ସପ୍ତମ ବାଟାଲିୟନ୍‌ରୁ ବନ୍ଧୁକ ଚୋରି, ରାଷ୍ଟ୍ରପତିଙ୍କ ଡ୍ୟୁଟି ଲାଗି ଭୁବନେଶ୍ୱର ଆସିଥିଲେ ଜବାନ

ଭୁବନେଶ୍ୱର ୦୬।୦୩ : ପୋଲିସ ବାରାକରୁ ବନ୍ଧୁକ ଚୋରି । ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରୀ । ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରୀ ଅଭିଯୋଗ ହୋଇଛି । {"id":917634,"sizeSlug":"full","linkDestination":"none"} ତେବେ ଇନସାସ ରାଇଫଲ ଓ ଗୁଳି ଚୋରୀ ହୋଇଥିବା ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ଯବାନ । ଗଞ୍ଜାମ ଛତ୍ରପୁର ଅଷ୍ଟମ ସ୍ପେଶାଲ ଆଇ. ଆର.ବି.ଏନ ରେ କାମ କରୁଥିବା SI ପି.ଲଛମୟ ଏହି ଅଭିଯୋଗ କରିଛନ୍ତି । ଗତ ୧୦ ତାରିଖରେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଭୁବନେଶ୍ୱର ଆସିଥିଲେ । ସେ ସପ୍ତମ ବାଟାଲିୟନର ବାରକରେ ରହୁଥିଲେ । ୨ ତାରିଖରେ ଡ୍ୟୁଟି ସାରି କ୍ୟାମ୍ପକୁ ଫେରିଥିଲେ । ନିୟମ ଦୃଷ୍ଟିରୁ ସବୁ ଭଳି ସେ ଦିନ ସଂଧ୍ୟାରେ ରୋଲକଲ୍‌ କରାଯାଇଥିଲା । ହାବିଲଦାର ଓ ଯବାନମାନେ ନିଜର ବନ୍ଧୁକ ଓ ଗୁଳି ଧରି ରୋଲକଲ୍‌ରେ ଠିଆ ହୋଇଥିଲେ । ବିଭିନ୍ନ ପ୍ରକାର ୨୮ ବନ୍ଧୁକ ମଧ୍ୟରୁ ରୋଲକଲ ସମୟରେ ୨୭ଟି ମିଳିଥିଲା । ଗୋଟିଏ ଇନ୍‌ସାଇ ରାଇଫଲ ମିଳିନଥିଲା । ଶେଷରେ କିଛି ଉପୟା ନପାଇ ଏସ୍‌ଆଇ ପି. ଲଛମୟ ବରିଷ୍ଠ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ । ଏହି ଘଟଣାକୁ ଗୁପ୍ତ ରଖିବାକୁ ବରିଷ୍ଠ ଅଧିକାରୀମାନେ କହିଥିଲେ । ହେଲେ ତାପରେ ବି ବନ୍ଧୁକର କୌଣସି ଖୋଜଖବର ମିଳିନଥିଲା । ଆଉ ଏବେ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ପି. ଲଛମୟ

ସପ୍ତମ ବାଟାଲିୟନ୍‌ରୁ ବନ୍ଧୁକ ଚୋରି, ରାଷ୍ଟ୍ରପତିଙ୍କ ଡ୍ୟୁଟି ଲାଗି ଭୁବନେଶ୍ୱର ଆସିଥିଲେ ଜବାନ

ଭୁବନେଶ୍ୱର ୦୬।୦୩ : ପୋଲିସ ବାରାକରୁ ବନ୍ଧୁକ ଚୋରି । ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରୀ । ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରୀ ଅଭିଯୋଗ ହୋଇଛି ।

{"id":917634,"sizeSlug":"full","linkDestination":"none"}

ତେବେ ଇନସାସ ରାଇଫଲ ଓ ଗୁଳି ଚୋରୀ ହୋଇଥିବା ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ଯବାନ । ଗଞ୍ଜାମ ଛତ୍ରପୁର ଅଷ୍ଟମ ସ୍ପେଶାଲ ଆଇ. ଆର.ବି.ଏନ ରେ କାମ କରୁଥିବା SI ପି.ଲଛମୟ ଏହି ଅଭିଯୋଗ କରିଛନ୍ତି । ଗତ ୧୦ ତାରିଖରେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଭୁବନେଶ୍ୱର ଆସିଥିଲେ । ସେ ସପ୍ତମ ବାଟାଲିୟନର ବାରକରେ ରହୁଥିଲେ । ୨ ତାରିଖରେ ଡ୍ୟୁଟି ସାରି କ୍ୟାମ୍ପକୁ ଫେରିଥିଲେ । ନିୟମ ଦୃଷ୍ଟିରୁ ସବୁ ଭଳି ସେ ଦିନ ସଂଧ୍ୟାରେ ରୋଲକଲ୍‌ କରାଯାଇଥିଲା ।

ହାବିଲଦାର ଓ ଯବାନମାନେ ନିଜର ବନ୍ଧୁକ ଓ ଗୁଳି ଧରି ରୋଲକଲ୍‌ରେ ଠିଆ ହୋଇଥିଲେ । ବିଭିନ୍ନ ପ୍ରକାର ୨୮ ବନ୍ଧୁକ ମଧ୍ୟରୁ ରୋଲକଲ ସମୟରେ ୨୭ଟି ମିଳିଥିଲା । ଗୋଟିଏ ଇନ୍‌ସାଇ ରାଇଫଲ ମିଳିନଥିଲା । ଶେଷରେ କିଛି ଉପୟା ନପାଇ ଏସ୍‌ଆଇ ପି. ଲଛମୟ ବରିଷ୍ଠ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ । ଏହି ଘଟଣାକୁ ଗୁପ୍ତ ରଖିବାକୁ ବରିଷ୍ଠ ଅଧିକାରୀମାନେ କହିଥିଲେ । ହେଲେ ତାପରେ ବି ବନ୍ଧୁକର କୌଣସି ଖୋଜଖବର ମିଳିନଥିଲା । ଆଉ ଏବେ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ପି. ଲଛମୟ ।   wp:embed {"url":"https://www.prameyanews7.com/bus-turnover-ghati-in-phulbani-rani-ptahar/","type":"wp-embed","providerNameSlug":"prameya-news-7"}

https://www.prameyanews7.com/bus-turnover-ghati-in-phulbani-rani-ptahar/
/wp:embed