ସଞ୍ଜୁ ସାମସନଙ୍କ ପ୍ରଥମ ଦିନିକିଆ ଶତକ: ସିରିଜ୍‌ ହାତେଇଲା ଭାରତ

ପର୍ଲ, ୨୨।୧୨- ବୋଲାଣ୍ଡ ପାର୍କରେ ଗୁରୁବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଭାରତ ଘରୋଇ ଦଳକୁ ୭୮ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୨-୧ରେ ଜିତି ନେଇଛି। ସଞ୍ଜୁଙ୍କ ଶତକ ଓ ତିଳକ ବର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୫୦ ଓଭରରେ ୮ ଉଇକେଟ ହରାଇ ୨୯୬ ରନ ସ୍କୋର କରଥିଲା। ଏହାର ଜବାବରେ ଦକ୍ଷିଣ […] The post ସଞ୍ଜୁ ସାମସନଙ୍କ ପ୍ରଥମ ଦିନିକିଆ ଶତକ: ସିରିଜ୍‌ ହାତେଇଲା ଭାରତ appeared first on Dharitri Odia News.

ସଞ୍ଜୁ ସାମସନଙ୍କ ପ୍ରଥମ ଦିନିକିଆ ଶତକ: ସିରିଜ୍‌ ହାତେଇଲା ଭାରତ

ପର୍ଲ, ୨୨।୧୨- ବୋଲାଣ୍ଡ ପାର୍କରେ ଗୁରୁବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଭାରତ ଘରୋଇ ଦଳକୁ ୭୮ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୨-୧ରେ ଜିତି ନେଇଛି।
ସଞ୍ଜୁଙ୍କ ଶତକ ଓ ତିଳକ ବର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୫୦ ଓଭରରେ ୮ ଉଇକେଟ ହରାଇ ୨୯୬ ରନ ସ୍କୋର କରଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୪୫.୫ ଓଭରରେ ୨୧୮ରେ ଅଲଆଉଟ୍‌ ହୋଇଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଓପନର୍‌ ଜର୍ଜି ସର୍ବାଧିକ ୮୧ ରନ ସ୍କୋର କରିଥିଲେ। ଏଥି ସହ ଅର୍ଶଦୀପ ସିଂ ଭାରତ ପାଇଁ ସର୍ବାଧିକ ୪ ଉଇକେଟ ନେଇଥିଲେ। ଏହା ବ୍ୟତୀତ ଆବେଶ ଖାନ ଏବଂ ୱାଶିଂଟନ ସୁନ୍ଦର ପ୍ରତ୍ୟେକଙ୍କୁ ଦୁଇଟି ସଫଳତା ମିଳିଥିଲା। ମୁକେଶ କୁମାର ଏବଂ ଅକ୍ଷାର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ଭାରତକୁ ୮ ଉଇକେଟରେ ପରାସ୍ତ କରିଥିଲା।

The post ସଞ୍ଜୁ ସାମସନଙ୍କ ପ୍ରଥମ ଦିନିକିଆ ଶତକ: ସିରିଜ୍‌ ହାତେଇଲା ଭାରତ appeared first on Dharitri Odia News.