ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ମହାନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା

ଡେସ୍କ: ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ମହାନିର୍ଦ୍ଦେଶକ ରୂପେ ନିକଟରେ ଯୋଗଦାନ କରିଥିବା ଇଂ ଧର୍ମାନନ୍ଦ ଷଡଙ୍ଗୀଙ୍କୁ ରାଜ୍ୟ ପିଡବ୍ଲ୍ୟୁଡ଼ି ଓ ଇଣ୍ଡିଆନ ବିଲଡିଂ କଂଗ୍ରେସର ଓଡିଶା ଶାଖା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଯନ୍ତ୍ରୀ (ସିଭିଲ) ଇଂ ମନୋରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ ଓ ଇଂ ଅଶୋକ ବାସା ଏବଂ ଡଃ ନାରାୟଣ ଚନ୍ଦ୍ର ପାଲ ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ। ଜାତୀୟ ରାଜପଥ […]

ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ମହାନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା

ଡେସ୍କ: ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ମହାନିର୍ଦ୍ଦେଶକ ରୂପେ ନିକଟରେ ଯୋଗଦାନ କରିଥିବା ଇଂ ଧର୍ମାନନ୍ଦ ଷଡଙ୍ଗୀଙ୍କୁ ରାଜ୍ୟ ପିଡବ୍ଲ୍ୟୁଡ଼ି ଓ ଇଣ୍ଡିଆନ ବିଲଡିଂ କଂଗ୍ରେସର ଓଡିଶା ଶାଖା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଯନ୍ତ୍ରୀ (ସିଭିଲ) ଇଂ ମନୋରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ ଓ ଇଂ ଅଶୋକ ବାସା ଏବଂ ଡଃ ନାରାୟଣ ଚନ୍ଦ୍ର ପାଲ ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଜାତୀୟ ରାଜପଥ ମୁଖ୍ୟ ଯନ୍ତ୍ରୀ ଇଂ ତୁଷାର ପଣ୍ଡା, ଇଣ୍ଡିଆନ ବିଲଡିଂ କଂଗ୍ରେସର ଉପଦେଷ୍ଟା ପ୍ରଫେସର ପ୍ରଭାତ କୁମାର ପାଢ଼ୀଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଯନ୍ତ୍ରୀ ସମୀର ହୋତା ଏବଂ ଅଶୋକ ଗିରି, ପ୍ରଫେସର ପ୍ରଦୀପ ପ୍ରଧାନ, ଇଂ ଶ୍ୟାମାକାନ୍ତ ପଣ୍ଡା, ଇଂ ଶୁଭ୍ରାଂଶୁ ସ୍ୱାଇଁ, ଇଂ ତ୍ରିନାଥ ବେହେରା ଓ ପିଡ଼ବ୍ଲ୍ୟୁଡ଼ିର ଶତାଧିକ ଯନ୍ତ୍ରୀ ଯୋଗ ଦେଇଥିଲେ।

ପ୍ରଥମ ଓଡ଼ିଆ ଭାବେ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ମହାନିର୍ଦ୍ଦେଶକ ରୂପେ ଇଂ ଧର୍ମାନନ୍ଦ ଷଡଙ୍ଗୀଙ୍କର ଓଡିଶାରେ ଜାତୀୟ ରାଜପଥର ବିକାଶ ପାଇଁ ବହୁ ଅବଦାନ ରହିଥିବା ବକ୍ତାମାନେ ପ୍ରକାଶ କରିଥିଲେ। ଇଂ ଷଡ଼ଙ୍ଗୀଙ୍କୁ ବକ୍ତାମାନେ ଜଣେ ନିଷ୍ଠାପର, ନିର୍ଭିକ, ବିଜ୍ଞ ଓ ମେଧାବୀ ଯନ୍ତ୍ରୀ ଭାବେ ବର୍ଣ୍ଣନା କରିଥିଲେ। ଆଗାମୀ ଦିନରେ ଜାତୀୟ ରାଜପଥ ଉନ୍ନୟନରେ ଇଂ ଷଡ଼ଙ୍ଗୀଙ୍କର ପ୍ରମୁଖ ରହିବ ବୋଲି ମତ ପ୍ରକାଶ ପାଇଥିଲା। ମୁଖ୍ୟ ଯନ୍ତ୍ରୀ ଇଂ ମନୋରଞ୍ଜନ ମିଶ୍ର ଓ ଇଂ ଅଶୋକ ବାସା, ଇଂ ଷଡଙ୍ଗୀଙ୍କୁ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।