ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ

ଖୋର୍ଦ୍ଧା/ଜଟଣୀ,୧୬ା୪(ପ୍ରଭାତ ପାଣିଗ୍ରାହୀ/ରବୀନ୍ଦ୍ର ନାଥ ମହାକୁଡ଼):ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ବିଭୂତି ବଳବନ୍ତରାୟ ଓ ଭାଜପା ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ ପ୍ରାର୍ଥୀ କରିଛି। ଗତ ରବିବାର ଏହି ଆସନ ପାଇଁ କଂଗ୍ରେସ ସନ୍ତୋଷ ଜେନାଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିବା ପରେ ଜଟଣୀ ରାଜନୀତି ସରଗରମ ହୋଇଛି। ସନ୍ତୋଷଙ୍କୁ କଂଗ୍ରେସରେ ସାମିଲ କରିବା ଲାଗି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ କଂଗ୍ରେସ ଭବନରେ ପହଞ୍ଚିଥିଲେ। […] The post ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ appeared first on Dharitri Odia News.

ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ

ଖୋର୍ଦ୍ଧା/ଜଟଣୀ,୧୬ା୪(ପ୍ରଭାତ ପାଣିଗ୍ରାହୀ/ରବୀନ୍ଦ୍ର ନାଥ ମହାକୁଡ଼):ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ବିଭୂତି ବଳବନ୍ତରାୟ ଓ ଭାଜପା ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ ପ୍ରାର୍ଥୀ କରିଛି। ଗତ ରବିବାର ଏହି ଆସନ ପାଇଁ କଂଗ୍ରେସ ସନ୍ତୋଷ ଜେନାଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିବା ପରେ ଜଟଣୀ ରାଜନୀତି ସରଗରମ ହୋଇଛି।
ସନ୍ତୋଷଙ୍କୁ କଂଗ୍ରେସରେ ସାମିଲ କରିବା ଲାଗି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ କଂଗ୍ରେସ ଭବନରେ ପହଞ୍ଚିଥିଲେ। ଏହାକୁ ଦେଖି ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ସଂଗ୍ରାମ ଓ ତାଙ୍କର ସମର୍ଥକ ଏହାକୁ ପ୍ରତିବାଦ କରିବା ପରେ ମିଶ୍ରଣ ପର୍ବ ବନ୍ଦ ରହିଥିଲା। ଆଉ କାହାକୁ ପ୍ରାର୍ଥୀ କରାଗଲେ ଜଟଣୀରେ ତୀବ୍ର ବିରୋଧ କରାଯିବ ବୋଲି ସଂଗ୍ରାମ ଗଣମାଧ୍ୟମରେ କହିଥିଲେ। ଅନ୍ୟପଟେ ଏହି ଆସନ ପାଇଁ ସଂଗ୍ରାମ, ଅଶୋକ ମଙ୍ଗରାଜ ଆଶାୟୀ ରହିଥିବା ବେଳେ ଦଳ ସନ୍ତୋଷଙ୍କ ନାମ ଘୋଷଣା ପରେ ରାନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ପ୍ରକାଶ ଯେ, ସନ୍ତୋଷ ଛାତ୍ରାବସ୍ଥାରେ ଛାତ୍ର ସଙ୍ଗଠନ ଏବିଭିପିରେ ସକ୍ରିୟ ରହିଥିଲେ। ଭାଜପାରୁ ଥରେ ଜିଲା ପରିଷଦ ସଦସ୍ୟ ରହିଥିଲେ। ୨୦୧୯ରେ ଭାଜପା ତାଙ୍କୁ ଟିକେଟ ନ ଦେବାରୁ ସେ ଦଳ ଛାଡି ବିଜେଡିରେ ଯୋଗଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ତାଙ୍କୁ କିଛି ମାସ ତଳେ ନିଲମ୍ବନ ପରେ ବହିଷ୍କୃତ କରିଥିଲା। ୨୦୨୪ ନିର୍ବାଚନରେ ଟିକେଟ ଆଶାରେ ସେ ଭାଜପାକୁ ଫେରିଥିଲେ। ତେବେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଫଳରେ ସେ ନିରାଶ ହୋଇ ପ୍ରଥମେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ମନସ୍ଥ କରିଥିବା ବେଳେ ଏବେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଲୋକ ସଭା ପ୍ରାର୍ଥୀ ପାଇଁ ବହୁଜଣ ଆଶାୟୀ ରହିଥିବା ବେଳେ ୟାସିର ନଓ୍ବାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

The post ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ appeared first on Dharitri Odia News.