ସପ୍ତମ ଥର ପାଇଁ ରେପୋ ରେଟ୍ ସ୍ଥିର; ଇଏମଆଇରେ ଗ୍ରାହକଙ୍କୁ ମିଳିବନି ଆଶ୍ବସ୍ତି
ନୂଆଦିଲ୍ଲୀ: ରେପୋ ରେଟ୍ ଅପରିବର୍ତ୍ତିତ । ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ, ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବ କ୍ବାର୍ଟର ଭଳି ସ୍ଥିର ରହିଛି ଦର । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରେପୋ ରେଟ୍ ୬.୫ ପ୍ରତିଶତ ସହ ସପ୍ତମ ଥର ପାଇଁ ସ୍ଥିର ରହିଛି । ସେହିପରି ଷ୍ଟାଣ୍ଡିଂ ଡିପୋଜିଟ୍ ଫ୍ୟାସିଲିଟି ବା ଏସଡିଏଫ ମଧ୍ୟ ଅପରିବର୍ତ୍ତିତ ରହିଛି । ଏସଡିଏଫ ୬.୨୫ ପ୍ରତିଶତ ରହିଥିବା ବେଳେ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫ୍ୟାସିଲିଟି ଶତକଡ଼ା ୬.୭୫ ପ୍ରତିଶତ ରହିଛି । ଆରବିଆଇର ୩ ଦିନିଆ ଏମପିସି ବୈଠକ ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହୋଇଛି । ଏଥିରେ ୫ଜଣିଆ ସଦସ୍ୟ ମଣ୍ଡଳି ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ଖାଦ୍ୟ ପଦାର୍ଥ ଦର ଅନିଶ୍ଚିତତା କାରଣରୁ ମୂଲ୍ୟବୃଦ୍ଧିର ଅଶଙ୍କା ରହୁଛି । ତେଣୁ ଏହା ଉପରେ ରିଜର୍ଭ ବ୍ୟାଙ୍କ ସତର୍କ ରହିଥିବା ଶକ୍ତିକାନ୍ତ ଦାସ କହିଛନ୍ତି । ହେଲେ ଇଏମଆଇରେ ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳିବନି । ପୂର୍ବ ପରି ଇଏମଆଇ ସମାନ ପରିମାଣରେ ଦେବାକୁ ପଡ଼ିବ ।ସାଧାରଣତଃ ରେପୋ ରେଟ୍ ବୃଦ୍ଧି ପାଇଲେ ସ୍ଥାୟୀ ଜମା ବା ଏଫଡି ସୁଧହାର ବଢିଥାଏ। ସେହିପରି ରେପୋ ରେଟ୍ ହ୍ରାସ ପାଇଲେ ଏଫଡି ସୁଧହାର ହ୍ରାସ ପାଇଥାଏ। ଗତବର୍ଷ ଫେବ୍ରୁଆରୀରେ ଆରବିଆଇ ରେପୋ ର
ନୂଆଦିଲ୍ଲୀ: ରେପୋ ରେଟ୍ ଅପରିବର୍ତ୍ତିତ । ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ, ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବ କ୍ବାର୍ଟର ଭଳି ସ୍ଥିର ରହିଛି ଦର । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ରେପୋ ରେଟ୍ ୬.୫ ପ୍ରତିଶତ ସହ ସପ୍ତମ ଥର ପାଇଁ ସ୍ଥିର ରହିଛି । ସେହିପରି ଷ୍ଟାଣ୍ଡିଂ ଡିପୋଜିଟ୍ ଫ୍ୟାସିଲିଟି ବା ଏସଡିଏଫ ମଧ୍ୟ ଅପରିବର୍ତ୍ତିତ ରହିଛି । ଏସଡିଏଫ ୬.୨୫ ପ୍ରତିଶତ ରହିଥିବା ବେଳେ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫ୍ୟାସିଲିଟି ଶତକଡ଼ା ୬.୭୫ ପ୍ରତିଶତ ରହିଛି ।
ଆରବିଆଇର ୩ ଦିନିଆ ଏମପିସି ବୈଠକ ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହୋଇଛି । ଏଥିରେ ୫ଜଣିଆ ସଦସ୍ୟ ମଣ୍ଡଳି ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ଖାଦ୍ୟ ପଦାର୍ଥ ଦର ଅନିଶ୍ଚିତତା କାରଣରୁ ମୂଲ୍ୟବୃଦ୍ଧିର ଅଶଙ୍କା ରହୁଛି । ତେଣୁ ଏହା ଉପରେ ରିଜର୍ଭ ବ୍ୟାଙ୍କ ସତର୍କ ରହିଥିବା ଶକ୍ତିକାନ୍ତ ଦାସ କହିଛନ୍ତି । ହେଲେ ଇଏମଆଇରେ ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳିବନି । ପୂର୍ବ ପରି ଇଏମଆଇ ସମାନ ପରିମାଣରେ ଦେବାକୁ ପଡ଼ିବ ।
ସାଧାରଣତଃ ରେପୋ ରେଟ୍ ବୃଦ୍ଧି ପାଇଲେ ସ୍ଥାୟୀ ଜମା ବା ଏଫଡି ସୁଧହାର ବଢିଥାଏ। ସେହିପରି ରେପୋ ରେଟ୍ ହ୍ରାସ ପାଇଲେ ଏଫଡି ସୁଧହାର ହ୍ରାସ ପାଇଥାଏ। ଗତବର୍ଷ ଫେବ୍ରୁଆରୀରେ ଆରବିଆଇ ରେପୋ ରେଟକୁ ଶତକଡ଼ା ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତରେ ସୀମିତ ରଖିବାକୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।