଇଥିଲେ। ମୋର ଆଶା ଥିଲା ପରବର୍ତ୍ତୀ ସିରିଜରେ ମୁଁ ସଚିନଙ୍କ ସହ ଖେଳିବାର ସୁଯୋଗ ପାଇବି।
ବିରାଟ କୋହଲି ଆହୁରି କହିଛନ୍ତି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ ସଚିନଙ୍କୁ ଭେଟିଥିଲି, ସେତେବେଳେ ମୁଁ ତାଙ୍କ ପାଦତଳେ ପଡ଼ିଗଲି। ସଚିନ ପଛକୁ ଯାଉଥିଲେ, କିନ୍ତୁ ମୁଁ ମଧ୍ୟ କିଛି କହିପାରିଲି ନାହିଁ। ମୁଁ ତାଙ୍କୁ କହିଲି, ମୋତେ କୁହାଯାଇଥିଲା ଯେ ଏସବୁ ମୋତେ କରିବାକୁ ପଡ଼ିବ। ମୁଁ ଏଥିପାଇଁ ସବୁକିଛି କରୁଛି। ପରେ ମୁଁ ଜାଣିବାକୁ ପାଇଲି ଯେ ଏସବୁ ପ୍ରାଙ୍କ୍‌ ଥିଲା। ଇରଫାନ ପଠାନ ଏବଂ ହରଭଜନ ସିଂ ମଧ୍ୟ ଏହି ମଜାଳିଆ ଘଟଣାର ଅଂଶ ଥିଲେ। ଯେଉଁମାନେ ଅନ୍ୟ ଖେଳାଳିମାନଙ୍କୁ ଏପରି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଉଥିଲେ।

The post ସଚିନଙ୍କ ଗୋଡ଼ ତଳେ ପଡ଼ିଗଲେ କୋହଲି: ଖୋଲିଲା ସବୁ ଗୁମର appeared first on Dharitri Odia News.