ସଞ୍ଜୟଙ୍କ ସବୁ ମିଛ-ସତ ହୋଇଯିବ ସ୍ପଷ୍ଟ, ପଲିଗ୍ରାଫ ଟେଷ୍ଟରେ ସିବିଆଇ ପଚାରିବ ଏସବୁ ପ୍ରଶ୍ନ

କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ଚାଲିଛି। ଏହାପୂର୍ବରୁ ଶନିବାର ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସମେତ ଏହି ମାମଲା ସହ ଜଡିତ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ଶନିବାର ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଉଥିଲା, କିନ୍ତୁ ବୈଷୟିକ ସମସ୍ୟା ଯୋଗୁଁ ଏହା ହୋଇପାରିଲା ନାହିଁ […] The post ସଞ୍ଜୟଙ୍କ ସବୁ ମିଛ-ସତ ହୋଇଯିବ ସ୍ପଷ୍ଟ, ପଲିଗ୍ରାଫ ଟେଷ୍ଟରେ ସିବିଆଇ ପଚାରିବ ଏସବୁ ପ୍ରଶ୍ନ appeared first on Dharitri Odia News.

ସଞ୍ଜୟଙ୍କ ସବୁ ମିଛ-ସତ ହୋଇଯିବ ସ୍ପଷ୍ଟ, ପଲିଗ୍ରାଫ ଟେଷ୍ଟରେ ସିବିଆଇ ପଚାରିବ ଏସବୁ ପ୍ରଶ୍ନ

କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ଚାଲିଛି। ଏହାପୂର୍ବରୁ ଶନିବାର ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସମେତ ଏହି ମାମଲା ସହ ଜଡିତ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ଶନିବାର ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଉଥିଲା, କିନ୍ତୁ ବୈଷୟିକ ସମସ୍ୟା ଯୋଗୁଁ ଏହା ହୋଇପାରିଲା ନାହିଁ । ଏବେ ସିଏଫଏସଏଲ ଟିମ ରବିବାର ପ୍ରେସିଡେନ୍ସି ଜେଲରେ ପହଞ୍ଚି ଏକ ପଲିଗ୍ରାଫ ଟେଷ୍ଟ କରିଥିଲେ। ଏହା ତାଙ୍କର ସମସ୍ତ ସତ୍ୟ ଏବଂ ମିଥ୍ୟାକୁ ପ୍ରକାଶ କରିବ ବୋଲି ବିଶ୍ୱାସ କରାଯାଏ।

ସୂଚନାନୁସାରେ, ଏହି େଷ୍ଟେରେ ୩ପ୍ରକାରର ପ୍ରଶ୍ନ ଅଛି, ମାମଲା ସହ ଜଡିତ ପ୍ରାସଙ୍ଗିକ ପ୍ରଶ୍ନ, ଅପ୍ରାସଙ୍ଗିକ ପ୍ରଶ୍ନ ଯାହା ଏହି ମାମଲା ସହିତ କୌଣସି ସମ୍ପର୍କ ନାହିଁ ଏବଂ ଟେଷ୍ଟ ସହିତ ଜଡିତ ବ୍ୟକ୍ତିଙ୍କୁ ସ୍ବାଭାବିକ ଅବସ୍ଥାକୁ ଆଣିବାକୁ କୁହାଯାଏ । ସିବିଆଇର ସ୍ବତନ୍ତ୍ର ଟିମ ଏବଂ ସିଏଫଏସଏଲର ବିଶେଷଜ୍ଞ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଯାହା ପଲିଗ୍ରାଫ ଟେଷ୍ଟରେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ପଚାରିବା ପାଇଁ ପ୍ରସ୍ତୁତ ହୋଇଛି।
ଏହି ପ୍ରଶ୍ନ ଗୁଡିକ ମଧ୍ୟରେ ରହିଛି, ତୁମର ନାଁ ସଞ୍ଜୟ କି ନା, ଟମାଟୋର ରଙ୍ଗ କେମିତି, ତୁମେ କୋଲକାତା ବାସିନ୍ଦା କି ନା, ଆପଣ କେବେ ମିଛ କହିଛନ୍ତି କି, ପୀଡିତାଙ୍କୁ ତୁମେ ହତ୍ୟା କରିଛ କି, ତୁମ ସହ ଏହି ସମୟରେ ଆଉ କିଏ ଥିଲାକି ଇତ୍ୟାଦି। ଏମିତି ପ୍ରଶ୍ନ ଘେର ମଧ୍ୟରେ ସଞ୍ଜୟଙ୍କ ସବୁ ମିଛ-ସତ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

The post ସଞ୍ଜୟଙ୍କ ସବୁ ମିଛ-ସତ ହୋଇଯିବ ସ୍ପଷ୍ଟ, ପଲିଗ୍ରାଫ ଟେଷ୍ଟରେ ସିବିଆଇ ପଚାରିବ ଏସବୁ ପ୍ରଶ୍ନ appeared first on Dharitri Odia News.