ସଞ୍ଜ ହେଲେ ଚାଷ ଜମିରେ ବାର୍‌ହା ପଲ

ପାରଳାଖେମୁଣ୍ଡି,୪ା୧୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅଧୀନ ଜଙ୍ଗଲପାଡୁ, ଉତ୍ତରସେଲି, ବଡନିଳାପୁର, ଗୁରାଣ୍ଡି, ଇଂଲିଶପେଣ୍ଠ, ଗୁରାଣ୍ଡି, ମହାଦେଈପୁର, ଗୋଲା ଗାଁ ଆଦି ଅଞ୍ଚଳରେ ଦିନକୁ ଦିନ ବାରହା ଉପଦ୍ରବ ବଢିବାରେ ଲାଗିଛି। ସଞ୍ଜ ହେଲେ ବାରହା ପଲ ଚାଷ ଜମିରେ ପଶି ଧାନ ଫସଲଗୁଡିକୁ ଉପାଡି ନଷ୍ଟ କରୁଛନ୍ତି । ବର୍ତ୍ତମାନ ଧାନରେ କ୍ଷୀର ଧରିବା ସମୟ ହୋଇଥିବାରୁ ଧାନ ଗଛଗୁଡିକ ନଷ୍ଟ ହେବାରେ ଲାଗିଛି । ଗୋଟିଏ ପଟେ ବର୍ଷା ଅଭାବରୁ ଜମିକୁ ଜଳସେଚନ […] The post ସଞ୍ଜ ହେଲେ ଚାଷ ଜମିରେ ବାର୍‌ହା ପଲ appeared first on Dharitri Odia News.

ସଞ୍ଜ ହେଲେ ଚାଷ ଜମିରେ ବାର୍‌ହା ପଲ

ପାରଳାଖେମୁଣ୍ଡି,୪ା୧୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅଧୀନ ଜଙ୍ଗଲପାଡୁ, ଉତ୍ତରସେଲି, ବଡନିଳାପୁର, ଗୁରାଣ୍ଡି, ଇଂଲିଶପେଣ୍ଠ, ଗୁରାଣ୍ଡି, ମହାଦେଈପୁର, ଗୋଲା ଗାଁ ଆଦି ଅଞ୍ଚଳରେ ଦିନକୁ ଦିନ ବାରହା ଉପଦ୍ରବ ବଢିବାରେ ଲାଗିଛି। ସଞ୍ଜ ହେଲେ ବାରହା ପଲ ଚାଷ ଜମିରେ ପଶି ଧାନ ଫସଲଗୁଡିକୁ ଉପାଡି ନଷ୍ଟ କରୁଛନ୍ତି । ବର୍ତ୍ତମାନ ଧାନରେ କ୍ଷୀର ଧରିବା ସମୟ ହୋଇଥିବାରୁ ଧାନ ଗଛଗୁଡିକ ନଷ୍ଟ ହେବାରେ ଲାଗିଛି । ଗୋଟିଏ ପଟେ ବର୍ଷା ଅଭାବରୁ ଜମିକୁ ଜଳସେଚନ ପାଇଁ ଚାଷୀ ଚିନ୍ତାରେ ଥିବା ବେଳେ ଏବେ ବାରହା ଉପଦ୍ରବ ଚାଷୀଙ୍କୁ ସଙ୍କଟରେ ପକାଇଛି।

ରାତିରେ ଚାଷୀମାନେ ବାରହା ଘଉଡାଇବା ପାଇଁ ଚାଷୀ ଉଜାଗର ରହୁଛନ୍ତି। ଚାଷୀଙ୍କ ଅଭିଯୋଗ ପାଇ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ୍‌, ଏମ.କାମେଶ୍ୱର ରାଓ ଓ କର୍ମଚାରୀ ଗୁରାଣ୍ଡି, ମହାଦେଈପୁର ଗୋଲା ଗାଁ ଗ୍ରାମାଞ୍ଚଳ ପରିଦର୍ଶନ କରି ବାରହା କ୍ଷତି କରିଥିବା ଚାଷ ଜମିଗୁଡିକ ଅନୁଧ୍ୟାନ କରିଥିଲେ। ପରେ ଏନେଇ ବନାଞ୍ଚଳ ଅଧିକାରୀ ଅମିତ କହିଛନ୍ତି ଯେ, ଦରଖାସ୍ତ ଦେଲେ ଏହାକୁ ଆଧାର କରି ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଉଛି । ବାରହା ଉପଦ୍ରବ ନେଇ ନେଇ ପୂର୍ବରୁ ଚାଷୀ ତଥା ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏପରି ସଚେତନତା କାର୍ଯ୍ୟକ୍ରମ କରାଯିବ। ଊଭୟ ବାରହା ଓ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

The post ସଞ୍ଜ ହେଲେ ଚାଷ ଜମିରେ ବାର୍‌ହା ପଲ appeared first on Dharitri Odia News.