ସପ୍ତମ ପର୍ଯ୍ୟାୟରେ ମତଦାନ ଜାରି; ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧% ଭୋଟିଂ
ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟରେ ନିର୍ବାଚନ ଜାରି । ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ ଆସନରେ ମତଦାନ ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ରିପୋର୍ଟ ମୁତାବକ, ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧ପ୍ରତିଶତ ଭୋଟିଂ ହୋଇଛି । ହିମାଚଳ ପ୍ରଦେଶରେ ସର୍ବାଧିକ ହୋଇଥିବା ବେଳେ ଓଡ଼ିଶାରେ ସର୍ବନିମ୍ନ ମତଦାନ ହୋଇଛି । ହିମାଚଳରେ ୧୪.୩୫ ପ୍ରତିଶତ ମତଦାନ ହୋଇଛି । ସେହିପରି ଉତ୍ତରପ୍ରଦେଶରେ ୧୨.୯୪%, ପଶ୍ଚିମବଙ୍ଗରେ ୧୨.୬୩%, ବିହାରରେ ୧୦.୫୮%, ଚଣ୍ଡିଗଡ଼ରେ ୧୧.୬୪%, ଓଡ଼ିଶା ୭.୯୪%, ପଞ୍ଜାବରେ ୯.୬୪ ପ୍ରତିଶତ ଭୋଟିଂ ହୋଇଛି ।
ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟରେ ନିର୍ବାଚନ ଜାରି । ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ ଆସନରେ ମତଦାନ ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ରିପୋର୍ଟ ମୁତାବକ, ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧ପ୍ରତିଶତ ଭୋଟିଂ ହୋଇଛି । ହିମାଚଳ ପ୍ରଦେଶରେ ସର୍ବାଧିକ ହୋଇଥିବା ବେଳେ ଓଡ଼ିଶାରେ ସର୍ବନିମ୍ନ ମତଦାନ ହୋଇଛି ।
ହିମାଚଳରେ ୧୪.୩୫ ପ୍ରତିଶତ ମତଦାନ ହୋଇଛି । ସେହିପରି ଉତ୍ତରପ୍ରଦେଶରେ ୧୨.୯୪%, ପଶ୍ଚିମବଙ୍ଗରେ ୧୨.୬୩%, ବିହାରରେ ୧୦.୫୮%, ଚଣ୍ଡିଗଡ଼ରେ ୧୧.୬୪%, ଓଡ଼ିଶା ୭.୯୪%, ପଞ୍ଜାବରେ ୯.୬୪ ପ୍ରତିଶତ ଭୋଟିଂ ହୋଇଛି ।