ସନ୍ଦେଶଖାଲୀ ମାମଲାରେ ସିବିଆଇର ଆକ୍ସନ, ପଶ୍ଚିମବଙ୍ଗରେ ଅନେକ ସ୍ଥାନରେ ରେଡ୍‌, ଜବତ ହେଲା ହତିଆର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଜାରି ରହିଥିବାବେଳେ ସନ୍ଦେଶଖାଲି ମାମଲାରେ ଆକ୍ସନକୁ ଆସିଛି ସିବିଆଇ। ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଶୁକ୍ରବାର ଚଢ଼ଉ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ସନ୍ଦେଶଖାଲି ମାମଲାରେ ସିବିଆଇ ଟିମ୍‌ ସାତ ଜଣକୁ ଗିରଫ କରିଛି। ଅବଶ୍ୟ ଶୁକ୍ରବାର ପୋଲିସ, ଇଡି ଉପରେ ଆକ୍ରମଣରେ ସାମିଲ ତିନି ଜଣକୁ ପଚରାଉଚରା ପାଇଁ ଡାକିଥିଲା। ସୂଚନାଥାଉକି, ଜାନୁଆରୀ ୫ ତାରିଖରେ ଇଡି ରାସନ ଘୋଟାଲା ଅଭିଯୋଗକ୍ରମେ ଟିଏମସି ନେତା ଶାହାଜହାଁ ଶେଖଙ୍କ ଘରକୁ ରେଡ୍‌ ପାଇଁ ପହଞ୍ଚିଥିଲା। ହେଲେ ଏହି ସମୟରେ ଏଠାରେ ଇଡି ଟିମ୍‌ ଆକ୍ରମଣ ଶିକାର ହୋଇଥିଲା। ଯାହାପରେ ଟିମ୍‌ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଠିକଣାରେ  ରେଡ୍‌ କରିଥିଲା। ଏହି ମାମଲାରେ ଇମେଲ ମାଧ୍ୟମରେ ସିବିଆଇକୁ ପ୍ରାୟ ୫୦ରୁ ଅଧିକ ଅଭିଯୋଗ ମିଳିଥିଲା। ଆଊ ଏଫଆଇଆର ରୁଜୁ କରି ରେଡ କରିଥିଲା ପୋଲିସ। ଯେଉଁ ଏଫଆଇଆରରେ ଶେଖ ଶାହଜହାଁଙ୍କୁ ଅଭିଯୁକ୍ତ କରିଥିଲା ଏହି ଏଫଆଇଆରକୁ ଟେକଓଭର ପରେ ସିବିଆଇ ମଧ୍ୟ ଯାଞ୍ଚ ଆରମ୍ଭ କରିଥିଲା । ଆଉ ଶେଖ ଶାହଜହାଁଙ୍କୁ ପଶ୍ଚିମବଙ୍ଗ ପୋଲିସ ହେପାଜତରେ ନେଇଥିଲା।ତେବେ ଶୁକ୍ରବାର ରେଡ୍ ସମୟରେ ବିପୁଳ ମାତ୍ରାରେ ହତିଆର ଜବତ ହୋଇଛି। ଏହା ସହ ବିଦେଶୀ ପିସ୍ତଲ ମଧ୍ୟ ଜବତ ହୋଇଛି। ସିବିଆଇ ପଶ୍ଚିମବଙ୍ଗର ସନ୍ଦେଶଖାଲୀ ଠିକଣାରେ ରେଡ୍‌ ପରେ ବିଦେଶୀ ହତିଆର ଏବଂ ଗୋଳା-ବାରୁଦ ମଧ୍ୟ

ସନ୍ଦେଶଖାଲୀ ମାମଲାରେ ସିବିଆଇର ଆକ୍ସନ, ପଶ୍ଚିମବଙ୍ଗରେ ଅନେକ ସ୍ଥାନରେ ରେଡ୍‌, ଜବତ ହେଲା ହତିଆର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଜାରି ରହିଥିବାବେଳେ ସନ୍ଦେଶଖାଲି ମାମଲାରେ ଆକ୍ସନକୁ ଆସିଛି ସିବିଆଇ। ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଶୁକ୍ରବାର ଚଢ଼ଉ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ସନ୍ଦେଶଖାଲି ମାମଲାରେ ସିବିଆଇ ଟିମ୍‌ ସାତ ଜଣକୁ ଗିରଫ କରିଛି। ଅବଶ୍ୟ ଶୁକ୍ରବାର ପୋଲିସ, ଇଡି ଉପରେ ଆକ୍ରମଣରେ ସାମିଲ ତିନି ଜଣକୁ ପଚରାଉଚରା ପାଇଁ ଡାକିଥିଲା। 

