ସନାତନ ମହାକୁଡ଼ଙ୍କ ଭୋଟ ଭିକ୍ଷା : ‘ଯୋଡି ଶଙ୍ଖରେ ଭୋଟ ଦେଇ, ବିଜେଡିକୁ ଦେବା ଜିତେଇ’

ଚମ୍ପୁଆ : ସାଧାରଣ ନିର୍ବାଚନ ପାଇଁ ଚାରିଆଡ଼େ ନିର୍ବାଚନୀ ଉଷ୍ମତା ଲାଗିରହିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରଦାର କରୁଛନ୍ତି। ଏହାରି ମଧ୍ୟରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟରେ ନିର୍ବାଚନ ରହିଛି। ତେବେ ଆଜି ବହୁଚର୍ଚ୍ଚିତ ଚମ୍ପୁଆ ବିଧାନସଭା ଆସନ ପାଇଁ ଶାସକ ବିଜେଡ଼ି ଦଳ ପକ୍ଷରୁ ହେଵିଓ୍ଵେଟ, ଲୋକପ୍ରିୟ ଜନନେତା ସନାତନ ମହାକୁଡ଼ ଏନ୍ଏସିର ପ୍ରତ୍ୟେକ ଓ୍ଵାର୍ଡରେ ତୋଫାନୀ ନିର୍ବାଚନ ପ୍ରଚାର କରି ଚାଲିଛନ୍ତି […]

ସନାତନ ମହାକୁଡ଼ଙ୍କ ଭୋଟ ଭିକ୍ଷା : ‘ଯୋଡି ଶଙ୍ଖରେ ଭୋଟ ଦେଇ, ବିଜେଡିକୁ ଦେବା ଜିତେଇ’
Election campaign of BJd candidateSanatan Mahakud in Champua

ଚମ୍ପୁଆ : ସାଧାରଣ ନିର୍ବାଚନ ପାଇଁ ଚାରିଆଡ଼େ ନିର୍ବାଚନୀ ଉଷ୍ମତା ଲାଗିରହିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରଦାର କରୁଛନ୍ତି। ଏହାରି ମଧ୍ୟରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟରେ ନିର୍ବାଚନ ରହିଛି। ତେବେ ଆଜି ବହୁଚର୍ଚ୍ଚିତ ଚମ୍ପୁଆ ବିଧାନସଭା ଆସନ ପାଇଁ ଶାସକ ବିଜେଡ଼ି ଦଳ ପକ୍ଷରୁ ହେଵିଓ୍ଵେଟ, ଲୋକପ୍ରିୟ ଜନନେତା ସନାତନ ମହାକୁଡ଼ ଏନ୍ଏସିର ପ୍ରତ୍ୟେକ ଓ୍ଵାର୍ଡରେ ତୋଫାନୀ ନିର୍ବାଚନ ପ୍ରଚାର କରି ଚାଲିଛନ୍ତି ।

ଏହି କ୍ରମରେ ସନାତନ ମହାକୁଡ ଆଜି ଚମ୍ପୁଆ ଏନ୍ଏସିର ରାମଲା, ପାଞ୍ଚପୋଖରିଆ, ଗୋଧୂଳି , ମୁସଲିମ ବସ୍ତିର ତିନୋଟି ଓ୍ଵାର୍ଡ,ବାରିକ ସାହି,ଗଉଡ଼ ସାହି,ବ୍ରାହ୍ମଣ ଶାସନ, ମନ୍ଦିର ସାହି,ତେଲି ସାହି ଆଦି ପ୍ରତ୍ୟେକ ଓ୍ଵାର୍ଡରେ ପୂଜାର୍ଚ୍ଚନା ଓ ହୁଳହୂଳୀ ଧ୍ଵନିରେ ସ୍ଵାଗତ କରାଯାଇଥିଲା । ଶହଶହ ସଂଖ୍ୟାରେ ଵିଜୁ ଓ ନବୀନ ପ୍ରେମୀ ଵିଭିନ୍ନ ସ୍ଲୋଗାନ ଦେଇ ଭୋଟରମାନଙ୍କୁ ଆକୃଷ୍ଟ କରିଥିଲେ । ଵିଜେଡି ସରକାରଙ୍କ ଜନହିତକର ଯୋଜନା ଗୁଡିକ ପ୍ରତ୍ୟେକ ଲୋକମାନଙ୍କ ପାଖରେ ପହଞ୍ଚିଛି ।ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ଥାନୀୟ ଏନ୍ଏସିର ପ୍ରତ୍ୟେକ ଓ୍ଵାର୍ଡରେ ଶିକ୍ଷା, ରାସ୍ତା ଘାଟ, ସ୍ଵାସ୍ଥ୍ୟ,ପାନୀୟ ଜଳ ଯୋଗାଣ, ଭତ୍ତା,ଆବାସ ଯୋଜନାରେ ବହୁ ହିତାଧିକାରୀ ଉପକୃତ ହୋଇଛନ୍ତି । ଅବଶିଷ୍ଟ ଅଧୁରା କାମ ଯେତେଅଛି ଯୋଡିଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇଲେ ନିଶ୍ଚିତ ପୂରଣ କରିବେ ବୋଲି ବିଧାୟିକ ପ୍ରାର୍ଥୀ ସନାତନ ମହାକୁଡ ଦୃଢ଼ତାର ସହ କହିଥିଲେ ।

ମୁଁ ତମମାନଙ୍କ ସହ ଆଗରୁ ଥିଲି,ଅଛି ଏବଂ ଆଗକୁ ରହିବା ବୋଲି ବିଶ୍ୱାସ ଦେଇଥିଲେ ।ଏ ଅଞ୍ଚଳରେ ବିକାଶର ଧାରା ଆଗେଇ ଚାଲିଛି, ଆପଣମାନଙ୍କ ଆର୍ଶୀଵାଦ ରହିଲେ,ଆଗକୁ ଏହି ଧାରାକୁ ତ୍ବରାନ୍ବିତ କରାଯିବା ବୋଲି ଦମ୍ଭର ସହ କହିଥିଲେ ।ତେଣୁ ବିଜେଡ଼ିକୁ ଯୋଡ଼ି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତିବାକୁ ସେ ଭୋଟରମାନଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ଆଜିର ଏ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଜେଡ଼ି ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଏନ୍ଏସି ଚେୟାରମ୍ୟାନ ଗିରିଜା ଶଙ୍କର ସାହୁ,କୁଶ ଆପଟ୍ଟ, ଗଣେଶ ଖିଲାର, ସୁବାଷ ରାମ,ଵଵି ଦାସ, ସତ୍ୟନନ୍ଦ ଖିଲାର, ନେଶାର ହାୟାତ୍ ଓ ଵିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।