ସୂଚନାଥାଉକି, ଜାନୁଆରୀ ୫ ତାରିଖରେ ଇଡି ରାସନ ଘୋଟାଲା ଅଭିଯୋଗକ୍ରମେ ଟିଏମସି ନେତା ଶାହାଜହାଁ ଶେଖଙ୍କ ଘରକୁ ରେଡ୍‌ ପାଇଁ ପହଞ୍ଚିଥିଲା। ହେଲେ ଏହି ସମୟରେ ଏଠାରେ ଇଡି ଟିମ୍‌ ଆକ୍ରମଣ ଶିକାର ହୋଇଥିଲା। ଯାହାପରେ ଟିମ୍‌ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଠିକଣାରେ  ରେଡ୍‌ କରିଥିଲା। 

ଏହି ମାମଲାରେ ଇମେଲ ମାଧ୍ୟମରେ ସିବିଆଇକୁ ପ୍ରାୟ ୫୦ରୁ ଅଧିକ ଅଭିଯୋଗ ମିଳିଥିଲା। ଆଊ ଏଫଆଇଆର ରୁଜୁ କରି ରେଡ କରିଥିଲା ପୋଲିସ। ଯେଉଁ ଏଫଆଇଆରରେ ଶେଖ ଶାହଜହାଁଙ୍କୁ ଅଭିଯୁକ୍ତ କରିଥିଲା ଏହି ଏଫଆଇଆରକୁ ଟେକଓଭର ପରେ ସିବିଆଇ ମଧ୍ୟ ଯାଞ୍ଚ ଆରମ୍ଭ କରିଥିଲା । ଆଉ ଶେଖ ଶାହଜହାଁଙ୍କୁ ପଶ୍ଚିମବଙ୍ଗ ପୋଲିସ ହେପାଜତରେ ନେଇଥିଲା।

ତେବେ ଶୁକ୍ରବାର ରେଡ୍ ସମୟରେ ବିପୁଳ ମାତ୍ରାରେ ହତିଆର ଜବତ ହୋଇଛି। ଏହା ସହ ବିଦେଶୀ ପିସ୍ତଲ ମଧ୍ୟ ଜବତ ହୋଇଛି। ସିବିଆଇ ପଶ୍ଚିମବଙ୍ଗର ସନ୍ଦେଶଖାଲୀ ଠିକଣାରେ ରେଡ୍‌ ପରେ ବିଦେଶୀ ହତିଆର ଏବଂ ଗୋଳା-ବାରୁଦ ମଧ୍ୟ ଜବତ ହୋଇଥିଲା। ଏହି ରେଡ୍‌ ନିଲମ୍ବିତ ତୃଣମୂଳ ନେତା ଶାହଜହାଁ ଶେଖ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଦାଦାବଟି, ଜମି ହଡ଼ପ ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗର ଯାଞ୍ଚ କରୁଥିବା ସିବିଆଇ ଦ୍ବାରା ଜାନୁଆରୀ ୫ରେ ଇଡି ଟିମ୍‌ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସହ ଜଡ଼ିତ ଠିକଣାରେ ରେଡ୍ କରାଯାଇଥିଲା।

ପଶ୍ଚିମବଙ୍ଗ ସନ୍ଦେଶଖାଲୀରେ ଗାଁର ମହିଳାଙ୍କୁ ଯୌନ ଶୋଷଣ କରିବା, ଜମି ହଡ଼ପ ଭଳି ଅଭିଯୋଗରେ ଟିମଏସି ଶାହାଜହାଁ ଶେଖ୍‌ଙ୍କ ଉପରେ ଅଭିଯୋଗ ଲାଗିଥିଲା। ଏହା ସହ ଶାହାଜହାଁ ଶେଖ୍‌ ରାସନ ଘୋଟାଲାରେ ମଧ୍ୟ ଅଭିଯୁକ୍ତ। ଅବଶ୍ୟ ସିବିଆଇ ଏହି ରେଡ୍‌ ଏଭଳି ସମୟରେ କରିଛି ଯେତେବେଳେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଜାରି ରହିଛି।